DGP
ଭୁବନେଶ୍ୱର: ରାଜ୍ୟରେ ଡ୍ରଗ୍ସ କାରବାର ବଢି ଚାଲିଥିବାବେଳେ ଏହାକୁ ରୋକିବାରେ ସଫଳ ହୋଇଛି ଓଡ଼ିଶା ପୋଲିସର ସ୍ପେଶାଲ୍ ଟାସ୍କ ଫୋର୍ସ (STF) । ରାଜ୍ୟରେ ନିଶା କାରବାର ରୋକିବାରେ ଏସଟିଏଫ୍ର ପ୍ରମୁଖ ଭୂମିକା ଥିବା କହି ଏହାର ପ୍ରଶଂସା କରିଛନ୍ତି ପୋଲିସ ଡିଜି ଅଭୟ । ଆଜି ଏକ ପ୍ରେସ୍ ମିଟ୍ରେ ଡିଜିପି କହିଛନ୍ତି, ଏସ୍ଟିଏଫ୍କୁ ଆହୁରି ସୁଦୃଢ଼ କରାଯିବ ।
ରାଜ୍ୟରେ ଡ୍ରଗ୍ସ କାରବାର ରୋକିବାକୁ ଏସଟିଏଫ୍ରେ ଏକ ସ୍ୱତନ୍ତ୍ର ନାର୍କୋଟିକ୍ସ ୟୁନିଟ୍ ପ୍ରତିଷ୍ଠା ପାଇଁ ଅନୁମୋଦନ ମିଳିଛି । ଏଥିଲାଗି ଜଣେ ଏସପି, ୩ ଡିଏସପି ସହ ୨୭ଟି ନୂଆ ପଦବୀକୁ ମଞ୍ଜୁରୀ ମିଳିଛି । ଏହା ଡ୍ରଗ୍ସ କାରବାର ରୋକିବାରେ ସହାୟକ ହେବ । ଆଗକୁ ଡ୍ରଗ୍ସ କାରବାର ରୋକିବାକୁ ଆହୁରି ଦୃଢ଼ ପଦକ୍ଷେପ ଗ୍ରହଣ କରାଯିବ ବୋଲି କହିଛନ୍ତି ପୋଲିସ ଡିଜି ଅଭୟ ।
ରାଜ୍ୟ ପୋଲିସ ପକ୍ଷରୁ ଜାରି ଏକ ପ୍ରେସ୍ ବିବୃତିରେ କୁହାଯାଇଛି, ୨୦୨୦ ପରଠାରୁ ରାଜ୍ୟରେ ନିଶା କାରବାର ବିଶେଷ କରି ବ୍ରାଉନ୍ ସୁଗାର କାରବାର ବଢିଚାଲିଛି । ଏହି ଅନୁସାରେ ପୋଲିସ କାର୍ଯ୍ୟାନୁଷ୍ଠାନ ମଧ୍ୟ ବୃଦ୍ଧିପାଇଛି । କେବଳ ୨୦୨୦ରେ ୩୫ କିଲୋଗ୍ରାମ ୬୧୬ ଗ୍ରାମ୍ ବ୍ରାଉନ୍ ସୁଗର ଜବତ କରାଯାଇଥିବା ପୋଲିସ କହିଛି । ଏହାସହ ୨୦୨୧ରେ ବର୍ତ୍ତମାନ ସୁଦ୍ଧା ୯ କେଜିରୁ ଅଧିକ ଓଜନର ବ୍ରାଉନସୁଗାର ଏବଂ ୧୫ଶହ କ୍ୱିଣ୍ଟାଲରୁ ଅଧିକ ଗଂଜେଇ ଜବତ କରାଯାଇଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/111_1623150693.jpg)