Advertisment

ଅଧ୍ୟକ୍ଷଙ୍କ ବିରୋଧରେ ଅସଦାଚରଣ ଅଭିଯୋଗ

ଭୁବନେଶ୍ୱର : ଭୁବନେଶ୍ୱରର ପ୍ରତିଷ୍ଠିତ ଘରୋଇ ଶିକ୍ଷାନୁଷ୍ଠାନ ଅଧ୍ୟକ୍ଷଙ୍କୁ ବ୍ଲାକମେଲିଂ ଘଟଣାରେ ଟୁଇଷ୍ଟ। ପୂର୍ବରୁ ଘଟଣା ପଛରେ ଜଣେ ଯୁବତୀଙ୍କ ହାତ ଥିବା କୁହାଯାଉଥିବାବେଳେ, ଘଟଣା ନେଇ ମୁହଁ ଖୋଲିଛନ୍ତି ସଂପୃକ୍ତ ଯୁବତୀ। ଏକ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ଯୁବତୀ ଜଣଙ୍କ ଅଭିଯୋଗକୁ ଖଣ୍ଡନ କରିବା ସହ ତାଙ୍କୁ ଅଧ୍ୟକ୍ଷ ଅସଦାଚରଣ କରିଥିବା ଅଭିଯୋଗ କରିଛନ୍ତି। ପୋଲିସର କାର୍ଯ୍ୟାନୁଷ୍ଠାନ ଭୟରେ ପ୍ରଥମେ ଯୁବତୀ ଜଣଙ୍କ ନିଜ ବୟାନକୁ ସୋସିଆଲ୍ ମିଡିଆରେ ଭାଇରାଲ୍ କରିଥିଲେ। ଏହାପରେ ସିଧାସଳଖ ଆସିଥିଲେ […]

ଅଧ୍ୟକ୍ଷଙ୍କ ବିରୋଧରେ ଅସଦାଚରଣ ଅଭିଯୋଗ

girl

Advertisment

ଭୁବନେଶ୍ୱର : ଭୁବନେଶ୍ୱରର ପ୍ରତିଷ୍ଠିତ ଘରୋଇ ଶିକ୍ଷାନୁଷ୍ଠାନ ଅଧ୍ୟକ୍ଷଙ୍କୁ ବ୍ଲାକମେଲିଂ ଘଟଣାରେ ଟୁଇଷ୍ଟ। ପୂର୍ବରୁ ଘଟଣା ପଛରେ ଜଣେ ଯୁବତୀଙ୍କ ହାତ ଥିବା କୁହାଯାଉଥିବାବେଳେ, ଘଟଣା ନେଇ ମୁହଁ ଖୋଲିଛନ୍ତି ସଂପୃକ୍ତ ଯୁବତୀ। ଏକ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ଯୁବତୀ ଜଣଙ୍କ ଅଭିଯୋଗକୁ ଖଣ୍ଡନ କରିବା ସହ ତାଙ୍କୁ ଅଧ୍ୟକ୍ଷ ଅସଦାଚରଣ କରିଥିବା ଅଭିଯୋଗ କରିଛନ୍ତି।

Advertisment

ପୋଲିସର କାର୍ଯ୍ୟାନୁଷ୍ଠାନ ଭୟରେ ପ୍ରଥମେ ଯୁବତୀ ଜଣଙ୍କ ନିଜ ବୟାନକୁ ସୋସିଆଲ୍ ମିଡିଆରେ ଭାଇରାଲ୍ କରିଥିଲେ। ଏହାପରେ ସିଧାସଳଖ ଆସିଥିଲେ ଗଣମାଧ୍ୟମ ଆଗକୁ। ଯେଉଁଥିରେ ଘରୋଇ ଶିକ୍ଷାନୁଷ୍ଠାନର ଅଧ୍ୟକ୍ଷ ତାଙ୍କୁ ଅସଦାଚରଣ କରିଥିବା ସେ ଗଣମାଧ୍ୟମକୁ କହିଛନ୍ତି।

ତେବେ ଅଧ୍ୟକ୍ଷଙ୍କୁ ବ୍ଲାକ ମେଲିଂ କରି ୧୦ଲକ୍ଷ ଟଙ୍କା ମାଗିବା ଘଟଣାରେ ସେ ସଂପୃକ୍ତି ନଥିବା ରୋକ ଠୋକ୍ ମନା କରିଦେଇଛନ୍ତି। ଏହାସହ ଯୁବତୀ ଜଣଙ୍କ ଜଣେ କଣ୍ଟ୍ରାକ୍ଟର ମାଧ୍ୟମରେ ଚାକିରୀ ପାଇଁ ଯାଇଥିଲେ ଏବଂ ଗିରଫ ଯୁବକ ମାନେ କଣ୍ଟ୍ରାକ୍ଟରଙ୍କ ସାଙ୍ଗ ବୋଲି ସେ କହିଛନ୍ତି। ତେବେ ଅସଦାଚରଣ କଥା ଗିରଫ ଯୁବକଙ୍କ ମଧ୍ୟରୁ କିଛି ଜଣଙ୍କୁ କହିଥିବା ସେ ସ୍ୱୀକାର କରିଛନ୍ତି।

Advertisment

ସେପଟେ ଯୁବତୀଙ୍କ ଅଭିଯୋଗ ଉପରେ କଲେଜ କର୍ତ୍ତୃପକ୍ଷ ଜବାବ ରଖିବା ସହ ସେ ଅସଦାଚରଣ କରିନଥିବା କହିଛନ୍ତି। ତେବେ ତାଙ୍କୁ ଅପହରଣ କରି ନିଆଯାଇ ଯୋର ଜବରଦସ୍ତ ଭିଡିଓ କରାଯାଇଥିବା ପାଲଟା ଅଭିଯୋଗ କରିଛନ୍ତି। ଏହାସହ ଘଟଣା ପଛରେ ଯୁବତୀଙ୍କ ସଂପୃକ୍ତି ଥିବା ସେ କହିଛନ୍ତି। ଆରପଟେ ଘଟଣା ନେଇ ପୋଲିସ ତଦନ୍ତ ଜାରି ରଖିଛି।  ଯୁବତୀଙ୍କ ସହ ଗିରଫ ଯୁବକଙ୍କ ମଧ୍ୟରେ କି ସଂପର୍କ ରହିଛି ସେନେଇ ଖୋଳତାଡ ଜାରି ରଖିଛି।

ଉଲ୍ଲେଖନୀୟ ଯେ ,ନିକଟରେ ଏକ ଘରୋଇ ଶିକ୍ଷାନୁଷ୍ଠାନ ମାଲିକଙ୍କୁ ବ୍ଲାକ୍‌ ମେଲିଂ କରି ୧୦ଲକ୍ଷ ଟଙ୍କା ମାଗିବା ଘଟଣାରେ ପୋଲିସ ୪ଜଣଙ୍କୁ ଗିରଫ କରିଥିଲା। ଏଥିରେ ଜଣେ ଯୁବତୀଙ୍କୁ ବ୍ୟବହାର କରାଯାଇଥିବା ସଂପୃକ୍ତ ଅଧ୍ୟକ୍ଷ ଅଭିଯୋଗ କରିଥିଲେ। ଏଠି ପ୍ରଶ୍ନ ଉଠୁଛି ଅସଦାଚରଣ ପରେ ଯୁବତୀ ଜଣଙ୍କ କାହିଁକି ପୋଲିସକୁ ଜଣାଇଲେ ନାହିଁ। ବ୍ଲାକ ମେଲିଂ ଘଟଣାରେ ୪ଜଣ ଗିରଫ ହେବା ପରେ କାର୍ଯ୍ୟାନୁଷ୍ଠାନ ଭୟରେ ଏଭଳି କରୁଛନ୍ତି କି?

Advertisment
Odisha Latest Bhubaneswar News Girl Brings Sexually Harassed Charges Against Principal
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ