Advertisment

ରେଜଲ୍ଟ ବାହାରିବା ପୂର୍ବରୁ ଜୀବନ ହାରିଲେ

ବ୍ରହ୍ମପୁର: ପରୀକ୍ଷା ଫଳ ବାହାରିବା ପୂର୍ବରୁ ଜଣେ ଛାତ୍ର ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ଆସନ୍ତା କାଲି ଯୁକ୍ତ ଦୁଇ ବିଜ୍ଞାନ ପରୀକ୍ଷା ଫଳ ବାହାରିବାକୁ ଥିବାବେଳେ ବ୍ରହ୍ମପୁରରେ ଜଣେ ଛାତ୍ର ଦେହରେ କିରୋସିନି ଢାଳି ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ମୃତ ଛାତ୍ର ଜଣଙ୍କ ହେଲେ ବ୍ରହ୍ମପୁର ବଡ଼ବଜାର ଥାନା ଅନ୍ତର୍ଗତ ଗାୟତ୍ରୀ ନଗରର ରାଜେଶ ପଣ୍ଡା।  ସେ ପୂର୍ବରୁ ୨ଥର ଯୁକ୍ତ ୨ ବିଜ୍ଞାନ ପରୀକ୍ଷା ଦେଇ ଅକୃତକାର୍ଯ୍ୟ ହୋଇଥିଲେ ଏବଂ ଏଥର ମଧ୍ୟ […]

ରେଜଲ୍ଟ ବାହାରିବା ପୂର୍ବରୁ ଜୀବନ ହାରିଲେ

Student Commits Suicide

Advertisment

ବ୍ରହ୍ମପୁର: ପରୀକ୍ଷା ଫଳ ବାହାରିବା ପୂର୍ବରୁ ଜଣେ ଛାତ୍ର ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ଆସନ୍ତା କାଲି ଯୁକ୍ତ ଦୁଇ ବିଜ୍ଞାନ ପରୀକ୍ଷା ଫଳ ବାହାରିବାକୁ ଥିବାବେଳେ ବ୍ରହ୍ମପୁରରେ ଜଣେ ଛାତ୍ର ଦେହରେ କିରୋସିନି ଢାଳି ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି।

Advertisment

ମୃତ ଛାତ୍ର ଜଣଙ୍କ ହେଲେ ବ୍ରହ୍ମପୁର ବଡ଼ବଜାର ଥାନା ଅନ୍ତର୍ଗତ ଗାୟତ୍ରୀ ନଗରର ରାଜେଶ ପଣ୍ଡା।  ସେ ପୂର୍ବରୁ ୨ଥର ଯୁକ୍ତ ୨ ବିଜ୍ଞାନ ପରୀକ୍ଷା ଦେଇ ଅକୃତକାର୍ଯ୍ୟ ହୋଇଥିଲେ ଏବଂ ଏଥର ମଧ୍ୟ ପୁଣି ଥରେ ପରୀକ୍ଷା ଦେଇଥିଲେ।

ତେବେ ଗତକାଲି ପରୀକ୍ଷା ଫଳ ବାହାରିବା ଖବର ଶୁଣି ସେ ଚିନ୍ତା ଗ୍ରସ୍ତ ଥିବା ପରିବାର ଲୋକେ କହିଛନ୍ତି।  ବାପା ମାଆ ବଜାରକୁ ଯାଇଥିବା ବେଳେ ରାଜେଶ ତାଙ୍କ ପଢ଼ାଘରେ ଦେହରେ କିରୋସିନି ଢାଳି ନିଆଁ ଲଗାଇଦେଇଥିବା ଅଭିଯୋଗ ହୋଇଛି।  ବାପା ମାଆ ବଜାରରୁ ଫେରି ରାଜେଶଙ୍କ ଦଗ୍ଧ ମୃତଦେହ ଦେଖିବାକୁ ପାଇଥିଲେ ଏବଂ ପରେ ବଡ଼ବଜାର ଥାନାରେ ଏନେଇ ଏତଲା କରିଥିଲେ।

Advertisment
Plus Two Result
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ