Advertisment

ଏମ୍‌ସ୍‌ରୁ ଧରାପଡିଲେ ନକଲି ଡାକ୍ତର

ନୂଆଦିଲ୍ଲୀ: ନକଲି ପରିଚୟ ଦେଇ କୌଣସି ଏକ ପେଶା ଆପଣେଇବା ଓ ଲୋକଙ୍କୁ ଭୁଆଁ ବୁଲେଇ ବିଶ୍ୱାସଭାଜନ ହେବାର ଅନେକ ନଜିର ଦେଖିବାକୁ ମିଳେ। ହେଲେ ଦିଲ୍ଲୀ ଏମ୍‌ସ୍‌ରେ ଏମିତି ଏକ ଘଟଣା ଘଟିଛି, ଯାହା ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। ବିଶ୍ୱାସ କରିପାରିବେନି ଯେ ଏମ୍‌ସ୍‌ ଭଳି ଏକ ପ୍ରସିଦ୍ଧ ଡାକ୍ତରଖାନାରେ ଏମିତି ହୋଇଛି। ପ୍ରକାଶିତ ସୂଚନା ଅନୁସାରେ, ଆଦନାନ୍‌ ଖୁରାମ୍‌ ନାମକ ୧୯ବର୍ଷିୟ ଜଣେ ଡାକ୍ତର ଆଶାୟୀ ସାଧାରଣ ଯୁବକଙ୍କୁ ଦିଲ୍ଲୀ ପୁଲିସ୍‌ ଗିରଫ […]

ଏମ୍‌ସ୍‌ରୁ ଧରାପଡିଲେ ନକଲି ଡାକ୍ତର

aiims

Advertisment

ନୂଆଦିଲ୍ଲୀ: ନକଲି ପରିଚୟ ଦେଇ କୌଣସି ଏକ ପେଶା ଆପଣେଇବା ଓ ଲୋକଙ୍କୁ ଭୁଆଁ ବୁଲେଇ ବିଶ୍ୱାସଭାଜନ ହେବାର ଅନେକ ନଜିର ଦେଖିବାକୁ ମିଳେ। ହେଲେ ଦିଲ୍ଲୀ ଏମ୍‌ସ୍‌ରେ ଏମିତି ଏକ ଘଟଣା ଘଟିଛି, ଯାହା ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। ବିଶ୍ୱାସ କରିପାରିବେନି ଯେ ଏମ୍‌ସ୍‌ ଭଳି ଏକ ପ୍ରସିଦ୍ଧ ଡାକ୍ତରଖାନାରେ ଏମିତି ହୋଇଛି।

Advertisment

ପ୍ରକାଶିତ ସୂଚନା ଅନୁସାରେ, ଆଦନାନ୍‌ ଖୁରାମ୍‌ ନାମକ ୧୯ବର୍ଷିୟ ଜଣେ ଡାକ୍ତର ଆଶାୟୀ ସାଧାରଣ ଯୁବକଙ୍କୁ ଦିଲ୍ଲୀ ପୁଲିସ୍‌ ଗିରଫ କରିଛି। ଏହାର କାରଣ ଏହା ଯେ, ସେହି ଯୁବକ ଜଣକ ୫ ମାସ ହେଲା ନକଲି ଡାକ୍ତର ସାଜି ଏମ୍‌ସ୍‌ରେ ଥିଲେ। ଫେକ୍‌ ପରିଚୟରେ ଏମ୍‌ସ୍‌ର ସବୁ ଡିପାର୍ଟମେଣ୍ଟ ଓ ଡାକ୍ତରୀ ଛାତ୍ରଛାତ୍ରୀଙ୍କ ସହ ବନ୍ଧୁତା ସ୍ଥାପନ କରିଥିଲେ। ଏମ୍‌ସ୍‌ର ରେସିଡେଣ୍ଟ ଡାକ୍ତରଙ୍କ ଆସୋସିଏସନ ମୁତାବିକ୍‌ ,ଆଦନାନ୍‌ ସେଠାରେ ଡାକ୍ତରମାନଙ୍କ ପାଇଁ ଉଦ୍ଦିଷ୍ଟ ବିଭିନ୍ନ କାର୍ଯ୍ୟକ୍ରମ- ଧର୍ମଘଟ ଠାରୁ ଆରମ୍ଭ କରି ମାରାଥନ୍‌ ସବୁଥିରେ ଅଂଶଗ୍ରହଣ କରିଥିଲେ।

publive-imageଗତ ଶନିବାର ଦିନ ପୁଲିସ୍‌ ଯେତେବେଳେ ଆଦନାନ୍‌ଙ୍କୁ ଗିରଫ କରିଥିଲା, ତାଙ୍କର ଔଷଧ ଜ୍ଞାନ,ଏମ୍‌ସ୍‌ର ସବୁ ଡାକ୍ତର ଓ ବିଭାଗୀୟ ମୁଖ୍ୟମାନଙ୍କ ନାଁ ମନେରଖିଥିବା କଥା ଶୁଣି ପୁଲିସ୍‌ ଆଶ୍ଚର୍ଯ୍ୟ ହୋଇଯାଇଥିଲା। ଥରକୁ ଥର ନିଜର ବୟାନ ବଦଳାଉଥିବାରୁ ଆଦନାନ୍‌ ଖୁରାମ୍‌ କାହିଁକି ନିଜକୁ ଡାକ୍ତର ବୋଲି ପରିଚୟ ଦେଇଥିଲେ ତାହା ଏଯାଏ ଜଣାପଡ଼ି ନାହିଁ ବୋଲି ପୁଲିସ୍‌ କହିଛି।ହେଲେ ଖୁରାମ୍‌ ପୁଲିସ୍‌ଙ୍କୁ କହିଛନ୍ତି, ଜଣେ ଡାକ୍ତର ହେବାକୁ ତାଙ୍କର ପ୍ରବଳ ଆଗ୍ରହ ଥିଲା ଓ ଡାକ୍ତରମାନଙ୍କ ସହ ସମୟ ବିତେଇବାକୁ ଚାହୁଁଥିଲେ। ସେଥିପାଇଁ ସେ ନକଲି ଡାକ୍ତର ସାଜି ଏହି ଇଚ୍ଛା ପୂରଣ କରିଥିଲେ ଏବଂ ଏ ଅପରାଧ ପାଇଁ ସେ ଦେଇଥିବା ଅନ୍ୟତମ କାରଣ ହେଉଛି, ପରିବାରର ଜଣେ ଅସୁସ୍ଥ ସଦସ୍ୟଙ୍କର ଉତ୍ତମ ଚିକିତ୍ସା କରାଇବାକୁ ସେ ମିଛରେ ଡାକ୍ତର ସାଜିଥିଲେ।

Advertisment

RDA ପ୍ରେସିଡେଣ୍ଟ ହରଜିତ୍‌ ସିଂ କହିଛନ୍ତି, ଅନେକ ମାସ ଧରି ସେ ଖୁରାମ୍‌ଙ୍କୁ କାମ୍ପସ୍‌ରେ ଦେଖିଆସୁଛନ୍ତି। ସବୁବେଳେ ଲ୍ୟାବ୍‌ କୋଟ୍‌ ପିନ୍ଧିବା ସହ କାନ୍ଧରେ ଷ୍ଟେଥୋସ୍କୋପ୍‌ ପକାଇଥାନ୍ତି। ଅନ୍ୟ ଡାକ୍ତରମାନଙ୍କ ଆଗରେ କେବେ ସେ ନିଜକୁ ଜୁନିୟର୍‌ ରେସିଡେଣ୍ଟ୍‌ ଡାକ୍ତର ତ କେବେ ଅଣ୍ଡର୍‌ଗ୍ରାଜୁଏଟ୍‌ ମେଡିକାଲ୍‌ ଷ୍ଟୁଡେଣ୍ଟ୍‌ ବୋଲି ପରିଚୟ ଦେଇଥାନ୍ତି।ଏମ୍‌ସ୍‌ରେ ପ୍ରାୟ ୨୦୦୦ ଡାକ୍ତର ଥିବାରୁ ବ୍ୟକ୍ତିଗତ ଭାବେ ସମସ୍ତଙ୍କୁ ଚିହ୍ନିବା କଷ୍ଟକର। ତେଣୁ ଖୁରାମ୍‌ଙ୍କୁ ଜାଣିବା ସହଜ ନ ଥିଲା ବୋଲି ହରଜିତ୍‌ ସିଂ କହିଛନ୍ତି।

କେମିତି ଖୁରାମ୍‌ ଧରାପଡିଲେ ?

ଗତ ଶନିବାର ଦିନ ଡାକ୍ତରଙ୍କ ଦ୍ୱାରା ଏକ ମାରାଥନ୍‌ ଅନୁଷ୍ଠିତ ହୋଇଥିଲା। କେତେକ ଡାକ୍ତର ସନ୍ଦେହ କରି ସେହି ମାରାଥନ୍‌ରେ ଅଂଶ ଗ୍ରହଣ କରିଥିବା ଖୁରାମ୍‌ଙ୍କ ପରିଚୟ ମାଗିଥିଲେ। ସେ କିନ୍ତୁ ସଠିକ୍‌ ପରିଚୟ ପତ୍ର ଦେଇ ନ ପାରିବାରୁ ସେମାନେ ଖୁରାମ୍‌ଙ୍କୁ ଧରି ପୁଲିସରେ ଖବର କରିଥିଲେ।

Advertisment

ପୁଲିସ୍‌ଙ୍କ ଠାରୁ ମିଳିଥିବା ସୂଚନା ଅନୁସାରେ, ଖୁରାମ୍‌ଙ୍କର କୌଣସି ଅପରାଧିକ ରେକର୍ଡ ନାହିଁ। ତଦନ୍ତରୁ ଜଣାପଡ଼ିଛି ଡାକ୍ତରଙ୍କ କୋଟ୍‌ ପିନ୍ଧି ଓ ଷ୍ଟେଥୋସ୍କୋପ୍‌ ପକାଇ ବହୁ ଫଟୋଗ୍ରାଫ୍‌ ସେ ସୋସିଆଲ୍‌ ମିଡିଆରେ ଅପ୍‌ଲୋଡ୍‌ କରିଛନ୍ତି। ସେ ବିହାର ବାସିନ୍ଦା ଓ ଜାମିଆ ନଗର ନିକଟ ବତଲା ହାଉସ୍‌ରେ ରୁହନ୍ତି ବୋଲି ପୁଲିସ୍‌ ତଦନ୍ତରୁ ଜଣାପଡିଛି।

Man Pretends To Be Doctor AIIMS Delhi
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ