Advertisment

ଅତୀତର ଭୁଲ୍‌କୁ ସୁଧାରିଲେ କଂଗ୍ରେସ ସୁଦୃଢ଼ ହେବ

ଭୁବନେଶ୍ୱର: କଂଗ୍ରେସ ଉଠିଲେ, ଓଡ଼ିଶା ହସିବ। ଅତୀତର ଭୁଲ୍‌କୁ ସୁଧାରିଲେ କଂଗ୍ରେସ ସୁଦୃଢ଼ ହେବ। ମୁଖିଆ ମୁକୁଟ ପିନ୍ଧି ନୂଆଦିଲ୍ଲୀରୁ ଫେରିବା ପରେ ଗତକାଲି ରାଜ୍ୟ କଂଗ୍ରେସ ଭବନରେ ଆୟୋଜିତ କାର୍ଯ୍ୟକ୍ରମରେ ଏଭଳି ଉଦ୍‌ବୋଧନ ଦେଇଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ। ଏହାସହ ନିଜ ଉଦ୍‌ବୋଧନରେ ଆଗାମୀ ୨୦୧୯ ସାଧାରଣ ନିର୍ବାଚନ ନେଇ ମଧ୍ୟ କର୍ମୀଙ୍କୁ ଆହ୍ୱାନ କରିଛନ୍ତି। ଭୁବନେଶ୍ୱରରେ ଥିବା ଲୋକଙ୍କୁ  ନୁହଁ, ବରଂ ଗାଁର ଲୋକଙ୍କୁ ଟିକେଟ୍ ମିଳିବ ବୋଲି ନିରଞ୍ଜନ ଖୋଲା ମଞ୍ଚରେ […]

ଅତୀତର ଭୁଲ୍‌କୁ ସୁଧାରିଲେ କଂଗ୍ରେସ ସୁଦୃଢ଼ ହେବ

niranjan patnaik

Advertisment

ଭୁବନେଶ୍ୱର: କଂଗ୍ରେସ ଉଠିଲେ, ଓଡ଼ିଶା ହସିବ। ଅତୀତର ଭୁଲ୍‌କୁ ସୁଧାରିଲେ କଂଗ୍ରେସ ସୁଦୃଢ଼ ହେବ। ମୁଖିଆ ମୁକୁଟ ପିନ୍ଧି ନୂଆଦିଲ୍ଲୀରୁ ଫେରିବା ପରେ ଗତକାଲି ରାଜ୍ୟ କଂଗ୍ରେସ ଭବନରେ ଆୟୋଜିତ କାର୍ଯ୍ୟକ୍ରମରେ ଏଭଳି ଉଦ୍‌ବୋଧନ ଦେଇଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ।

Advertisment

ଏହାସହ ନିଜ ଉଦ୍‌ବୋଧନରେ ଆଗାମୀ ୨୦୧୯ ସାଧାରଣ ନିର୍ବାଚନ ନେଇ ମଧ୍ୟ କର୍ମୀଙ୍କୁ ଆହ୍ୱାନ କରିଛନ୍ତି। ଭୁବନେଶ୍ୱରରେ ଥିବା ଲୋକଙ୍କୁ  ନୁହଁ, ବରଂ ଗାଁର ଲୋକଙ୍କୁ ଟିକେଟ୍ ମିଳିବ ବୋଲି ନିରଞ୍ଜନ ଖୋଲା ମଞ୍ଚରେ କହିଛନ୍ତି।

ଲୋକଙ୍କ ସହ ଯିଏ ରହିବ ତାକୁ ଟିକେଟ ମିଳିବ। ଏହାସହ ବିଶୃଙ୍ଖଳିତ ଏବଂ ଅପରାଧ ପୃଷ୍ଠ ଭୂମିରେ ଜଡ଼ିତ ବ୍ୟକ୍ତି ବିଶେଷଙ୍କୁ ଟିକେଟ ଦିଆଯିବ ନାହିଁ ବୋଲି ନିରଞ୍ଜନ କହିଛନ୍ତି।

Advertisment

ନୂଆ ଦାୟିତ୍ୱ ଗ୍ରହଣ ପରେ ଆଜି ନିରଞ୍ଜନ ପୁରୀ ଯାଇ ମହାପ୍ରଭୁ ଜଗନ୍ନାଥଙ୍କୁ ଦର୍ଶନ କରିବେ। ଏହାପରେ  ଭୁବନେଶ୍ୱର ଫେରି ବିଧାୟକଙ୍କ ସହ ସାକ୍ଷାତ ଓ ଆଲୋଚନା କରିବେ। ପରେ ଯୁବ କଂଗ୍ରେସ, ଛାତ୍ର କଂଗ୍ରେସ, ମହିଳା କଂଗ୍ରେସ ଏବଂ ଜିଲ୍ଲା କଂଗ୍ରେସର ସଭାପତିଙ୍କ ସହ ମଧ୍ୟ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି।

Congress Niranjan Patnaik Odisha Pradesh Congress Committee Odisha Pradesh Congress Committee President
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ