Advertisment

ବଢ଼ୁଛି ସାଇବର ଅପରାଧ

ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ ବୃଦ୍ଧି ପାଉଛି ସାରବର ଅପରାଧ। ୨୦୧୬ ମସିହା ଅପେକ୍ଷା ୨୦୧୭ରେ ପ୍ରାୟ ଦୁଇଗଣ ସାଇବର ଅପରାଧ ବଢ଼ିଛି।  ବିଧାନସଭାରେ ବିଧାୟକ ଭୁଜବଳ ମାଝୀଙ୍କ ପ୍ରଶ୍ନରେ ଏଭଳି ଉତ୍ତର ରଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ରିପୋର୍ଟ ଅନୁସାରେ ୨୦୧୬ ମସିହାରେ ରାଜ୍ୟରେ ୩୧୭ଟି ସାଇବର ସଂପର୍କିତ ମାମଲା ରୁଜୁ ହୋଇଥିଲା। ଯେଉଁଥିରେ ୯୯ଜଣଙ୍କୁ ଗିରଫ କରାଯାଇଥିଲା। ତେବେ ୨୦୧୭ ମସିହାରେ ଏହି ଅପରାଧ ପ୍ରାୟ ଦୁଇଗଣ ବୃଦ୍ଧି ପାଇ ୮୨୪ରେ ପହଞ୍ଚିଥିଲା। ଯେଉଁଥିରେ […]

ବଢ଼ୁଛି ସାଇବର ଅପରାଧ

cyber crime

Advertisment

ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ ବୃଦ୍ଧି ପାଉଛି ସାରବର ଅପରାଧ। ୨୦୧୬ ମସିହା ଅପେକ୍ଷା ୨୦୧୭ରେ ପ୍ରାୟ ଦୁଇଗଣ ସାଇବର ଅପରାଧ ବଢ଼ିଛି।  ବିଧାନସଭାରେ ବିଧାୟକ ଭୁଜବଳ ମାଝୀଙ୍କ ପ୍ରଶ୍ନରେ ଏଭଳି ଉତ୍ତର ରଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

Advertisment

ରିପୋର୍ଟ ଅନୁସାରେ ୨୦୧୬ ମସିହାରେ ରାଜ୍ୟରେ ୩୧୭ଟି ସାଇବର ସଂପର୍କିତ ମାମଲା ରୁଜୁ ହୋଇଥିଲା। ଯେଉଁଥିରେ ୯୯ଜଣଙ୍କୁ ଗିରଫ କରାଯାଇଥିଲା। ତେବେ ୨୦୧୭ ମସିହାରେ ଏହି ଅପରାଧ ପ୍ରାୟ ଦୁଇଗଣ ବୃଦ୍ଧି ପାଇ ୮୨୪ରେ ପହଞ୍ଚିଥିଲା। ଯେଉଁଥିରେ ମାତ୍ର ୧୯୫ ଜଣଙ୍କୁ ଗିରଫ କରାଯାଇଥିବା ମୁଖ୍ୟମନ୍ତ୍ରୀ ବିଧାନସଭାରେ ସୂଚନା ଦେଇଛନ୍ତି। ୨୦୧୮ ମସିହାରେ ୩୧ ମାର୍ଚ୍ଚ ସୁଦ୍ଧା ୧୨୪ଟି ସାଇବର ଅପରାଧ ମାମଲା ରୁଜୁ ହୋଇଥିବାବେଳେ ପୋଲିସ ୨୦ଜଣଙ୍କୁ ଗିରଫ କରିଛି।

ସେହିପରି ଭିଡିଓ ଭାଇରାଲ ଜନିତ ମାମଲା ମଧ୍ୟ ବୃଦ୍ଧି ପାଇଥିବା ସୂଚନା ଦିଆଯାଇଛି।  ୨୦୧୬ ମସିହାରେ ରାଜ୍ୟରେ ୭୩ଟି ଭିଡିଓ ଭାଇରାଲ ମାମଲା ରୁଜୁ ହୋଇଥିଲା  ଯେଉଁଥିରେ ପୋଲିସ ୪୧ଟି ଜଣଙ୍କୁ ଗିରଫ କରିଥିଲା।  ୨୦୧୭ ମସିହାରେ ଏହି ମାମଲା ବୃଦ୍ଧି ହୋଇ ୧୮୪ରେ ପହଞ୍ଚିଥିଲା।  ସେତେବେଳେ ଏହି ଘଟଣାରେ ୮୫ଜଣଙ୍କୁ ଗିରଫ କରାଯାଇଥିଲା।  ୨୦୧୮ ମାର୍ଚ୍ଚ ୩୧ ତାରିଖ ସୁଦ୍ଧା ୩୧ଟି ଆପତ୍ତିଜନକ ଭିଡିଓ ଭାଇରାଲ୍ ମାମଲା ରୁଜୁ ହୋଇଥିବାବେଳେ, ବର୍ତ୍ତମାନ ସୁଦ୍ଧା ପୋଲିସ ୧୯ଜଣଙ୍କୁ ଗିରଫ କରିଛି।

Advertisment

ରାଜ୍ୟରେ ବର୍ତ୍ତମାନ ୪ଟି ସାଇବର ଥାନା କାର୍ଯ୍ୟ କରୁଛି। କଟକ, ରାଉରକେଲା, ସମ୍ବଲପୁର ଓ ବ୍ରହ୍ମପୁରରେ ଏହା କାର୍ଯ୍ୟକରୁଛି।  ଆଗକୁ ଭୁବନେଶ୍ୱର, ବାଲେଶ୍ୱର ଓ ଜୟପୁରରେ ସାଇବର ଥାନା ହେବା ନେଇ ପ୍ରସ୍ତାବ ରହିଛି।

Odisha Cyber Crime Odisha Assembly Naveen Patnaik News Cyber Crime Increase In Odisha
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ