Advertisment

ମଦ ପିଆଇ ଯୁବତୀଙ୍କୁ ଦୁଷ୍କର୍ମ ନେଇ ହୋଇଥିଲା ଅଭିଯୋଗ

କଳାହାଣ୍ଡି: କଳାହାଣ୍ଡି ଜୁନାଗଡରେ ଯୁବତୀଙ୍କୁ ମଦ ପିଆଇ ଦୁଷ୍କର୍ମ ଓ ଭିଡିଓ ଭାଇରାଲ ଘଟଣାରେ ୩ ଅଭିଯୁକ୍ତ ଗିରଫ। ଏନେଇ ଏକ ସାମ୍ବାଦିକ ସମ୍ମିଳନୀରେ ଆଜି ସୂଚନା ଦେଇଛନ୍ତି କଳାହାଣ୍ଡି ଏସ୍‌ପି ଏମ୍. ସନ୍ଦିପ ସମ୍ପତ୍। ଅଭିଯୁକ୍ତମାନେ ହେଲେ ଚିତ୍ତରଂଜନ ଗୁରୁ, ମୁକୁନ୍ଦ ଗୁରୁ ଓ ସୁଶାନ୍ତ ପ୍ରଧାନୀ। ଆଜି ସମସ୍ତ ଅଭିଯୁକ୍ତଙ୍କୁ କୋର୍ଟ ଚଲାଣ କରାଯାଇଛି। ଗତ ୩୧ ତାରିଖ ସନ୍ଧ୍ୟାରେ ଯୁବତୀ ଜଣଙ୍କ ଶନି ମନ୍ଦିରରୁ ଫେରୁଥିବା ବେଳେ ଅଭିଯୁକ୍ତମାନେ ତାଙ୍କୁ ଭତ୍ରା ଯୋର ଡ୍ୟାମ୍‌ […]

ମଦ ପିଆଇ ଯୁବତୀଙ୍କୁ ଦୁଷ୍କର୍ମ ନେଇ ହୋଇଥିଲା ଅଭିଯୋଗ

kalahandi

Advertisment

କଳାହାଣ୍ଡି: କଳାହାଣ୍ଡି ଜୁନାଗଡରେ ଯୁବତୀଙ୍କୁ ମଦ ପିଆଇ ଦୁଷ୍କର୍ମ ଓ ଭିଡିଓ ଭାଇରାଲ ଘଟଣାରେ ୩ ଅଭିଯୁକ୍ତ ଗିରଫ। ଏନେଇ ଏକ ସାମ୍ବାଦିକ ସମ୍ମିଳନୀରେ ଆଜି ସୂଚନା ଦେଇଛନ୍ତି କଳାହାଣ୍ଡି ଏସ୍‌ପି ଏମ୍. ସନ୍ଦିପ ସମ୍ପତ୍।

Advertisment

ଅଭିଯୁକ୍ତମାନେ ହେଲେ ଚିତ୍ତରଂଜନ ଗୁରୁ, ମୁକୁନ୍ଦ ଗୁରୁ ଓ ସୁଶାନ୍ତ ପ୍ରଧାନୀ। ଆଜି ସମସ୍ତ ଅଭିଯୁକ୍ତଙ୍କୁ କୋର୍ଟ ଚଲାଣ କରାଯାଇଛି। ଗତ ୩୧ ତାରିଖ ସନ୍ଧ୍ୟାରେ ଯୁବତୀ ଜଣଙ୍କ ଶନି ମନ୍ଦିରରୁ ଫେରୁଥିବା ବେଳେ ଅଭିଯୁକ୍ତମାନେ ତାଙ୍କୁ ଭତ୍ରା ଯୋର ଡ୍ୟାମ୍‌ ନିକଟକୁ ଟେକି ନେଇ ମଦ ପିଆଇ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା। ଦୁଷ୍କର୍ମ ପରେ ସମ୍ପୃକ୍ତ ଯୁବତୀଙ୍କ ଭିଡ଼ିଓ ଭାଇରାଲ କରିଥିଲେ ଅଭିଯୁକ୍ତ।

ପ୍ରଥମେ ଲୋକଲଜ୍ଜା ଭୟରେ ଯୁବତୀ ଜଣଙ୍କ ଥାନାରେ ଅଭିଯୋଗ କରିନଥିଲେ। କିନ୍ତୁ ପରେ ଭିଡିଓ ଭାଇରାଲ ପରେ ଯୁବତୀଙ୍କ ପରିବାର ଲୋକେ ଜୁନାଗଡ ଥାନାରେ ଅଭିଯୋଗ କରିଥିଲେ।  ଜୁନାଗଡ଼ ପୋଲିସ ଘଟଣାର ତଦନ୍ତ କରି ତିନି ଜଣଙ୍କୁ ଗିରଫ କରିଛି।

Advertisment
Kalahandi Dharmagarh Viral Video
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ