Advertisment

ଲାଲ୍‌ କ୍ୟାମ୍ପରେ ଜର୍ମାନୀ ହତିଆର

ଭୁବନେଶ୍ୱର: ମାଓବାଦୀଙ୍କ ବିଦେଶୀ ଲିଙ୍କ୍। ଲାଲବାହିନୀ କ୍ୟାମ୍ପରୁ ମିଳିଛି ଜର୍ମାନୀ ବନ୍ଧୁକ। ଛତିଶଗଡ଼ ସୁକ୍‌ମା ଅଞ୍ଚଳରେ ସକ୍ରିୟ ଥିବା ମାଓବାଦୀଙ୍କ ନିକଟରୁ ମିଳିଛି ଜି-ଥ୍ରୀ ବନ୍ଧୁକ। ଗତ ୧ ତାରିଖରେ ଛତିଶଗଡ଼ ଜିଲ୍ଲା କିସ୍ତାରାମ ଜଙ୍ଗଲରେ ହୋଇଥିବା ସୁରକ୍ଷାକର୍ମୀଙ୍କ ଅପରେସନ ସମୟରେ ମିଳିଛି ଏହି ବିଦେଶୀ ବନ୍ଧୁକ। ତେବେ ମାଓବାଦୀଙ୍କ ହାତକୁ ଏହି ବିଦେଶୀ ହତିଆର ଆସିଲା କେମିତି ? ମାଓବାଦୀଙ୍କ ସହ ଜର୍ମାନ ଲିଙ୍କ୍ ହେଲା କେମିତି ? ତାକୁ ନେଇ ପ୍ରଶ୍ନ ଉଠିଥିବାବେଳେ ପୋଲିସ […]

ଲାଲ୍‌ କ୍ୟାମ୍ପରେ ଜର୍ମାନୀ ହତିଆର

maoist

Advertisment

ଭୁବନେଶ୍ୱର: ମାଓବାଦୀଙ୍କ ବିଦେଶୀ ଲିଙ୍କ୍। ଲାଲବାହିନୀ କ୍ୟାମ୍ପରୁ ମିଳିଛି ଜର୍ମାନୀ ବନ୍ଧୁକ। ଛତିଶଗଡ଼ ସୁକ୍‌ମା ଅଞ୍ଚଳରେ ସକ୍ରିୟ ଥିବା ମାଓବାଦୀଙ୍କ ନିକଟରୁ ମିଳିଛି ଜି-ଥ୍ରୀ ବନ୍ଧୁକ।

Advertisment

ଗତ ୧ ତାରିଖରେ ଛତିଶଗଡ଼ ଜିଲ୍ଲା କିସ୍ତାରାମ ଜଙ୍ଗଲରେ ହୋଇଥିବା ସୁରକ୍ଷାକର୍ମୀଙ୍କ ଅପରେସନ ସମୟରେ ମିଳିଛି ଏହି ବିଦେଶୀ ବନ୍ଧୁକ।

ତେବେ ମାଓବାଦୀଙ୍କ ହାତକୁ ଏହି ବିଦେଶୀ ହତିଆର ଆସିଲା କେମିତି ? ମାଓବାଦୀଙ୍କ ସହ ଜର୍ମାନ ଲିଙ୍କ୍ ହେଲା କେମିତି ? ତାକୁ ନେଇ ପ୍ରଶ୍ନ ଉଠିଥିବାବେଳେ ପୋଲିସ ଖୋଳତାଡ଼ ଜାରି ରଖିଛି। ମାଓବାଦୀମାନେ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ମଧ୍ୟ ବ୍ୟବହାର କରୁଥିବା ସୂଚନା ମିଳିଛି।

Advertisment

ଏପରିକି ପୋଲିସ ଅପରେସନକୁ ପ୍ରତିହତ କରିବା ପାଇଁ ରକେଟ୍ ଲଞ୍ଚର ମଧ୍ୟ ବ୍ୟବହାର କରୁଛନ୍ତି ମାଓବାଦୀ। ମାଓବାଦୀଙ୍କ ଏଭଳି ରଣନୀତି ଏବେ ସୁରକ୍ଷାକର୍ମୀଙ୍କ ପାଇଁ ବଡ଼ ଚାଲେଞ୍ଜ ପାଲଟିଛି।

Maoist Maoist Camp
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ