Advertisment

ବିରାଟ ରୋଡ ସୋ କରି କେନ୍ଦ୍ରମନ୍ତ୍ରୀଙ୍କୁ ପାଛୋଟି ନେଲେ କର୍ମୀ

ଭୁବନେଶ୍ୱର: ମଧ୍ୟପ୍ରଦେଶରୁ ରାଜ୍ୟସଭାକୁ ନିର୍ବାଚିତ ହେବା ପରେ ଆଜି ପ୍ରଥମଥର ଓଡ଼ିଶା ଆସିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଧର୍ମେନ୍ଦ୍ର ପାଖାପାଖି ଦିନ ୧.୨୦ ମିନିଟରେ ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିଥିଲେ। ଏହାପରେ ଶହ ଶହ ବିଜେପି ନେତା ଓ କର୍ମୀ ତାଙ୍କୁ ପାଛୋଟି ନେବା ସହ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ। ଏକ ବିରାଟ ରୋଡ ସୋ ଜରିଆରେ କେନ୍ଦ୍ରମନ୍ତ୍ରୀଙ୍କୁ ଦଳୀୟ କାର୍ଯ୍ୟାଳୟକୁ ନିଆଯାଇଥିଲା। ସେଠାରେ ସେ ବରିଷ୍ଠ ନେତା ମାନଙ୍କ ସହ ବୈଠକ କରିବେ। ଧର୍ମେନ୍ଦ୍ରଙ୍କୁ […]

ବିରାଟ ରୋଡ ସୋ କରି କେନ୍ଦ୍ରମନ୍ତ୍ରୀଙ୍କୁ ପାଛୋଟି ନେଲେ କର୍ମୀ

dharmendra

Advertisment

ଭୁବନେଶ୍ୱର: ମଧ୍ୟପ୍ରଦେଶରୁ ରାଜ୍ୟସଭାକୁ ନିର୍ବାଚିତ ହେବା ପରେ ଆଜି ପ୍ରଥମଥର ଓଡ଼ିଶା ଆସିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଧର୍ମେନ୍ଦ୍ର ପାଖାପାଖି ଦିନ ୧.୨୦ ମିନିଟରେ ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିଥିଲେ।

Advertisment

ଏହାପରେ ଶହ ଶହ ବିଜେପି ନେତା ଓ କର୍ମୀ ତାଙ୍କୁ ପାଛୋଟି ନେବା ସହ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ। ଏକ ବିରାଟ ରୋଡ ସୋ ଜରିଆରେ କେନ୍ଦ୍ରମନ୍ତ୍ରୀଙ୍କୁ ଦଳୀୟ କାର୍ଯ୍ୟାଳୟକୁ ନିଆଯାଇଥିଲା।

ସେଠାରେ ସେ ବରିଷ୍ଠ ନେତା ମାନଙ୍କ ସହ ବୈଠକ କରିବେ। ଧର୍ମେନ୍ଦ୍ରଙ୍କୁ ସ୍ୱାଗତ କରିବା ପାଇଁ ବିମାନ ବନ୍ଦର ପରିସରରେ ବ୍ୟାପକ ଆୟୋଜନ କରାଯାଇଥିଲା।

Advertisment

କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟପ୍ରଦେଶରୁ ରାଜ୍ୟସଭାକୁ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି। ଏହାପୂର୍ବରୁ ଧର୍ମେନ୍ଦ୍ର ବିହାରରୁ ରାଜ୍ୟସଭାକୁ ଯାଇଥିଲେ। ଜଣେ ଓଡ଼ିଆ ଭାବେ ଅନ୍ୟ ରାଜ୍ୟରୁ ଦୁଇ ଦୁଇ ଥର ରାଜ୍ୟସଭାକୁ ଯାଇଛନ୍ତି ଧର୍ମେନ୍ଦ୍ର ପ୍ରଧାନ। ଏହାକୁ ନେଇ ଉତ୍ସାହିତ ବିଜେପିର ରାଜ୍ୟ ଶିବିର।

Odisha Dharmendra Pradhan BJP Rajya Sabha
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ