Advertisment

ମାଟ୍ରିକ୍ ମୂଲ୍ୟାୟନ ବାଧାପ୍ରାପ୍ତ ହେବା ଆଶଙ୍କା

ଭୁବନେଶ୍ୱର: ମାଟ୍ରିକ୍ ମୂଲ୍ୟାୟନ ବାଧାପ୍ରାପ୍ତ ହେବା ଆଶଙ୍କା।  ଶିକ୍ଷକଙ୍କ ଦାବି ପୂରଣ ନେଇ କଣ୍ଟ ପୂରିବା ପରେ ସମାଧାନର ବାଟ ଏଯାଏ ବାହାରିନି। ଆଉ ଏଥର କିନ୍ତୁ ଶିକ୍ଷକ କର୍ମଚାରୀ ମିଳିତ ମଞ୍ଚ ସରକାରଙ୍କୁ ଘେରିବା ଲାଗି ଯୋଜନା ପ୍ରସ୍ତୁତ କରିସାରିଲାଣି। ସରକାର ଦେଇଥିବା ମାର୍ଚ୍ଚ ୯ର ଡେଡ୍ ଲାଇନ୍ ବି ପୂରିଛି।  ହେଲେ ସତ୍ୟପାଠ ଦାଖଲ ଭଳି ୭ ଦଫା ଦାବି ପୂରଣ ନେଇ ଏଯାଏ ଅଙ୍କ ଛିଡାଇ ପାରୁନାହାନ୍ତି ସରକାର।  ମାର୍ଚ୍ଚ ୯ରେ ସରକାରଙ୍କ […]

ମାଟ୍ରିକ୍ ମୂଲ୍ୟାୟନ ବାଧାପ୍ରାପ୍ତ ହେବା ଆଶଙ୍କା

matric exam

Advertisment

ଭୁବନେଶ୍ୱର: ମାଟ୍ରିକ୍ ମୂଲ୍ୟାୟନ ବାଧାପ୍ରାପ୍ତ ହେବା ଆଶଙ୍କା।  ଶିକ୍ଷକଙ୍କ ଦାବି ପୂରଣ ନେଇ କଣ୍ଟ ପୂରିବା ପରେ ସମାଧାନର ବାଟ ଏଯାଏ ବାହାରିନି। ଆଉ ଏଥର କିନ୍ତୁ ଶିକ୍ଷକ କର୍ମଚାରୀ ମିଳିତ ମଞ୍ଚ ସରକାରଙ୍କୁ ଘେରିବା ଲାଗି ଯୋଜନା ପ୍ରସ୍ତୁତ କରିସାରିଲାଣି।

Advertisment

ସରକାର ଦେଇଥିବା ମାର୍ଚ୍ଚ ୯ର ଡେଡ୍ ଲାଇନ୍ ବି ପୂରିଛି।  ହେଲେ ସତ୍ୟପାଠ ଦାଖଲ ଭଳି ୭ ଦଫା ଦାବି ପୂରଣ ନେଇ ଏଯାଏ ଅଙ୍କ ଛିଡାଇ ପାରୁନାହାନ୍ତି ସରକାର।  ମାର୍ଚ୍ଚ ୯ରେ ସରକାରଙ୍କ ଡେଡ୍ ଲାଇନ୍ ପୁରିବା ଦିନ ସଚିବାଳୟରେ ଶିକ୍ଷକଙ୍କ ଦାବି ସମ୍ପର୍କରେ ମନ୍ତ୍ରିସ୍ତରୀୟ କମିଟି ଆଲୋଚନା କରିଥିଲେ ସୁଦ୍ଧା କୌଣସି ସମାଧାନର ରାସ୍ତା ନବାହାରିବାରୁ ପୁଣିଥରେ ଆଜି ବସିବ ବୈଠକ।

ଏପଟେ ଆସନ୍ତା ୨୦ରୁ ଆରମ୍ଭ ହେବ ମାଟ୍ରିକ ପରୀକ୍ଷା ଖାତା ଦେଖା। ଆଉ ଏବେ ଶିକ୍ଷକଙ୍କ ମୂଲ୍ୟାୟନ ବର୍ଜନ ଧମକ ସରକାରଙ୍କ ଚିନ୍ତା ବଢାଇଦେଇଛି ।ଏପରି ସ୍ଥିତିରେ ଶିକ୍ଷକଙ୍କ ଦାବି ସରକାର କେତେ ଶୀଘ୍ର ପୂରଣ କରି ମୂଲ୍ୟାୟନ ପ୍ରକ୍ରିୟାକୁ ଶୃଙ୍ଖଳିତ କରୁଛନ୍ତି ତା ଉପରେ ନଜର।

Advertisment
Odisha Matric Exam Evaluation Of Matric Exam Papers
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ