Advertisment

ଚଳଚଞ୍ଚଳ ସାରା ରାଜ୍ୟ, ବିଭିନ୍ନ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ଭିଡ଼

‍‍ଭୁବନେଶ୍ୱର: ଆଜି ପବିତ୍ର ମହାବିଷୁବ ସଂକ୍ରାନ୍ତି ସହ ପଣା ସଂକ୍ରାନ୍ତି, ଏବଂ ହନୁମାନ ଜୟନ୍ତୀ। ଏହାସହ ଆଜି ଓଡିଆ ନବବର୍ଷ ମଧ୍ୟ।  ଶ୍ରୀମନ୍ଦିରରେ ପରମ୍ପରା ରୀତିନୀତିରେ ହନୁମାନ ଜୟନ୍ତୀ ପାଳନ କରାଯିବ। ସକାଳ ଧୂପ ପରେ  ହନୁମାନଙ୍କୁ ଏକ ସ୍ୱତନ୍ତ୍ର ବିମାନରେ ଜଗନ୍ନାଥ ବଲ୍ଲଭ ମଠକୁ ବିଜେ କରାଯାଇ ଆଜ୍ଞାମାଳ ପ୍ରଦାନ କରାଯିବ।  ସେଠାରୁ ଚକ୍ରତୀର୍ଥ ଦରିଆ ମହାବୀର ମନ୍ଦିରକୁ ଯାଇ ପୂଜାର୍ଚ୍ଚନା କରାଯିବା ପରେ ଶ୍ରୀମନ୍ଦିରକୁ ପ୍ରତ୍ୟାବର୍ତ୍ତନ କରାଯିବାର ବିଧିବିଧାନ ରହିଛି। ସେହିପରି ଶ୍ରୀକ୍ଷେତ୍ରରେ ମହାଆଡମ୍ବରରେ […]

ଚଳଚଞ୍ଚଳ ସାରା ରାଜ୍ୟ, ବିଭିନ୍ନ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ଭିଡ଼

pana sankranti

Advertisment

‍‍ଭୁବନେଶ୍ୱର: ଆଜି ପବିତ୍ର ମହାବିଷୁବ ସଂକ୍ରାନ୍ତି ସହ ପଣା ସଂକ୍ରାନ୍ତି, ଏବଂ ହନୁମାନ ଜୟନ୍ତୀ। ଏହାସହ ଆଜି ଓଡିଆ ନବବର୍ଷ ମଧ୍ୟ।  ଶ୍ରୀମନ୍ଦିରରେ ପରମ୍ପରା ରୀତିନୀତିରେ ହନୁମାନ ଜୟନ୍ତୀ ପାଳନ କରାଯିବ।

Advertisment

ସକାଳ ଧୂପ ପରେ  ହନୁମାନଙ୍କୁ ଏକ ସ୍ୱତନ୍ତ୍ର ବିମାନରେ ଜଗନ୍ନାଥ ବଲ୍ଲଭ ମଠକୁ ବିଜେ କରାଯାଇ ଆଜ୍ଞାମାଳ ପ୍ରଦାନ କରାଯିବ।  ସେଠାରୁ ଚକ୍ରତୀର୍ଥ ଦରିଆ ମହାବୀର ମନ୍ଦିରକୁ ଯାଇ ପୂଜାର୍ଚ୍ଚନା କରାଯିବା ପରେ ଶ୍ରୀମନ୍ଦିରକୁ ପ୍ରତ୍ୟାବର୍ତ୍ତନ କରାଯିବାର ବିଧିବିଧାନ ରହିଛି।

ସେହିପରି ଶ୍ରୀକ୍ଷେତ୍ରରେ ମହାଆଡମ୍ବରରେ ପଣା ସଂକ୍ରାନ୍ତି ମଧ୍ୟ ପାଳନ କରାଯାଉଛି। ବିଭିନ୍ନ ଆଖଡାରେ ସ୍ୱତନ୍ତ୍ର ପୂଜାର୍ଚ୍ଚନା କରାଯିବା ପରେ କୁସ୍ତି ଯୋଦ୍ଧା ମାନେ କୁସ୍ତି ଯୋଦ୍ଧା ଶିକ୍ଷା ଆରମ୍ଭ କରିଥାନ୍ତି। ଏହାସହ ମହାପ୍ରଭୁ ଜଗନ୍ନାଥଙ୍କ ପଞ୍ଜିକା ଆଜିଠାରୁ ଆରମ୍ଭ ହେବ।  ପଣା ସଂକ୍ରାନ୍ତିରେ ବିଭିନ୍ନ ସ୍ଥାନରେ ଚାଲିଥିବା ଝାମୁଯାତ୍ରା ଶେଷ ହୋଇଥାଏ।

Advertisment

ସେପଟେ ସମ୍ବଲପୁରର ପ୍ରସିଦ୍ଧ ହନୁମାନ ଜୟନ୍ତୀ ଆଜି ପାଳନ କରାଯିବ। ଏଥିପାଇଁ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ସରିଛି। ଯାତ୍ରା ସୁପରିଚାଳନା ପାଇଁ ୩୦ ପ୍ଲାଟୁନ୍ ଫୋଲିସ ଫୋର୍ସ ମୃତୟନ କରାଯିବ।  ପୂର୍ବ ଭଳି ଏଥର ମଧ୍ୟ ଖଣ୍ଡା ଖେଳ ଉପରେ କଟକଣା ଜାରି କରାଯାଇଛି। ଆଇନ ଭାଙ୍ଗିଲେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ଏସ୍.ପି.।

ଚଳିତ ବର୍ଷ  ଯାତ୍ରା ରୁଟ୍‌ରେ କିଛି ପରିବର୍ତ୍ତନ କରାଯାଇଛି। ଏଥର ଯାତ୍ରା ବାଲିବନ୍ଧାରୁ ବାହାରି ସାନ ସଡକ ରାସ୍ତରେ ଯାଇ ବୈଦନାଥ ଛକ , ଗୋଲବଜାର, ଲକ୍ଷ୍ମୀ ଟକିଜ୍ ଛକ ଦେଇ ଭିଏସଏସ ମାର୍ଗରେ ଯାଇ ରାମ ମନ୍ଦିରରେ ପହଞ୍ଚିବ।  ମୁଖ୍ୟ ଯାତ୍ରା ସହ ଅନ୍ୟ ଯାତ୍ରାଗୁଡିକ ରାସ୍ତାରେ ମିଶିବେ ବୋଲି ସ୍ଥିର ହୋଇଛି। ରାତି ୯ଟା୩୦ରେ ମହାଆଳତୀ କରାଯିବ।

Advertisment

ଏହା ସହ  ଜିଲ୍ଲା ସ୍କୁଲ ଛକରେ ପାରମ୍ପରିକ ଆଖଡା ଖେଳ ଓସ୍ତାଦମାନଙ୍କୁ ପଗଡି ପିନ୍ଧାଇ ସମ୍ମାନିତ କରାଯିବ ବୋଲି ହନୁମାନ ଜୟନ୍ତୀ ସମନ୍ୱୟ ସମିତି ପକ୍ଷରୁ  କୁହାଯାଇଛି।

ସେହିପରି ଘଟଗାଁ ପୀଠରେ ଆଜି ମା’ ତାରିଣୀଙ୍କ ଚଇତି ପର୍ବ ଅନୁଷ୍ଠିତ ହେଉଛି। ମା’ଙ୍କ  ଦର୍ଶନ ଲାଗି ବିଭିନ୍ନ ଅଂଚଳରୁ ଭକ୍ତଙ୍କ ଭିଡ ଦେଖିବାକୁ ମିଳୁଛି। ବିଶ୍ୱାସ ରହିଛି ମା’ ହେଉଛନ୍ତି ପ୍ରତ୍ୟକ୍ଷ ଦେବୀ। ମା’ଙ୍କୁ ଯାହା ମାଗିଲେ ସେ ଦିଅନ୍ତି। ମହାବିଷୁବ ସଂକ୍ରାନ୍ତି ଅବସରରେ ଘଟଗାଁରେ ୭ଦିନ ଧରି ଚାଲିଥାଏ ଏହି ଚଇତି ପର୍ବ।  ଲକ୍ଷାଧିକ ଭକ୍ତଙ୍କ ଭିଡକୁ ଆଖିଆଗରେ ରଖି ଜିଲ୍ଲା ପ୍ରଶାସନ ଏବଂ ମନ୍ଦିର କର୍ତ୍ତୃପକ୍ଷଙ୍କ ତରଫରୁ ସୁରକ୍ଷା ବ୍ୟବସ୍ଥା ବି କଡାକଡି କରାଯାଇଛି।

Odisha Pana Sankranti Odia New Year Mahabisuba Sankranti
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ