fire
Advertisment
ରାଉରକେଲା : ରାଉରକେଲା NIT ଲ୍ୟାବ୍ରେ ଅଗ୍ନିକାଣ୍ଡ। କମ୍ପ୍ୟୁଟର୍ ସାଇନ୍ସ ବିଭାଗ ଲ୍ୟାବ୍ରେ ଆଜି ସକାଳେ ନିଆଁ ଲାଗି ଲକ୍ଷାଧିକ ଟଙ୍କାର ସାମଗ୍ରୀ ନଷ୍ଟ ହୋଇଯାଇଛି।
Advertisment
ଏସି ସଟ୍ସର୍କିଟ୍ରୁ ଅଗ୍ନିକାଣ୍ଡ ଘଟିଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ଅଗ୍ନିକାଣ୍ଡ ସମୟରେ ଲ୍ୟାବ୍ ହଲ୍ ଓ ଆଖପାଖ ରୁମ୍ରେ ଧୂଆଁ ଭରି ହୋଇଯିବାରୁ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଥିଲା। ଏହି ଖବର ପାଇବା ପରେ ୨ଟି ଦମକଳ ଗାଡ଼ି ସେଠାରେ ପହଞ୍ଚି ନିଆଁ ଲିଭାଇଥିଲା।
ଏହି ଅଗ୍ନିକାଣ୍ଡ ପରେ ଏନ୍ଆଇଟି କର୍ତ୍ତୃପକ୍ଷ ସମସ୍ତ ବିଦ୍ୟୁତ ଲାଇନ୍ ଯାଞ୍ଚ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/fire_1626504936.jpg)