Advertisment

ବାଲେଶ୍ୱରରେ ଡବଲ୍ ମର୍ଡ଼ର୍: ପୋଲିସର ଛାନଭିନ୍ ଆରମ୍ଭ

ବାଲେଶ୍ୱର: ବାଲେଶ୍ୱର ଚାନ୍ଦିପୁର ଥାନା ଝଗଡ଼ପାଡ଼ିରେ ଡବଲ୍ ମର୍ଡ଼ର୍ ଘଟଣାରେ ତଦନ୍ତ ଆରମ୍ଭ କରିଛି ପୋଲିସ। ପୋଲିସର ସ୍ୱତନ୍ତ୍ର ଟିମ୍ ଘଟଣା ସ୍ଥଳକୁ ଯାଇ ଛାନଭିନ୍ ‌ଆରମ୍ଭ କରିଛି।  ସେଠାରୁ ୨ଟି ବାଇକ୍ ଜବତ ହୋଇଛି। ଗତକାଲି ବାକିରେ କୁକୁଡ଼ା ମାଂସ ନଦେବାରୁ ଦୁଇଭାଇଙ୍କୁ ଛୁରାଭୁସି ହତ୍ୟା ଅଭିଯୋଗ ହୋଇଥିଲା। ମୃତ ଦୁଇ ଭାଇ ହେଲେ ନାଙ୍ଗୁଡ଼ି ଗାଁର ବିକାଶ ଜେନା ଓ ତପନ ଜେନା। ମିଳିଥିବା ସୂଚନା ଅନୁସାରେ, ଝଗଡ଼ପାଡ଼ି ଛକରେ କୁକୁଡ଼ା ଦୋକାନ ଦେଇଥିବା […]

ବାଲେଶ୍ୱରରେ ଡବଲ୍ ମର୍ଡ଼ର୍: ପୋଲିସର ଛାନଭିନ୍ ଆରମ୍ଭ

balasore

Advertisment

ବାଲେଶ୍ୱର: ବାଲେଶ୍ୱର ଚାନ୍ଦିପୁର ଥାନା ଝଗଡ଼ପାଡ଼ିରେ ଡବଲ୍ ମର୍ଡ଼ର୍ ଘଟଣାରେ ତଦନ୍ତ ଆରମ୍ଭ କରିଛି ପୋଲିସ। ପୋଲିସର ସ୍ୱତନ୍ତ୍ର ଟିମ୍ ଘଟଣା ସ୍ଥଳକୁ ଯାଇ ଛାନଭିନ୍ ‌ଆରମ୍ଭ କରିଛି।  ସେଠାରୁ ୨ଟି ବାଇକ୍ ଜବତ ହୋଇଛି।

Advertisment

ଗତକାଲି ବାକିରେ କୁକୁଡ଼ା ମାଂସ ନଦେବାରୁ ଦୁଇଭାଇଙ୍କୁ ଛୁରାଭୁସି ହତ୍ୟା ଅଭିଯୋଗ ହୋଇଥିଲା। ମୃତ ଦୁଇ ଭାଇ ହେଲେ ନାଙ୍ଗୁଡ଼ି ଗାଁର ବିକାଶ ଜେନା ଓ ତପନ ଜେନା।

ମିଳିଥିବା ସୂଚନା ଅନୁସାରେ, ଝଗଡ଼ପାଡ଼ି ଛକରେ କୁକୁଡ଼ା ଦୋକାନ ଦେଇଥିବା ବିକାଶଙ୍କୁ ଗତକାଲି ସଂଧ୍ୟାରେ ଦୁଇ ଜଣ ଯୁବକ ଆସି ବାକିରେ କୁକୁଡ଼ା ମାଗିଥିଲେ ହେଲେ ସେ ନଦେବାରୁ ଝଗଡ଼ା ହେବା ସହ ସେଠାରୁ ଉଭୟେ ଚାଲିଯାଇଥିଲେ। ଏହାପରେ ରାତି ପ୍ରାୟ ସାଢ଼େ ୯ଟା ବେଳେ ଉଭୟେ ଆସି ବିକାଶଙ୍କ ଉପରେ ଛୁରାରେ ଆକ୍ରମଣ କରିଥିଲେ।

Advertisment

ଏହି ସମୟରେ ଭାଇକୁ ରକ୍ଷା କରିବା ପାଇଁ ତପନ ଆସିଯିବାରୁ ଯୁବକ ଦ୍ୱୟ ତାକୁ ମଧ୍ୟ ଛୁରାଭୁସି ଫେରାର ହୋଇଯାଇଥିଲେ। ଗୁରୁତର ଅବସ୍ଥାରେ ଉଭୟଙ୍କୁ ଡାକ୍ତରଖାନା ନିଆଯାଇଥିଲେ ହେଁ ସେଠାରେ ଉଭୟଙ୍କର ମୃତ୍ୟୁ ହୋଇଯାଇଥିଲା।

Odisha Balasore Double Murder Double Murder In Balasore
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ