Advertisment

ଫିଫା ବିଶ୍ୱକପ୍‌ ; ଅଫର ପାଇଁ  ଟେଲିକମ୍ କମ୍ପାନୀ ଗୁଡିକ ମଧ୍ୟରେ ପ୍ରତିଯୋଗିତା

ଫିଫା ବିଶ୍ୱକପ୍‌କୁ ଆଖିରେ ରଖି ଟେଲିକମ୍ କମ୍ପାନୀ ଗୁଡିକ ଆରମ୍ଭ କରିଛନ୍ତି ବିଭିନ୍ନ ଅଫର। ଗ୍ରାହକଙ୍କୁ ଆକୃଷ୍ଟ କରିବାପାଇଁ ଗୁରବାର ଜିଓ ଲଞ୍ଚ କରିଛି ଜିଓ ଡବଲ ଧମାକା ଅଫର। ସେହିପରି ଜିଓକୁ ଟକ୍କର ଦେବାପାଇଁ ବିଏସଏନଏଲ ପକ୍ଷରୁ ମଧ୍ୟ ଆରମ୍ଭ କରାଯାଇଛି ଫିଫା ଓ୍ୱାଲର୍ଡ କପ୍ ରିଚାର୍ଜ। ବିଏସଏନଏଲର ଏହି ଅଫର ଅନୁଯାୟୀ ୧୪୯ ଟଙ୍କା ରିଚ୍ଚାର୍ଜରେ ଗ୍ରାହକ ୪ଜିବି ଡାଟା ପାଇପାରିବେ। ଫିଫା ବିଶ୍ୱକପ୍ ଆରମ୍ଭରୁ ଅର୍ଥାତ ୧୪ ଜୁନ୍‌ରୁ ଜୁଲାଇ ୧୫ ପର୍ଯ୍ୟନ୍ତ  […]

ଫିଫା ବିଶ୍ୱକପ୍‌ ; ଅଫର ପାଇଁ  ଟେଲିକମ୍ କମ୍ପାନୀ ଗୁଡିକ ମଧ୍ୟରେ ପ୍ରତିଯୋଗିତା

bsnl

Advertisment

ଫିଫା ବିଶ୍ୱକପ୍‌କୁ ଆଖିରେ ରଖି ଟେଲିକମ୍ କମ୍ପାନୀ ଗୁଡିକ ଆରମ୍ଭ କରିଛନ୍ତି ବିଭିନ୍ନ ଅଫର। ଗ୍ରାହକଙ୍କୁ ଆକୃଷ୍ଟ କରିବାପାଇଁ ଗୁରବାର ଜିଓ ଲଞ୍ଚ କରିଛି ଜିଓ ଡବଲ ଧମାକା ଅଫର। ସେହିପରି ଜିଓକୁ ଟକ୍କର ଦେବାପାଇଁ ବିଏସଏନଏଲ ପକ୍ଷରୁ ମଧ୍ୟ ଆରମ୍ଭ କରାଯାଇଛି ଫିଫା ଓ୍ୱାଲର୍ଡ କପ୍ ରିଚାର୍ଜ।

Advertisment

ବିଏସଏନଏଲର ଏହି ଅଫର ଅନୁଯାୟୀ ୧୪୯ ଟଙ୍କା ରିଚ୍ଚାର୍ଜରେ ଗ୍ରାହକ ୪ଜିବି ଡାଟା ପାଇପାରିବେ। ଫିଫା ବିଶ୍ୱକପ୍ ଆରମ୍ଭରୁ ଅର୍ଥାତ ୧୪ ଜୁନ୍‌ରୁ ଜୁଲାଇ ୧୫ ପର୍ଯ୍ୟନ୍ତ  ଗ୍ରାହକମାନେ  ଏହି ରିଚ୍ଚାର୍ଜ କରିପାରିବେ। ବିଏସଏନଏଲର ଗ୍ରାହକମାନେ ଏହି ରିଚାର୍ଜଟି ବିଏସଏନଏଲ ୱେବସାଇଟ ବ୍ୟତୀତ ବିଏସଏନଏଲ ଷ୍ଟୋରରୁ କରିପାରିବେ ବୋଲି ସଂସ୍ଥା ପକ୍ଷରୁ ସୂଚନା ଦିଆଯାଇଛି।

publive-imageଅନ୍ୟପକ୍ଷରେ ବିଏସଏନଏଲର ଏହି ଅଫରରେ କେବଳ ଡାଟା ସୁବିଧା ରହୁଥିବାବେଳେ ଏଥିରୁ କଲ୍ ଏବଂ ଏସଏମଏସକୁ ବାଦ ଦିଆଯାଇଛି। ହେଲେ ସେହି ୧୪୯ ଟଙ୍କାରେ ଜିଓ ତାର ଗ୍ରାହକଙ୍କୁ ୩ ଜିବି ଡାଟା ସହିତ ଅନଲିମିଟେଡ କଲ ଏବଂ ଦିନକୁ ୧୦୦ ଏସଏମଏସର ସୁବିଧା ଦେଉଛି।

Advertisment

ସେହିପରି ଏହି ୧୪୯ ଟଙ୍କିଆ ଅଫରରେ ଏୟାରଟେଲ ତାର ଗ୍ରାହକଙ୍କୁ ୨ ଜିବି ଡାଟା ଦେବା ସହ ଅସିମିତ କଲିଙ୍ଗ ଓ ୧୦୦ ଏସଏମଏସର ସୁବିଧା ଦେଇଛି। ଏହି ଅଫରର ବୈଧତା ଗୋଟିଏ ମାସ ରହିବ ବୋଲି କମ୍ପାନୀ ପକ୍ଷରୁ ସୂଚନା ଦିଆଯାଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ