Advertisment

ବଡ଼ ଅଘଟଣରୁ ଅଳ୍ପକେ ବର୍ତ୍ତିଲା ହାଓ୍ୱଡ଼ା-ପୁରୀ ଜଗନ୍ନାଥ ଏକ୍ସପ୍ରେସ୍

କଟକ: ଏକ ବଡ଼ ଅଘଟଣରୁ ବର୍ତ୍ତିଲା ହାୱଡ଼ା-ପୁରୀ ଜଗନ୍ନାଥ ଏକ୍ସପ୍ରେସ୍।  ଗତ ରାତିରେ କଟକ ଷ୍ଟେସନ ପାଖରେ ଏହି ଟ୍ରେନର S-6 ବଗିରେ ତ୍ରୁଟି ଦେଖା ଦେଇଥିଲା।  ଏହାର ଆଲୁମିନିୟମ ପ୍ଲେଟ୍‌ ଖସି ଯାଇଥିବା ଜଣାପଡ଼ିଛି।  ଟ୍ରଲି ସ୍ପ୍ରିଙ୍ଗ୍‌ରେ ଏହି ତ୍ରୁଟି ଦେଖା ଦେଇଥିଲା। ପ୍ରାୟ ରାତି ୨ଟା ବେଳେ ଏହି ଘଟଣା ଜଣାପଡ଼ିବା ପରେ ସୁରକ୍ଷା କାରଣରୁ ଟ୍ରେନକୁ ଆଉ ଯାତ୍ରା କରିବାକୁ ଦିଆଯାଇନଥିଲା।  ଏହି ବଗିକୁ ଟ୍ରେନରୁ ଅଲଗା କରାଯାଇଛି ଓ ତାର ଯାଞ୍ଚ […]

ବଡ଼ ଅଘଟଣରୁ ଅଳ୍ପକେ ବର୍ତ୍ତିଲା ହାଓ୍ୱଡ଼ା-ପୁରୀ ଜଗନ୍ନାଥ ଏକ୍ସପ୍ରେସ୍

representational image

Advertisment

କଟକ: ଏକ ବଡ଼ ଅଘଟଣରୁ ବର୍ତ୍ତିଲା ହାୱଡ଼ା-ପୁରୀ ଜଗନ୍ନାଥ ଏକ୍ସପ୍ରେସ୍।  ଗତ ରାତିରେ କଟକ ଷ୍ଟେସନ ପାଖରେ ଏହି ଟ୍ରେନର S-6 ବଗିରେ ତ୍ରୁଟି ଦେଖା ଦେଇଥିଲା।  ଏହାର ଆଲୁମିନିୟମ ପ୍ଲେଟ୍‌ ଖସି ଯାଇଥିବା ଜଣାପଡ଼ିଛି।  ଟ୍ରଲି ସ୍ପ୍ରିଙ୍ଗ୍‌ରେ ଏହି ତ୍ରୁଟି ଦେଖା ଦେଇଥିଲା।

Advertisment

ପ୍ରାୟ ରାତି ୨ଟା ବେଳେ ଏହି ଘଟଣା ଜଣାପଡ଼ିବା ପରେ ସୁରକ୍ଷା କାରଣରୁ ଟ୍ରେନକୁ ଆଉ ଯାତ୍ରା କରିବାକୁ ଦିଆଯାଇନଥିଲା।  ଏହି ବଗିକୁ ଟ୍ରେନରୁ ଅଲଗା କରାଯାଇଛି ଓ ତାର ଯାଞ୍ଚ କରାଯାଉଛି।

S-6 ଆଗରେ ଥିବା ୧୪ଟି ବଗି ସକାଳ ୫ଟାରେ କଟକ ଷ୍ଟେସନରେ ପହଞ୍ଚିଥିଲା। ହାୱଡ଼ା-ପୁରୀ ଜଗନ୍ନାଥ ଏକ୍ସପ୍ରେସ୍‌ରେ ଏହି ତ୍ରୁଟି ଯୋଗୁଁ ସେହି ରୁଟ୍‌ରେ ରେଳ ଚଳାଚଳ ବାଧାପ୍ରାପ୍ତ ହୋଇଛି।  କେତେକ ଟ୍ରେନକୁ ସିଙ୍ଗଲ୍ ଲାଇନରେ ଛଡ଼ା ଯାଇଛି।  ତେବେ ଖୁବ ଶୀଘ୍ର ରେଳ ଚଳାଚଳ ସ୍ୱାଭାବିକ ହେବ ବୋଲି ରେଲୱେ ପକ୍ଷରୁ କୁହାଯାଇଛି।

Advertisment
Cuttack Railway Station Howrah-puri Jagannath Express
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ