elephant killed man
Advertisment
ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା ସଦର ରେଞ୍ଜରେ ହାତୀ ଆକ୍ରମଣରେ ଜଣଙ୍କ ମୃତ୍ୟୁ ଘଟିଛି। ମୃତକ ଜଣକ ହେଲେ ବାଙ୍ଗୁରିସିଂ ଗାଁର ବରଜୁ ସାହୁ(୬୦)। ଆଜି ସକାଳେ ବରଜୁ ବାଇଗଣ ତୋଳିବାକୁ କ୍ଷେତକୁ ଯାଇଥିବା ବେଳେ ହାତୀ ହାବୁଡ଼ରେ ପଡ଼ିଯାଇଥିଲେ।
Advertisment
ଏହି ଅଘଟଣ ପରେ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଛି। ବାଙ୍ଗୁରିସିଂ ଠାରେ ଲୋକେ କଟକ-ଅନୁଗୋଳ ରାସ୍ତା ଅବରୋଧ କରିଛନ୍ତି।
ଏହି ଅଞ୍ଚଳରେ ଗୋଟିଏ ସପ୍ତାହରେ ହାତୀ ଆକ୍ରମଣରେ ୫ଜଣଙ୍କ ମୃତ୍ୟୁ ଘଟିଛି। ତେଣୁ ସଦର ରେଞ୍ଜ ଅଞ୍ଚଳରେ ସନ୍ଧ୍ୟା ପରେ ଘରୁ ନ ବାହାରିବା ପାଇଁ ଲୋକଙ୍କୁ ବନବିଭାଗ ପକ୍ଷରୁ ପରାମର୍ଶ ଦିଆଯାଉଛି।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/elephant-killed_1626499554.jpg)