da hiked
ଭୁବନେଶ୍ୱର: ସରକାରୀ ଚାକିରିଆଙ୍କ ପାଇଁ ଖୁସି ଖବର। ରାଜ୍ୟ ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା ୨ ପ୍ରତିଶତ ବୃଦ୍ଧି କରାଯାଇଛି। ଏ ସଂକ୍ରାନ୍ତୀୟ ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁମୋଦନ କରିଛନ୍ତି।
୨ ପ୍ରତିଶତ ମହଙ୍ଗା ଭତ୍ତା ବୃଦ୍ଧି ପରେ ଏହା ୫ରୁ ବୃଦ୍ଧି ପାଇ ୭ ପ୍ରତିଶତ ହୋଇଛି। ବର୍ଦ୍ଧିତ ମହଙ୍ଗା ଭତ୍ତା ଚଳିତବର୍ଷ ଜାନୁଆରୀ ପହିଲାରୁ ପିଛିଲା ଭାବେ ଲାଗୁ କରାଯାଇଛି।
ସଂଶୋଧିତ ହାରରେ ପେନ୍ସନ୍ ପାଉଥିବା ପେନ୍ସନ୍ ଭୋଗୀଙ୍କ ଟିଆଇ ମଧ୍ୟ ବୃଦ୍ଧି ହୋଇଛି। ସଂଶୋଧିତ ହାରର ପେନ୍ସନ୍ ଭୋଗୀଙ୍କ ଟିଆଇ ୨ ପ୍ରତିଶତ ଏବଂ ଅଣସଂଶୋଧିତ ପେନ୍ସନ୍ ଭୋଗୀଙ୍କ ଟିଆଇ ୩ ପ୍ରତିଶତ ବୃଦ୍ଧି କରାଯାଇଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/da-hiked_1626501569.jpg)