Advertisment

୧୧୨ ଖଣ୍ଡ ଜାଲ ୧୦୦ ଟଙ୍କିଆ ନୋଟ୍ ଜବତ, ୫ଜଣ ଗିରଫ

ନୂଆପଡା : ନୂଆପଡା ଜିଲ୍ଲା ଖରିଆର ଥାନା ପୋଲିସ୍‌ ଚଢାଉ କରି ୧୧୨ ଖଣ୍ଡ ଜାଲ ୧୦୦ ଟଙ୍କିଆ ନୋଟ୍ ଜବତ କରିଛି। ଗିରଫ ହୋଇଛନ୍ତି ୫ଜଣ ଅଭିଯୁକ୍ତ। ପ୍ରଥମେ ଏକ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ପୋଲିସ ଖରିଆର ଥାନାର ଚାଲାଣପଡାରେ ଚଢାଉ କରିଥିଲା। ଚଢାଉ ବେଳେ ୪୫ଟି ଜାଲ ୧୦୦ ଟଙ୍କିଆ ନୋଟ୍ ଜବତ କରିଥିଲା। ଏହାପରେ ଗିରଫ ୨ ଅଭିଯୁକ୍ତଙ୍କ ସୂଚନା ଆଧାରରେ ପୁଣିଥରେ କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡାର ଚିଚିଆ ଓ ତେମେରି […]

୧୧୨ ଖଣ୍ଡ ଜାଲ ୧୦୦ ଟଙ୍କିଆ ନୋଟ୍ ଜବତ, ୫ଜଣ ଗିରଫ

fake note

Advertisment

ନୂଆପଡା : ନୂଆପଡା ଜିଲ୍ଲା ଖରିଆର ଥାନା ପୋଲିସ୍‌ ଚଢାଉ କରି ୧୧୨ ଖଣ୍ଡ ଜାଲ ୧୦୦ ଟଙ୍କିଆ ନୋଟ୍ ଜବତ କରିଛି। ଗିରଫ ହୋଇଛନ୍ତି ୫ଜଣ ଅଭିଯୁକ୍ତ। ପ୍ରଥମେ ଏକ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ପୋଲିସ ଖରିଆର ଥାନାର ଚାଲାଣପଡାରେ ଚଢାଉ କରିଥିଲା। ଚଢାଉ ବେଳେ ୪୫ଟି ଜାଲ ୧୦୦ ଟଙ୍କିଆ ନୋଟ୍ ଜବତ କରିଥିଲା।

Advertisment

ଏହାପରେ ଗିରଫ ୨ ଅଭିଯୁକ୍ତଙ୍କ ସୂଚନା ଆଧାରରେ ପୁଣିଥରେ କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡାର ଚିଚିଆ ଓ ତେମେରି ଗାଁରେ ରେଡ୍ କରିଥିଲା ପୋଲିସ। ଏହି ରେଡ୍ ବେଳେ ପୋଲିସ ଆଉ ୩ଜଣଙ୍କୁ ଗିରଫ କରିଥିଲା। ସେମାନଙ୍କ ଠାରୁ ଜାଲ୍‌ ୧୦୦ ଟଙ୍କିଆ ନୋଟ୍, ଗୋଟିଏ କମ୍ପ୍ୟୁଟର, ୫ଟି ମୋବାଇଲ ଫୋନ୍ ଇତ୍ୟାଦି ଜବତ ହୋଇଛି।

Kalahandi Nuapada Fake Notes Seized
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ