missbeaving girl
Advertisment
ଭୁବନେଶ୍ୱର : ରାଜଧାନୀରେ ଚଳନ୍ତା ବସ୍ରେ ଜଣେ ଯୁବତୀଙ୍କୁ ଅସଦାଚରଣ ଭିଡିଓ ଭାଇରାଲ। ଖଣ୍ଡଗିରି ଅଞ୍ଚଳରେ ଏହି ଘଟଣା ଘଟିଥିବା ସୂଚନା ମିଳିଛି। ବସ୍ରେ ଯାଉଥିବା ବେଳେ ଅସଦାଚରଣ ଶିକାର ହୋଇଛନ୍ତି ଯୁବତୀ। ପାଖ ସିଟ୍ରେ ବସିଥିବା ବ୍ୟକ୍ତି ଜଣକ ଅସଦାଚରଣ କରିବାରୁ ଜୋତାରେ ପିଟିଥିଲେ ଯୁବତୀ।
Advertisment
ଯୁବତୀଙ୍କ ସମସ୍ତ ଅଭିଯୋଗକୁ ସଂପୃକ୍ତ ଯୁବକ ଅସ୍ୱୀକାର କରିଥିଲେ ଏବଂ ବସ୍ରୁ ଓହ୍ଲାଇବା ପାଇଁ ରାଜି ହୋଇ ନ ଥିଲେ। ଏହି ଘଟଣାକୁ ନେଇ ବସ୍ ମଧ୍ୟରେ ଉତ୍ତେଜନା ଦେଖା ଦେଇଥିଲା। ବସ୍ରେ ଥିବା ଅନ୍ୟ ଯାତ୍ରୀ ଏହାକୁ ବିରୋଧ କରିଥିଲେ। ଶେଷରେ ସଂପୃକ୍ତ ଯୁବକଙ୍କୁ ବସ୍ ଓହ୍ଲାଇ ଦିଆଯାଇଥିଲା।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/missbeaving-girl_1626501696.jpg)