Advertisment

ବିଲରୁ ହାତୀର ମୃତଦେହ ଠାବ

ବାରିପଦା: ମୟୂରଭଞ୍ଜ ଜିଲ୍ଲା ବେତନଟୀ ରେଞ୍ଜର ବଇଁଚା ଗାଁ ବିଲରୁ ଆଜି ସକାଳେ ଏକ ହାତୀର ମୃତଦେହ ଦେଖିବାକୁ ମିଳିଛି। ହାତୀଟିର ବୟସ ୫ ବର୍ଷ ହେବ ବୋଲି ଅନୁମାନ କରାଯାଉଛି। କେଉଁ କାରଣରୁ ହାତୀଟିର ମୃତ୍ୟୁ ଘଟିଛି ତାହା ସ୍ପଷ୍ଟ ଭାବେ ଜଣାପଡ଼ି ନାହିଁ। ଘଟଣାସ୍ଥଳରେ ବନ ବିଭାଗ ଅଧିକାରୀମାନେ ପହଞ୍ଚିଛନ୍ତି। ନିୟମ ମୁତାବକ ହାତୀର ମୃତଦେହର ବ୍ୟବଚ୍ଛେଦ ପରେ ଏହାକୁ ମାଟିରେ ପୋତାଯିବ ବୋଲି ବନବିଭାଗ କହିଛି। ସୂଚନାଅନୁସାରେ, ଗତକାଲି ରାତିରୁ ଗାଁ ମୁଣ୍ଡରେ […]

ବିଲରୁ ହାତୀର ମୃତଦେହ ଠାବ

elephant death

Advertisment

ବାରିପଦା: ମୟୂରଭଞ୍ଜ ଜିଲ୍ଲା ବେତନଟୀ ରେଞ୍ଜର ବଇଁଚା ଗାଁ ବିଲରୁ ଆଜି ସକାଳେ ଏକ ହାତୀର ମୃତଦେହ ଦେଖିବାକୁ ମିଳିଛି। ହାତୀଟିର ବୟସ ୫ ବର୍ଷ ହେବ ବୋଲି ଅନୁମାନ କରାଯାଉଛି। କେଉଁ କାରଣରୁ ହାତୀଟିର ମୃତ୍ୟୁ ଘଟିଛି ତାହା ସ୍ପଷ୍ଟ ଭାବେ ଜଣାପଡ଼ି ନାହିଁ।

Advertisment

ଘଟଣାସ୍ଥଳରେ ବନ ବିଭାଗ ଅଧିକାରୀମାନେ ପହଞ୍ଚିଛନ୍ତି। ନିୟମ ମୁତାବକ ହାତୀର ମୃତଦେହର ବ୍ୟବଚ୍ଛେଦ ପରେ ଏହାକୁ ମାଟିରେ ପୋତାଯିବ ବୋଲି ବନବିଭାଗ କହିଛି।

ସୂଚନାଅନୁସାରେ, ଗତକାଲି ରାତିରୁ ଗାଁ ମୁଣ୍ଡରେ ୬ଟି ହାତୀ ବୁଲୁଥିବା ସ୍ଥାନୀୟ ଲୋକେ କହିଛନ୍ତି। ଝାଡ଼ଖଣ୍ଡ ଆଡୁ ୪୦ରୁ ଅଧିକ ହାତୀ ପଶ୍ଚିମବଙ୍ଗ ସୀମା ଦେଇ ଓଡ଼ିଶାରେ ପ୍ରବେଶ କରିଛନ୍ତି। ଏହି ହାତୀ ଗୁଡ଼ିକ ବିଭିନ୍ନ ଦଳରେ ଭାଗ ହୋଇ ରାସଗୋବିନ୍ଦପୁର ଓ ଦେଉଳି ରେଞ୍ଜର ଗାଁ ଓ ଜଙ୍ଗଲ ମାନଙ୍କରେ ରହିଛନ୍ତି।

Advertisment
Baripada Elephant Killed
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ