Advertisment

ଦ୍ୱିତୀୟ ବିବାହ କଲେ ହିମେଶ ରେଶମିଆଁ

ମୁମ୍ବାଇ: ଏମିତି ଲାଗୁଛି ଯେମିତି ବଲିଉଡ଼୍‌ ଇଣ୍ଡଷ୍ଟ୍ରିରେ ବିବାହ ସିଜିନ୍‌ ଚାଲିଛି। ଗୋଟିଏ ସପ୍ତାହ ଭିତରେ ତିନି ତିନି ଜଣ ବଲିଉଡ଼ ଷ୍ଟାର ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି। ଯେତେବେଳେ ସୋନମ୍‌ କପୁରଙ୍କ ବିବାହକୁ ପୂରା ବି-ଟାଉନ୍‌ ବ୍ୟସ୍ତ ଥିଲା, ଠିକ୍‌ ସେହି ସମୟରେ ଅଭିନେତ୍ରୀ ନେହା ଧୂପିଆ ବିବାହ ଘୋଷଣା କରିଥିଲେ। ଏହାପରେ ବର୍ତ୍ତମାନ ବଲିଉଡ଼ର ପ୍ରଖ୍ୟାତ ଗାୟକ ଓ ମ୍ୟୁଜିକ୍‌ କମ୍ପୋଜର୍‌ ହିମେଶ ରେଶମିଆଁଙ୍କ ନାଁ ବିବାହ ତାଲିକାରେ ସାମିଲ ହୋଇଯାଇଛି। ହିମେଶ ତାଙ୍କ […]

ଦ୍ୱିତୀୟ ବିବାହ କଲେ ହିମେଶ ରେଶମିଆଁ

himesh reshmiya

Advertisment

ମୁମ୍ବାଇ: ଏମିତି ଲାଗୁଛି ଯେମିତି ବଲିଉଡ଼୍‌ ଇଣ୍ଡଷ୍ଟ୍ରିରେ ବିବାହ ସିଜିନ୍‌ ଚାଲିଛି। ଗୋଟିଏ ସପ୍ତାହ ଭିତରେ ତିନି ତିନି ଜଣ ବଲିଉଡ଼ ଷ୍ଟାର ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି। ଯେତେବେଳେ ସୋନମ୍‌ କପୁରଙ୍କ ବିବାହକୁ ପୂରା ବି-ଟାଉନ୍‌ ବ୍ୟସ୍ତ ଥିଲା, ଠିକ୍‌ ସେହି ସମୟରେ ଅଭିନେତ୍ରୀ ନେହା ଧୂପିଆ ବିବାହ ଘୋଷଣା କରିଥିଲେ। ଏହାପରେ ବର୍ତ୍ତମାନ ବଲିଉଡ଼ର ପ୍ରଖ୍ୟାତ ଗାୟକ ଓ ମ୍ୟୁଜିକ୍‌ କମ୍ପୋଜର୍‌ ହିମେଶ ରେଶମିଆଁଙ୍କ ନାଁ ବିବାହ ତାଲିକାରେ ସାମିଲ ହୋଇଯାଇଛି।publive-image

Advertisment

ହିମେଶ ତାଙ୍କ ଲଙ୍ଗ୍‌ ଟାଇମ୍‌ ଗର୍ଲଫ୍ରେଣ୍ଡ୍‌ ଅଭିନେତ୍ରୀ ସୋନିଆ କପୁରଙ୍କୁ ବିବାହ କରିଛନ୍ତି। ବିବାହ ପରେ ଦୁଲ୍‌ହା ରାଜା ହିମେଶ ଓ ଦୁଲ୍‌ହନ୍‌ ରୂପରେ ଥିବା ସୋନିଆଙ୍କ ପ୍ରଥମ ଫଟୋ ବର୍ତ୍ତମାନ ସାମ୍‌ନାକୁ ଆସିଛି। ଏହି ଫଟୋରେ ଉଭୟ ବହୁତ ସୁନ୍ଦର ଲାଗୁଛନ୍ତି।

publive-image

ହିମେଶ, ଟେଲିଭିଜନ୍‌ ଦୁନିଆରେ ଅଭିନୟ କରୁଥିବା ସୋନିଆଙ୍କୁ ବିବାହ କରିବା ପରେ ମେ ୧୧ରେ ଏକ ରିସେପ୍‌ସନ୍‌ ପାର୍ଟି ମଧ୍ୟ ରଖିଥିଲେ। ସେମାନଙ୍କର ବିବାହ ମୁହୂର୍ତ୍ତର ଏକ ଫଟୋକୁ ହିମେଶ ନିଜେ ସୋସିଆଲ ମିଡ଼ିଆରେ ପୋଷ୍ଟ କରିଛନ୍ତି। ଏହି ବିବାହରେ ଉଭୟଙ୍କ କେବଳ ଅତି ନିକଟତର ସମ୍ପର୍କୀୟ ଉପସ୍ଥିତ ଥିଲେ। ବିବାହ ଗୁଜରାଟି ଷ୍ଟାଇଲରେ ହୋଇଥିଲା।

Advertisment

ଏହା ହେଉଛି ହିମେଶଙ୍କ ଦ୍ୱିତୀୟ ବିବାହ। ପ୍ରଥମ ପତ୍ନୀ କୋମଲଙ୍କ ସହ ହିମେଶଙ୍କର ଗତବର୍ଷ ଜୁନ୍‌ ମାସରେ ତଲାକ୍‌ ହୋଇଥିଲା। ଉଭୟଙ୍କ ବିବାହକୁ ୨୨ବର୍ଷ ଚାଲିଥିବାବେଳେ, ସେମାନଙ୍କର ଏକ ପୁଅ ମଧ୍ୟ ଅଛି।

publive-image

ସୋନିଆଙ୍କୁ ଅନେକ ସିରିୟଲ୍‌ରେ ଦେଖିବାକୁ ମିଳିଛି। ସୂଚନା ଅନୁସାରେ, ହିମେଶ ଓ ସୋନିଆ ଉଭୟ ଗତ ୧୦ ବର୍ଷ ଧରି ଡେଟିଂ କରି ଆସୁଥିଲେ।

Advertisment
Himesh Reshamiya
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ