kohali
ମୁମ୍ବାଇ : ୨୦୧୭ରେ ସବୁଠୁ ଚର୍ଚ୍ଚିତ ବିବାହ ଥିଲା ଭାରତୀୟ କ୍ରିକେଟ୍ ଦଳର ଅଧିନାୟକ ବିରାଟ କୋହଲି ଓ ବଲିଉଡ୍ ଅଭିନେତ୍ରୀ ଅନୁଷ୍କା ଶର୍ମାଙ୍କ ବିବାହ।। ଏବେ ତାଙ୍କ ବିବାହକୁ କିଛି ମାସ ହୋଇଛି କି ନାହିଁ ଶୁଣାଯାଉଛି ଅନୁଷ୍କା ଗର୍ଭବତୀ ଅଛନ୍ତି। ଆପଣ ବି କଥାଟା ଶୁଣି ଆଶ୍ଚର୍ଯ୍ୟ ହୋଇଯିବେଣି। ତେବେ ପ୍ରକୃତ କଥାଟା କ'ଣ ଜାଣନ୍ତୁ।
କୋହଲି ଦକ୍ଷିଣ ଆଫ୍ରିକା ସିରିଜ୍ ପରେ ବିଶ୍ରାମ ନେଇଛନ୍ତି। ଶ୍ରୀଲଙ୍କାରେ ଖେଳାଯାଉଥିବା ନିଦାହାସ ଟ୍ରଫି ପାଇଁ ଖେଳୁ ନାହାଁନ୍ତି। ତେଣୁ ଏବେ ସେ ପୁରା ସମୟ ନିଜର ପତ୍ନୀ ଅନୁଷ୍କା ଓ ପରିବାର ସହ ବିତାଇବାର ଦେଖିବାକୁ ମିଳୁଛି। ସୋସିଆଲ୍ ମିଡିଆରେ ସବୁବେଳେ ସକ୍ରିୟ ରହୁଥିବା ବିରାଟ ଭ୍ୟାକେସନ୍ର ଫଟୋ ମଧ୍ୟ ସେୟାର କରୁଛନ୍ତି। ନିକଟରେ ସେ ଅନୁଷ୍କାଙ୍କ ସହ ଏକ ଫଟୋ ସେୟାର କରିଥିଲେ। ଏବେ ଏକ ଟ୍ୱିଟ୍ କରିଛନ୍ତି କରି କହିଛନ୍ତି- "ଏଠାରେ ବହୁତ କିଛି ଘଟୁଛି, ସେ ସବୁ ବିଷୟରେ ଜଲ୍ଦି ଖବର ମିଳିବ" । ଏହି ଗୋଟେ ଲାଇନ୍ର ଟ୍ୱିଟ୍ ଏବେ ଖୁବ୍ ଭାଇରାଲ୍ ହେବା ସହ ସମସ୍ତଙ୍କ ମନରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। କିଛି ପ୍ରଶଂସକଙ୍କ ଟ୍ୱିଟ୍ରେ ଲେଖିଛନ୍ତି " କ'ଣ ଅନୁଷ୍କା ଗର୍ଭବତୀ ଅଛନ୍ତି ?" ଆଉ କିଛି ଲୋକ କହିଛନ୍ତି କ'ଣ "ଛୋଟ କୋହଲି ଆସିବାକୁ ଯାଉଛନ୍ତି" ?
ତେବେ ଏସବୁ ଟ୍ୱିଟ୍ର କୋହଲି କିଛି ଉତ୍ତର ରଖି ନାହାଁନ୍ତି। କିନ୍ତୁ କୋହଲିଙ୍କର ଏହି ଟ୍ୱିଟ୍ ଏବେବି ଲୋକଙ୍କୁ ଦ୍ୱନ୍ଦରେ ରଖିଛି ଯେ ,ଏହାର ଅର୍ଥ କଣ? ସତରେ କଣ ଅନୁଷ୍କା ଗର୍ଭବତୀ ?
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/kohali_1626432475.jpg)