Advertisment

ଇରାକରେ ୩୯ ଜଣ ଭାରତୀୟ ମୃତ

ନୂଆଦିଲ୍ଲୀ: ଇରାକରେ ୩୯ ଜଣ ଭାରତୀୟ ମୃତ। ଏହି ଭାରତୀୟଙ୍କୁ ସେଠାରେ ଅପହରଣ କରି ନିଆଯାଇଥିଲା। କୁହାଯାଉଥିଲା ସେମାନେ ନିଖୋଜ ଅଛନ୍ତି।ତେବେ ସମସ୍ତ ୩୯ ଜଣ ଭାରତୀୟଙ୍କ ମୃତ୍ୟୁ ହୋଇଥିବା ଆଜି ସ୍ପଷ୍ଟ କରିଛନ୍ତି କେନ୍ଦ୍ର ସରକାର। ରାଜ୍ୟସଭାରେ ଏ ସଂପର୍କରେ ସୂଚନା ଦେଇଛନ୍ତି  ବୈଦେଶିକ ବ୍ୟାପାର ମନ୍ତ୍ରୀ ସୁଷମା ସ୍ୱରାଜ।  ଆଇଏସ୍ ଆତଙ୍କବାଦୀ ସେମାନଙ୍କୁ ହତ୍ୟା କରିଥିବା ଜଣାପଡ଼ିଛି। ମୋସୁଲ ନିକଟରେ ମିଳିଥିଲା ମୃତଦେହ। ସେଗୁଡ଼ିକୁ ବାଗଦାଦ୍ ଅଣାଯାଇଛି। ଖୁବ ଶୀଘ୍ର ଭାରତ ଅଣାଯିବ ବୋଲି […]

ଇରାକରେ ୩୯ ଜଣ ଭାରତୀୟ ମୃତ

sushma swaraj

Advertisment

ନୂଆଦିଲ୍ଲୀ: ଇରାକରେ ୩୯ ଜଣ ଭାରତୀୟ ମୃତ। ଏହି ଭାରତୀୟଙ୍କୁ ସେଠାରେ ଅପହରଣ କରି ନିଆଯାଇଥିଲା। କୁହାଯାଉଥିଲା ସେମାନେ ନିଖୋଜ ଅଛନ୍ତି।ତେବେ ସମସ୍ତ ୩୯ ଜଣ ଭାରତୀୟଙ୍କ ମୃତ୍ୟୁ ହୋଇଥିବା ଆଜି ସ୍ପଷ୍ଟ କରିଛନ୍ତି କେନ୍ଦ୍ର ସରକାର।

Advertisment

ରାଜ୍ୟସଭାରେ ଏ ସଂପର୍କରେ ସୂଚନା ଦେଇଛନ୍ତି  ବୈଦେଶିକ ବ୍ୟାପାର ମନ୍ତ୍ରୀ ସୁଷମା ସ୍ୱରାଜ।  ଆଇଏସ୍ ଆତଙ୍କବାଦୀ ସେମାନଙ୍କୁ ହତ୍ୟା କରିଥିବା ଜଣାପଡ଼ିଛି।

ମୋସୁଲ ନିକଟରେ ମିଳିଥିଲା ମୃତଦେହ। ସେଗୁଡ଼ିକୁ ବାଗଦାଦ୍ ଅଣାଯାଇଛି। ଖୁବ ଶୀଘ୍ର ଭାରତ ଅଣାଯିବ ବୋଲି ସୂଚନା ଦେଇଛନ୍ତି ସୁଷମା ସ୍ୱରାଜ।

Advertisment

ମୃତକଙ୍କ ମଧ୍ୟରେ ଅଧିକାଂଶ ପଞ୍ଜାବର ଅଛନ୍ତି।  ଏମାନେ ସମସ୍ତେ ଶ୍ରମିକ ଶ୍ରେଣୀର। ୨୦୧୪ରେ ଏମାନଙ୍କୁ ଅପହରଣ କରି ନିଆଯାଇଥିଲା।  ଅପହରଣକାରୀଙ୍କ ମଧ୍ୟରୁ ଜଣେ ଖସି ଆସିଥିଲେ ଓ କହିଥିଲେ ଯେ, ସମସ୍ତଙ୍କୁ ଆଇଏସ୍ ଆତଙ୍କବାଦୀ ଅତି ବର୍ବର ଭାବେ ହତ୍ୟା କରିଛନ୍ତି।

ସେତେବେଳେ ସରକାର କହିଥିଲେ ହତ୍ୟାର ପ୍ରମାଣ ଏଯାଏ ମିଳିନାହିଁ। ଏବେ ସାଟେଲାଇଟ୍ ଚିତ୍ରରୁ ଗଣ କବରର ଚିତ୍ର ଆସିଛି  ଏବଂ ମୃତଦେହ ସହିତ ଭାରତୀୟଙ୍କ ଡିଏନ୍ଏ ମେଳ ଖାଉଛି।

Advertisment
Iraq Sushma Swaraj Death Of Indians In Iraq
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ