Advertisment

ପୁଣି ଚଳଞ୍ଚଳ ହେଲା ଆନନ୍ଦବଜାର, ଅବଢ଼ା ବାହାରିଲା

ପୁରୀ: ୪ ଦିନର ଅପେକ୍ଷାର ଅନ୍ତ। ଶ୍ରୀମନ୍ଦିର ଆନନ୍ଦ ବଜାରରେ ଭକ୍ତ ପାଇଲେ ମହାପ୍ରସାଦ। ସଠିକ୍ ସମୟରେ ଠାକୁରଙ୍କ ନୀତିକାନ୍ତି ସାଙ୍ଗକୁ ଭୋଗ ମଣ୍ଡପ ଉଠିବା ପରେ ଆନନ୍ଦ ବଜାରରେ ଅବଢ଼ା ଖାଇ ଖୁସି ହୋଇଛନ୍ତି ଭକ୍ତ। ନୀତି ବିଭ୍ରାଟ ସାଙ୍ଗକୁ ସୁଆର ସେବାୟତଙ୍କ ଆନ୍ଦୋଳନ ଯୋଗୁଁ ଗତ ୧୬ ତାରିଖରୁ ଅବଢ଼ା ବାହାରୁନଥିଲା। ତେବେ ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ଆଜି ମହାପ୍ରଭୁଙ୍କ ସବୁ ନୀତିକାନ୍ତି ଠିକଠାକ୍ ହେବା ପରେ ସଠିକ୍ ସମୟରେ ମହାପ୍ରସାଦ ବାହାରିଛି। ଫଳରେ […]

ପୁଣି ଚଳଞ୍ଚଳ ହେଲା ଆନନ୍ଦବଜାର, ଅବଢ଼ା ବାହାରିଲା

abhada

Advertisment

ପୁରୀ: ୪ ଦିନର ଅପେକ୍ଷାର ଅନ୍ତ। ଶ୍ରୀମନ୍ଦିର ଆନନ୍ଦ ବଜାରରେ ଭକ୍ତ ପାଇଲେ ମହାପ୍ରସାଦ। ସଠିକ୍ ସମୟରେ ଠାକୁରଙ୍କ ନୀତିକାନ୍ତି ସାଙ୍ଗକୁ ଭୋଗ ମଣ୍ଡପ ଉଠିବା ପରେ ଆନନ୍ଦ ବଜାରରେ ଅବଢ଼ା ଖାଇ ଖୁସି ହୋଇଛନ୍ତି ଭକ୍ତ।

Advertisment

ନୀତି ବିଭ୍ରାଟ ସାଙ୍ଗକୁ ସୁଆର ସେବାୟତଙ୍କ ଆନ୍ଦୋଳନ ଯୋଗୁଁ ଗତ ୧୬ ତାରିଖରୁ ଅବଢ଼ା ବାହାରୁନଥିଲା। ତେବେ ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ଆଜି ମହାପ୍ରଭୁଙ୍କ ସବୁ ନୀତିକାନ୍ତି ଠିକଠାକ୍ ହେବା ପରେ ସଠିକ୍ ସମୟରେ ମହାପ୍ରସାଦ ବାହାରିଛି।

ଫଳରେ ଆନନ୍ଦ ବଜାରରେ ପୁଣି ଗହଳି ଚହଳି ଲାଗିଛି। ଉଭୟ ଗୋପାଳ ବଲ୍ଳଭ ଓ ଅବଢ଼ା ଆନନ୍ଦ ବଜାରରେ ଉପଲବ୍ଧ ହେବା ପରେ ଭକ୍ତ ମହଲରେ ଖୁସି ପ୍ରକାଶ ପାଇଛି

Advertisment
Puri Jagannath Temple Puri Mahaprasad Mahaprasad Puri Abhada
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ