Advertisment

ଡାଟା ଲିକ୍ ପରେ କେନ୍ଦ୍ର ସରକାରଙ୍କ କଡ଼ା ଆଭିମୁଖ୍ୟ

ନୂଆଦିଲ୍ଲୀ: ଫେସବୁକ୍‌କୁ ନୋଟିସ୍ କଲେ ଭାରତ ସରକାର। ଡାଟା ଲିକ୍ ହେବା ଘଟଣା ସମ୍ନାକୁ ଆସିବା ପରେ ଫେସବୁକ୍‌କୁ ଏନେଇ ନୋଟିସ୍ ଜାରି ହୋଇଛି। ଯାହା ନେଇ ଏପ୍ରିଲ ୭ ତାରିଖ ସୁଦ୍ଧା ଜବାବ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ସରକାର। ଭାରତୀୟ ଗ୍ରାହକଙ୍କ କ’ଣ କ’ଣ ତଥ୍ୟକୁ କମ୍ପାନୀ ହାତେଇଛି ସେ ନେଇ ନୋଟିସ୍‌ରେ ପ୍ରଶ୍ନ କରାଯାଇଥିବା ସୂଚନା ମିଳିଛି। କେବଳ ଏତିକି ନୁହଁ ଏସମସ୍ତ ଡାଟାକୁ କେଉଁ ଭଳି ମାଧ୍ୟମରେ ବ୍ୟବହାର ହୋଇଛି ତାକୁ ନେଇ […]

ଡାଟା ଲିକ୍ ପରେ କେନ୍ଦ୍ର ସରକାରଙ୍କ କଡ଼ା ଆଭିମୁଖ୍ୟ

facebook

Advertisment

ନୂଆଦିଲ୍ଲୀ: ଫେସବୁକ୍‌କୁ ନୋଟିସ୍ କଲେ ଭାରତ ସରକାର। ଡାଟା ଲିକ୍ ହେବା ଘଟଣା ସମ୍ନାକୁ ଆସିବା ପରେ ଫେସବୁକ୍‌କୁ ଏନେଇ ନୋଟିସ୍ ଜାରି ହୋଇଛି।

Advertisment

ଯାହା ନେଇ ଏପ୍ରିଲ ୭ ତାରିଖ ସୁଦ୍ଧା ଜବାବ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ସରକାର। ଭାରତୀୟ ଗ୍ରାହକଙ୍କ କ’ଣ କ’ଣ ତଥ୍ୟକୁ କମ୍ପାନୀ ହାତେଇଛି ସେ ନେଇ ନୋଟିସ୍‌ରେ ପ୍ରଶ୍ନ କରାଯାଇଥିବା ସୂଚନା ମିଳିଛି। କେବଳ ଏତିକି ନୁହଁ ଏସମସ୍ତ ଡାଟାକୁ କେଉଁ ଭଳି ମାଧ୍ୟମରେ ବ୍ୟବହାର ହୋଇଛି ତାକୁ ନେଇ ମଧ୍ୟ ନୋଟିସ୍‌ରେ ପ୍ରଶ୍ନ ଉଲ୍ଲେଖ ରହିଛି।

ଏହାପୂର୍ବରୁ ଫେସବୁକ୍‌ରେ ସହଭାଗିତାରେ କାମ କରୁଥିବା କେମ୍ବରିଜ୍  ଆନାଲିଟିକାକୁ ନୋଟିସ୍ କରିଥିଲେ ସୂଚନା ଏବଂ ପ୍ରଯୁକ୍ତିବିଦ୍ୟା ବିଭାଗ। ବିଭିନ୍ନ ମାଧ୍ୟମରେ ସୋସିଆଲ ମିଡିଆର ଡାଟାକୁ ହ୍ୟାକ୍ କରାଯାଇଥିବା ଅଭିଯୋଗ ହୋଇଥିଲା।

Advertisment

କେମ୍ବରିଜ୍  ଆନାଲିଟିକା ସଂସ୍ଥା ଏଥିରେ ସଂପୃକ୍ତ ଥିବା ସ୍ୱୀକାର କରିଥିଲା। ଏହି ସଂସ୍ଥା ସାହାଯ୍ୟରେ ବିଜେପି, କଂଗ୍ରେସ ଏବଂ ଜେଡିୟୁ ଭିନ୍ନ ଭିନ୍ନ ସମୟରେ ଡାଟା ହାତେଇଥିବା ଅଭିଯୋଗ ହୋଇଛି। ନିର୍ବାଚନ ବେଳେ ଏହି ଡାଟାକୁ ବ୍ୟବହାର କରାଯାଇଥିଲା।

ତେବେ ଏପରି ଅଭିଯୋଗକୁ ସମସ୍ତ ରାଜନୈତିକ ଦଳ ଖାରଜ କରିଥିଲେ। କିନ୍ତୁ ଏହାକୁ ନେଇ ଜୋର ଧରିଛି ଆରୋପ ପ୍ରତ୍ୟାରୋପ ରାଜନୀତି।

Advertisment
Facebook Facebook Data Leak
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ