Advertisment

ପିଏନ୍‌ବି ମହାଠକେଇ ମାମଲା: ସିବିଆଇର ଖୋଳତାଡ ଜାରି

ନୂଆଦିଲ୍ଲୀ : ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କର ମହାଠକେଇ ମାମଲାର ସିବିଆଇର ଖୋଳତାଡ ଜାରି ରହିଛି। କେଉଁ ଉପାୟରେ, କିଭଳି ଠକେଇ କଲେ ନିରବ ମୋଦି ଓ ମେହୁଲ ଚୋକସି, ସେନେଇ ସିବିଆଇ ଅନୁସନ୍ଧାନ ଜାରି ରଖିଛି। ଠକେଇ ସମୟରେ ଆରବିଆଇର ପଲିସି କଣ ଥିଲା, ସେନେଇ ଆରବିଆଇର ପୂର୍ବତନ ଡେପୁଟି ଗଭର୍ଣ୍ଣର ଏଚ.ଆର ଖାନଙ୍କୁ ସିବିଆଇ ପଚରାଉଚରା କରିଛି। ଅଭିଯୁକ୍ତ ନିରବ ମୋଦିଙ୍କୁ ଯେଉଁ ସମୟରେ ଏଲଓୟୁ ଜାରି ହୋଇଥିଲା, ସେତେବେଳେ ଆରବିଆଇର ପଲିସି କଣ ଥିଲା, […]

ପିଏନ୍‌ବି ମହାଠକେଇ ମାମଲା: ସିବିଆଇର ଖୋଳତାଡ ଜାରି

pnb

Advertisment

ନୂଆଦିଲ୍ଲୀ : ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କର ମହାଠକେଇ ମାମଲାର ସିବିଆଇର ଖୋଳତାଡ ଜାରି ରହିଛି। କେଉଁ ଉପାୟରେ, କିଭଳି ଠକେଇ କଲେ ନିରବ ମୋଦି ଓ ମେହୁଲ ଚୋକସି, ସେନେଇ ସିବିଆଇ ଅନୁସନ୍ଧାନ ଜାରି ରଖିଛି। ଠକେଇ ସମୟରେ ଆରବିଆଇର ପଲିସି କଣ ଥିଲା, ସେନେଇ ଆରବିଆଇର ପୂର୍ବତନ ଡେପୁଟି ଗଭର୍ଣ୍ଣର ଏଚ.ଆର ଖାନଙ୍କୁ ସିବିଆଇ ପଚରାଉଚରା କରିଛି।

Advertisment

ଅଭିଯୁକ୍ତ ନିରବ ମୋଦିଙ୍କୁ ଯେଉଁ ସମୟରେ ଏଲଓୟୁ ଜାରି ହୋଇଥିଲା, ସେତେବେଳେ ଆରବିଆଇର ପଲିସି କଣ ଥିଲା, ସେନେଇ ଖାନଙ୍କୁ ପଚରାଉଚରା କରିଛି ସିବିଆଇ। ତେବେ ଏହି ଦୁର୍ନୀତି ମାମଲାରେ ଖାନଙ୍କୁ ସନ୍ଦେହ ଚକ୍ଷୁରେ ଦେଖୁନି ସିବିଆଇ, ବରଂ ଆରବିଆଇ ପଲିସିରେ କିଛି ତ୍ରୁଟି ରହିଯାଇଥିଲା କି, ଯେଉଁଥିପାଇଁ ନିରବ ମୋଦି ଠକେଇ କରିପାରିଲେ, ସିବିଆଇ ଏନେଇ ଅନୁସନ୍ଧାନ କରୁଛି।

ଆରବିଆଇର ଆହୁରି ୪ ଜଣ ଅଧିକାରୀଙ୍କୁ ମଧ୍ୟ ପଚରାଉଚରା କରିଛି ସିବିଆଇ। ନିରବ ମୋଦିଙ୍କ ବିଷୟରେ ନୁହେଁ, ବରଂ ଠକେଇ ସମୟରେ ସୁନା ଆମଦାନୀ ନେଇ ଆରବିଆଇର ଯେଉଁ ସର୍କୁଲାର ବାହାରିଥିଲା, ତା ଉପରେ ସିବିଆଇ ପ୍ରଶ୍ନ କରିଥିବା କହିଛନ୍ତି ପୂର୍ବତନ ଡେପୁଟି ଗଭର୍ଣ୍ଣର ଏଚ୍. ଆର୍. ଖାନ୍। ସେ ୨୦୧୧ରୁ ୧୬ ମସିହା ପର୍ଯ୍ୟନ୍ତ ରେଗୁଲେସନ୍, ମାଇକ୍ରୋ ଇକନମିକ୍ ପଲିସି ଏବଂ ଫରେନ୍ ଏକ୍ସଚେଞ୍ଜ ମ୍ୟାନେଜମେଣ୍ଟ ଆକ୍ଟରେ ଇନ୍‌ଚାର୍ଜ ଭାବେ କାର୍ଯ୍ୟ କରୁଥିବାରୁ ତାଙ୍କୁ ଏହି ମାମଲାରେ ସିବିଆଇ ପଚରା ଉଚରା କରିଥିବା କୁହାଯାଉଛି।

Advertisment
RBI PNB Fraud
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ