Advertisment

ଅବହେଳିତ ମୟୁରଭଞ୍ଜର ଅମର୍ଦ୍ଦା ଏୟାରଷ୍ଟ୍ରିପ

ମୟୁରଭଞ୍ଜ : ୯ ଶହ ଏକର ଅଞ୍ଚଳ। ୧୧ ହଜାର୍ ଫୁଟ୍ ବା ସାଢ଼େ ୩ କିଲୋମିଟରର ରନ୍‌ୱେ। ଏ ହେଉଛି ମୟୁରଭଞ୍ଜ ଜିଲ୍ଲାର ଅମର୍ଦ୍ଦା ଏୟାରଷ୍ଟ୍ରିପ୍। ଏହାକୁ ଏସିଆର ସର୍ବବୃହତ୍ ଏୟାରଷ୍ଟ୍ରିପ୍ କୁହାଯାଉଥିଲା। ହେଲେ ଏବେ ଏହା ଅବହେଳିତ ଅବସ୍ଥାରେ। ଚାରିଆଡ଼େ ବଣବୁଦା ଓ ଉଇହୁଙ୍କାରେ ଭର୍ତ୍ତି ଦିଶୁଛି ତ କେବଳ ରନ୍‌ୱେର ଏଇ ୧ ନମ୍ବର ଲ୍ୟାଣ୍ଡିଂ ଜୋନ୍ ଓ ଗୋଟିଏ ବଙ୍କର୍  କୁହାଯାଏ। ୧୯୪୦ ମସିହାରେ ଦ୍ୱିତୀୟ ବିଶ୍ୱଯୁଦ୍ଧ ବେଳେ ଏହାକୁ ଜାପାନ […]

ଅବହେଳିତ ମୟୁରଭଞ୍ଜର ଅମର୍ଦ୍ଦା ଏୟାରଷ୍ଟ୍ରିପ

airstrike

Advertisment

ମୟୁରଭଞ୍ଜ : ୯ ଶହ ଏକର ଅଞ୍ଚଳ। ୧୧ ହଜାର୍ ଫୁଟ୍ ବା ସାଢ଼େ ୩ କିଲୋମିଟରର ରନ୍‌ୱେ। ଏ ହେଉଛି ମୟୁରଭଞ୍ଜ ଜିଲ୍ଲାର ଅମର୍ଦ୍ଦା ଏୟାରଷ୍ଟ୍ରିପ୍। ଏହାକୁ ଏସିଆର ସର୍ବବୃହତ୍ ଏୟାରଷ୍ଟ୍ରିପ୍ କୁହାଯାଉଥିଲା। ହେଲେ ଏବେ ଏହା ଅବହେଳିତ ଅବସ୍ଥାରେ। ଚାରିଆଡ଼େ ବଣବୁଦା ଓ ଉଇହୁଙ୍କାରେ ଭର୍ତ୍ତି ଦିଶୁଛି ତ କେବଳ ରନ୍‌ୱେର ଏଇ ୧ ନମ୍ବର ଲ୍ୟାଣ୍ଡିଂ ଜୋନ୍ ଓ ଗୋଟିଏ ବଙ୍କର୍  କୁହାଯାଏ।

Advertisment

୧୯୪୦ ମସିହାରେ ଦ୍ୱିତୀୟ ବିଶ୍ୱଯୁଦ୍ଧ ବେଳେ ଏହାକୁ ଜାପାନ ବିରୋଧରେ ବ୍ୟବହାର କରିଥିଲେ ବ୍ରିଟିଶ୍ ସରକାର।  ସେତେବେଳେ ଏହାକୁ ତିଆରି କରିବାକୁ ଖର୍ଚ୍ଚ ହୋଇଥିଲା ୩ କୋଟି ଟଙ୍କା।

ଲୋକଲୋଚନଠୁ ବହୁ ଦୂରରେ ଥିବା ଇଂରେଜ୍ ଅମଳର ଏୟାରଷ୍ଟ୍ରିପ୍ ହୁଏତ ଆଜି ବି ବହନ କରୁଥାଇପାରେ ଅନେକ ଇତିହାସର ଗାଥା। ଏହି ବଙ୍କର୍ ହିଁ ତାହାର ମୁକସାକ୍ଷୀ। ଏହା ଭିତରକୁ ୧୫-୨୦ ଫୁଟ୍ ଯିବା ପରେ ଏକ ସିମେଣ୍ଟ୍ କଂକ୍ରିଟ କାନ୍ଥରେ ବଙ୍କର୍‌କୁ ସିଲ୍ କରାଯାଇଥିବା ଦେଖିବାକୁ ମିଳେ।

Advertisment

କୁହାଯାଏ, ବ୍ରିଟିଶ୍ ସେନା ଏହି ସ୍ଥାନକୁ ଛାଡ଼ିବା ପୂର୍ବରୁ ଏଠାରେ ଗୋଳାବାରୁଦ, ଗାଡ଼ି ଓ ଅନ୍ୟ ସରଞ୍ଜାମ ଛାଡ଼ିଯାଇଥିଲେ ଏବଂ ତାହାକୁ ବଙ୍କର୍ ଭିତରେ ସିଲ୍ କରିଦେଇଥିଲେ। ହୁଏତ ଏହାକୁ ଖୋଳାଗଲେ ସଠିକ୍ ତଥ୍ୟ ସାମ୍ନାକୁ ଆସି ପାରିବ। ତେଣୁ ଏହି ସ୍ଥାନ ବିଷୟରେ ଅଧିକ ଗବେଷଣାର ଆବଶ୍ୟକତା ଥିବା ସ୍ଥାନୀୟ ଯୁବପିଢ଼ି ମତ ରଖିଛନ୍ତି।

Mayurbhanj World War II Forgotten Airstrip At Amarda
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ