Advertisment

ଆଇଏଏସ୍‌ ଟପ୍ପର ଟୀନା ଡାବିଙ୍କ ରିସେପ୍‌ସନ୍‌ ପାର୍ଟିରେ ଉପରାଷ୍ଟ୍ରପତିଙ୍କ ସମେତ ବହୁ ପ୍ରମୁଖ ‍ବ୍ୟକ୍ତି ବିଶେଷ, ଦେଖନ୍ତୁ ଫଟୋ

ନୂଆଦିଲ୍ଲୀ: ଦୀର୍ଘ ୩ ବର୍ଷର ପ୍ରେମ ପରେ ବିବାହ ବନ୍ଧନରେ ଆବଦ୍ଧ ହୋଇଥିବା ୨୦୧୫ ଆଇଏଏସ୍‌ ଟପ୍ପର ଟୀନା ଡାବି ଓ ତାଙ୍କ ସ୍ୱାମୀ ଅତହର ଅମିର ଉଲ୍ ଶଫି ଖାନ୍‌, ଯିଏକି ୨୦୧୫ର ଦ୍ୱିତୀୟ ଆଇଏଏସ୍‌ ଟପ୍ପର ଗତକାଲି ଦିଲ୍ଲୀରେ ଏକ ଗ୍ରାଣ୍ଡ୍‌ ରିସେପ୍‌ସନ୍‌ ପାର୍ଟି ରଖିଥିଲେ। ଏହି ପାର୍ଟିରେ ପ୍ରମୁଖ ‍ବ୍ୟକ୍ତି ବିଶେଷ ଯୋଗଦେଇଥିଲେ। ଉପ-ରାଷ୍ଟ୍ରପତି ଭେଙ୍କେୟା ନାଇଡ଼ୁ, ଆଇନ ମନ୍ତ୍ରୀ ରବିଶଙ୍କର ପ୍ରସାଦ ଓ ଲୋକସଭା ବାଚସ୍ପତି ସୁମିତ୍ରା ମହାଜନ ପ୍ରମୁଖ ଯୋଗ […]

ଆଇଏଏସ୍‌ ଟପ୍ପର ଟୀନା ଡାବିଙ୍କ ରିସେପ୍‌ସନ୍‌ ପାର୍ଟିରେ ଉପରାଷ୍ଟ୍ରପତିଙ୍କ ସମେତ ବହୁ ପ୍ରମୁଖ ‍ବ୍ୟକ୍ତି ବିଶେଷ, ଦେଖନ୍ତୁ ଫଟୋ

tina dabi

Advertisment

ନୂଆଦିଲ୍ଲୀ: ଦୀର୍ଘ ୩ ବର୍ଷର ପ୍ରେମ ପରେ ବିବାହ ବନ୍ଧନରେ ଆବଦ୍ଧ ହୋଇଥିବା ୨୦୧୫ ଆଇଏଏସ୍‌ ଟପ୍ପର ଟୀନା ଡାବି ଓ ତାଙ୍କ ସ୍ୱାମୀ ଅତହର ଅମିର ଉଲ୍ ଶଫି ଖାନ୍‌, ଯିଏକି ୨୦୧୫ର ଦ୍ୱିତୀୟ ଆଇଏଏସ୍‌ ଟପ୍ପର ଗତକାଲି ଦିଲ୍ଲୀରେ ଏକ ଗ୍ରାଣ୍ଡ୍‌ ରିସେପ୍‌ସନ୍‌ ପାର୍ଟି ରଖିଥିଲେ। ଏହି ପାର୍ଟିରେ ପ୍ରମୁଖ ‍ବ୍ୟକ୍ତି ବିଶେଷ ଯୋଗଦେଇଥିଲେ।

Advertisment

publive-image

ଉପ-ରାଷ୍ଟ୍ରପତି ଭେଙ୍କେୟା ନାଇଡ଼ୁ, ଆଇନ ମନ୍ତ୍ରୀ ରବିଶଙ୍କର ପ୍ରସାଦ ଓ ଲୋକସଭା ବାଚସ୍ପତି ସୁମିତ୍ରା ମହାଜନ ପ୍ରମୁଖ ଯୋଗ ଦେଇଥିଲେ। ରାଜସ୍ଥାନର ବହୁ ବ୍ୟୁରୋକ୍ରାଟ୍ସଙ୍କୁ ମଧ୍ୟ ଏହି ରିସେପ୍‌ସନ୍‌ ପାର୍ଟିରେ ଦେଖିବାକୁ ମିଳିଥିଲା। ଉଭୟ ଟୀନା ଓ ଅତହର ରାଜସ୍ଥାନ କ୍ୟାଡ଼ର ଆଇଏଏସ୍‌ ଅଫିସର।

tina dabi

ଟୀନା ଓ ଅତହର ଗତ ମାସରେ ଜୟପୁରରେ ବିବାହ କରିଥିବା ବେଳେ, ସେମାନଙ୍କ ପରିବାର ଓ ବନ୍ଧୁମାନେ ଏପ୍ରିଲ ୭ ତାରିଖରେ କାଶ୍ମୀରର ପହଲଗାମରେ ହୋଇଥିବା ବିବାହ ଉତ୍ସବରେ ଯୋଗ ଦେଇଥିଲେ।

Advertisment

publive-image

ଟ୍ରେନିଂ ନେବା ସମୟରେ ହିଁ ଉଭୟ ପରସ୍ପରର ପ୍ରେମରେ ପଡ଼ି ଯାଇଥିଲେ। ଉଭୟ ସୋସିଆଲ୍ ମିଡିଆରେ ଏହାକୁ ଖୋଲାଖୋଲି ସ୍ୱୀକାର ମଧ୍ୟ କରିଥିଲେ। ଅତହରଙ୍କ ସରଳପଣ ତାଙ୍କୁ ପ୍ରଭାବିତ କରିଥିଲା ବୋଲି ସେତେବେଳେ ଟୀନା କହିଥିଲେ।

publive-image

publive-image

ସେତବେଳେ ଟୀନା ଓ ଅତହରଙ୍କ ପ୍ରେମକୁ ନେଇ ମଧ୍ୟ କିଛି ଋଢିବାଦୀ ଗୋଷ୍ଠୀ ବିରୋଧ କରିଥିଲେ। ଉଭୟଙ୍କ ଧର୍ମ ଅଲଗା ହୋଇଥିବାରୁ ଉଭୟଙ୍କ ପ୍ରେମକୁ ନେଇ ଚର୍ଚ୍ଚା ମଧ୍ୟ କିଛି କମ୍ ହୋଇ ନଥିଲା। କିନ୍ତୁ ଯାହା କୁହାଯାଏ, ପ୍ରେମ କୌଣସି ଜାତି ଧର୍ମ ମାନେନି ଶେଷରେ ସେୟା ହିଁ ହେଲା। ୩ ବର୍ଷର ପ୍ରେମ ପରେ ଉଭୟ ଜୀବନସାଥୀ ରୂପେ ପରସ୍ପରର ହାତ ଧରିଛନ୍ତି। ପ୍ରଥମ ଦଳିତ ଭାବେ ଟୀନା ୨୦୧୫ରେ ଆଇଏଏସ୍ ଟପ୍ପର ହୋଇଥିଲେ।

Advertisment
Tina Dabi Ias Tina Dabi Marriage Reception Ias Topper Ias Topper Marriage Ias Topper Tina Dabi Tina Dabi Marriage
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ