Advertisment

ଜାମ୍ମୁ କାଶ୍ମୀରରେ ସୁରକ୍ଷା କର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିବିନିୟ

ଶ୍ରୀନଗର: ଜାମ୍ମୁ କାଶ୍ମୀର ସୋପିଆନ୍‌ରେ ସୁରକ୍ଷା କର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିବିନିୟ ହୋଇଛି। ଏଥିରେ ଲସ୍କର-ଇ-ତୋଇବାର ମୋଷ୍ଟ ୱାଣ୍ଟେଡ୍ ଟପ୍ କମାଣ୍ଡର ସମେତ ୮ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି। ଜଣେ ଆତଙ୍କବାଦୀ ଆତ୍ମସମର୍ପଣ କରିଛି। ୪ଜଣ ଯବାନ ମଧ୍ୟ ଏଥିରେ ଆହତ ହୋଇଛନ୍ତି। ପ୍ରଥମେ ଦକ୍ଷିଣ କାଶ୍ମୀରରେ ଆତଙ୍କବାଦୀମାନେ ଘନ ଘନ ହମ୍‌ଲା କରିଥିଲେ। ଏହାପରେ ଯବାନମାନେ ସର୍ଚ୍ଚ ଅପରେସନ୍ କରି ସୋପିଆନ୍ ଓ ଅନନ୍ତନାଗରେ ଭିନ୍ନ ଭିନ୍ନ ସ୍ଥାନରେ ଏନ୍‌କାଉଣ୍ଟର କରିଥିଲେ। ଏଥିରେ […]

ଜାମ୍ମୁ କାଶ୍ମୀରରେ ସୁରକ୍ଷା କର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିବିନିୟ

encounter

Advertisment

ଶ୍ରୀନଗର: ଜାମ୍ମୁ କାଶ୍ମୀର ସୋପିଆନ୍‌ରେ ସୁରକ୍ଷା କର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିବିନିୟ ହୋଇଛି। ଏଥିରେ ଲସ୍କର-ଇ-ତୋଇବାର ମୋଷ୍ଟ ୱାଣ୍ଟେଡ୍ ଟପ୍ କମାଣ୍ଡର ସମେତ ୮ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି। ଜଣେ ଆତଙ୍କବାଦୀ ଆତ୍ମସମର୍ପଣ କରିଛି। ୪ଜଣ ଯବାନ ମଧ୍ୟ ଏଥିରେ ଆହତ ହୋଇଛନ୍ତି।

Advertisment

ପ୍ରଥମେ ଦକ୍ଷିଣ କାଶ୍ମୀରରେ ଆତଙ୍କବାଦୀମାନେ ଘନ ଘନ ହମ୍‌ଲା କରିଥିଲେ। ଏହାପରେ ଯବାନମାନେ ସର୍ଚ୍ଚ ଅପରେସନ୍ କରି ସୋପିଆନ୍ ଓ ଅନନ୍ତନାଗରେ ଭିନ୍ନ ଭିନ୍ନ ସ୍ଥାନରେ ଏନ୍‌କାଉଣ୍ଟର କରିଥିଲେ।

ଏଥିରେ ୭ ଆତଙ୍କବାଦୀ ସୋପିଆନ୍‌ରେ ନିହତ ହୋଇଥିବା ବେଳେ ଜଣେ ଆତଙ୍କବାଦୀ ଅନନ୍ତନାଗ ଜିଲ୍ଲାରେ ନିହତ ହୋଇଛି। ଏହାପରେ ସତର୍କତାମୂଳକ ପଦକ୍ଷେପ ସ୍ୱରୁପ ବନିହାଲ ଓ ଶ୍ରୀନଗର ମଧ୍ୟରେ ରେଳ ସେବାକୁ ବନ୍ଦ ରଖାଯାଇଛି। ଇଣ୍ଟରନେଟ୍ ସେବାକୁ ମଧ୍ୟ ଦକ୍ଷିଣ କାଶ୍ମୀରର କିଛି ସ୍ଥାନରେ ବନ୍ଦ ରଖାଯାଇଛି।

Advertisment

ଗତ ତିନି ଦିନ ଧରି ଆତଙ୍କବାଦୀଙ୍କ ପକ୍ଷରୁ ସିରିଜ୍‌ ହମ୍‌ଲା ପରେ ସୁରକ୍ଷାକର୍ମୀଙ୍କ ପକ୍ଷରୁ ବିଭିନ୍ନ ସ୍ଥାନରେ ଅପରେସନ୍ ଚାଲିଥିଲା।

Terrorists Killed Jammu And Kashmir Gunfight Between Security Forces And Terrorists
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ