Advertisment

ଦାବି ଉପସ୍ଥାପନ ପାଇଁ ୨୦୦ କି.ମି. ପାଦରେ ଚାଲିଲେ ଚାଷୀ

ମୁମ୍ବାଇ: ସମସ୍ତଙ୍କୁ ଅନ୍ନ ଯୋଗାଉଥିବା ଅନ୍ନଦାତା ପୁଣି ଥରେ ରାଜରାସ୍ତାରେ। ବିଭିନ୍ନ ଦାବିକୁ ନେଇ ମହାରାଷ୍ଟ୍ରର ୫୦ ହଜାରରୁ ଅଧିକ ଚାଷୀ ପାଖାପାଖି ୨୦୦ କି.ମି. ପାଦରେ ଚାଲି ଚାଲି ମୁମ୍ବାଇରେ ପହଞ୍ଚିଛନ୍ତି। ମହାରାଷ୍ଟ୍ର ସରକାର ଗତ ବର୍ଷ ଚାଷୀ ଋଣ ଛାଡ଼ ପାଇଁ ଯେଉଁ ପ୍ରତିଶ୍ରୁତି ଦେଇଥିଲେ ତାକୁ ସମ୍ପୂର୍ଣ୍ଣ ଭାବରେ ଲାଗୁ କରିବା ସହ ବିନା ସର୍ତ୍ତରେ ସବୁ ଚାଷୀଙ୍କ ଋଣ ଛାଡ଼ କରାଯାଉ ବୋଲି ରାଜରାସ୍ତାକୁ ଓହ୍ଲାଇ ଥିବା ଆନ୍ଦୋଳନକାରୀମାନେ ଦାବି କରିଛନ୍ତି। […]

ଦାବି ଉପସ୍ଥାପନ ପାଇଁ ୨୦୦ କି.ମି. ପାଦରେ ଚାଲିଲେ ଚାଷୀ

farmers agitation

Advertisment

ମୁମ୍ବାଇ: ସମସ୍ତଙ୍କୁ ଅନ୍ନ ଯୋଗାଉଥିବା ଅନ୍ନଦାତା ପୁଣି ଥରେ ରାଜରାସ୍ତାରେ। ବିଭିନ୍ନ ଦାବିକୁ ନେଇ ମହାରାଷ୍ଟ୍ରର ୫୦ ହଜାରରୁ ଅଧିକ ଚାଷୀ ପାଖାପାଖି ୨୦୦ କି.ମି. ପାଦରେ ଚାଲି ଚାଲି ମୁମ୍ବାଇରେ ପହଞ୍ଚିଛନ୍ତି।

Advertisment

ମହାରାଷ୍ଟ୍ର ସରକାର ଗତ ବର୍ଷ ଚାଷୀ ଋଣ ଛାଡ଼ ପାଇଁ ଯେଉଁ ପ୍ରତିଶ୍ରୁତି ଦେଇଥିଲେ ତାକୁ ସମ୍ପୂର୍ଣ୍ଣ ଭାବରେ ଲାଗୁ କରିବା ସହ ବିନା ସର୍ତ୍ତରେ ସବୁ ଚାଷୀଙ୍କ ଋଣ ଛାଡ଼ କରାଯାଉ ବୋଲି ରାଜରାସ୍ତାକୁ ଓହ୍ଲାଇ ଥିବା ଆନ୍ଦୋଳନକାରୀମାନେ ଦାବି କରିଛନ୍ତି। ଚାଷୀମାନଙ୍କ ବିଭିନ୍ନ ଦାବି ଯଥା ବିଦ୍ୟୁତ୍ ବିଲ୍ ଛାଡ଼୍, ସ୍ୱାମୀନାଥନ୍ ଆୟୋଗ ଦେଇଥିବା ପ୍ରସ୍ତାବ ଲାଗୁ ଓ ଆଦିବାସୀ ବନଭୂମି ଆବଣ୍ଟନ ସହ ଜଡ଼ିତ ସମସ୍ୟା ଦୂର କରାଯାଉ। ଫଳରେ ଆଦିବାସୀ ଚାଷୀମାନଙ୍କୁ ସେମାନଙ୍କର ଜମିର ମାଲିକାନା ମିଳିପାରିବ।

ଦେଶରେ ୯ କୋଟି ଚାଷୀ ପରିବାର ମଧ୍ୟରୁ ୬.୩ କୋଟି ଚାଷୀ ପରିବାର ଋଣରେ ବୁଡ଼ି ରହିଛନ୍ତି। ଋଣରେ ବୁଡ଼ି ରହିବା ଯୋଗୁ ୧୯୯୫ ମସିହା ପରଠୁ ବର୍ତ୍ତମାନ ପର୍ଯ୍ୟନ୍ତ ପାଖାପାଖି ୪ ଲକ୍ଷ ଚାଷୀ ଆତ୍ମହତ୍ୟା କରିସାରିଲେଣି। ସେଥିମଧ୍ୟରୁ ମହାରାଷ୍ଟ୍ରର ପ୍ରାୟ ୭୬ ହଜାର ଆତ୍ମହତ୍ୟା କରିଥିବାର ସୂଚନା ମିଳିଛି। ଚାଷ ଜମିକୁ ନେଇ ଅଧିକ ସମସ୍ୟା ମହାରାଷ୍ଟ୍ରରେ ହିଁ ଦେଖାଯାଉଥିବାର ଜଣାପଡ଼ିଛି।

Advertisment

କେବଳ ମହାରାଷ୍ଟ୍ର ନୁହେଁ ଆନ୍ଧ୍ର ପ୍ରଦେଶ, ତେଲେଙ୍ଗାନା, ତାମିଲନାଡ଼ୁ, କର୍ଣ୍ଣାଟକ, ମଧ୍ୟପ୍ରଦେଶ, ବିହାର, ଉତ୍ତରପ୍ରଦେଶ, ଛତିଶଗଡ଼, ଓଡ଼ିଶା ଓ ଝାଡ଼ଖଣ୍ଡ ଭଳି ରାଜ୍ୟରେ ମଧ୍ୟ ଚାଷୀ ଆତ୍ମହତ୍ୟା କରୁଛନ୍ତି। ତେବେ ୨୦୧୭ ମସିହାରେ ଏହି ରାଜ୍ୟ ଗୁଡ଼ିକରେ ଚାଷୀ ଆତ୍ମହତ୍ୟା ହାର ଅଧିକ ଥିବାର ଜଣାପଡ଼ିଛି।

ଦେଶର ସମୃଦ୍ଧିରେ ଚାଷୀମାନଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ। ଆମ ଦେଶର ୭୦ ପ୍ରତିଶତ ଲୋକ ପରୋକ୍ଷ ଓ ପ୍ରତ୍ୟକ୍ଷ ଭାବରେ କୃଷି ସହ ଜଡ଼ିତ। ନିର୍ବାଚନ ପୂର୍ବରୁ ସବୁ ରାଜନେତା ଭୋଟ୍ ପାଇଁ ଚାଷୀଙ୍କୁ ବିଭିନ୍ନ ପ୍ରକାରର ପ୍ରତିଶ୍ରୁତି ଦେଇଥାନ୍ତି। ସେଥିମଧ୍ୟରୁ କୃଷି ଋଣ ଛାଡକୁ ସେମାନେ ଅଧିକ ଗୁରୁତ୍ୱ ଦେଇ ଜନସାଧାରଣଙ୍କୁ ନିଜ ଆଡ଼କୁ ଆତ୍କୃଷ୍ଟ କରିଥାନ୍ତି। ମାତ୍ର ଯେତେବେଳେ ନିର୍ବାଚନ ସରିଯାଏ, ଜନସାଧାରଣମାନଙ୍କୁ ଦେଇଥିବା ପ୍ରତିଶ୍ରୁତିକୁ ଆଉ ଧ୍ୟାନ ଦିଅନ୍ତି ନାହିଁ। ଫଳରେ ବିଭିନ୍ନ ପ୍ରକାରର ଦାବି ନେଇ ଜନସାଧାରଣ ରାଜରାସ୍ତାକୁ ଓହ୍ଲାଇ ପାଇଁ ବାଧ୍ୟ ହୋଇଥାନ୍ତି।

Advertisment

ଏବେ ସମୟ ଆସିଛି ଚାଷୀମାନଙ୍କ ଅସ୍ତିତ୍ୱ ସହ ଜଡ଼ିତ ସମସ୍ତ ପ୍ରକାରର ପ୍ରଶ୍ନର ଉତ୍ତର ସରକାର ରଖିବା ଉଚିତ୍। ଏସବୁ ସମସ୍ୟାର ସମାଧାନ ପାଇଁ ବାଟ ମଧ୍ୟ ସରକାର ବାହାର କରିବା ଉଚିତ୍। ଯାହାଦ୍ୱାରା କି ଚାଷୀମାନେ ଏମତି ବାରମ୍ବାର ରାଜରାସ୍ତାକୁ ଆଉ ଓହ୍ଲାଇବାକୁ ବାଧ୍ୟ ହେବେ ନାହିଁ।

Maharashtra Farmer Rally Farmers Rally Mumbai Farmers’ Agitation
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ