Advertisment

ଆଜି ପୁଞ୍ଜିଲାଲଙ୍କୁ କୋର୍ଟରେ ହାଜର କରାଯିବ

ପାଟଣାଗଡ଼  : ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ମାମଲାର ମୁଖ୍ୟ ଅଭିଯୁକ୍ତ ପୁଞ୍ଜିଲାଲ ମେହେରଙ୍କ ୬ଦିନିଆ ରିମାଣ୍ଡ ଅବଧି ଶେଷ ହୋଇଛି। ଆଜି ପୁଞ୍ଜିଲାଲଙ୍କୁ ପାଟଣାଗଡ ଏସ୍‌ଡିଜେଏମ୍‌ଙ୍କ କୋର୍ଟରେ ହାଜର କରାଯିବ। ଘଟଣାରେ ତଦନ୍ତ ଜାରି ରହିଥିବାରୁ ଅଧିକ ପଚରାଉଚରା ପାଇଁ କ୍ରାଇମବ୍ରାଞ୍ଚ ପୁଣିଥରେ ପୁଞ୍ଜିଲାଲଙ୍କୁ ରିମାଣ୍ଡରେ ଆଣିବାକୁ ଯୋଜନା କରୁଛି। ଏଥିପାଇଁ ଆଜି କ୍ରାଇମବ୍ରାଞ୍ଚ, କୋର୍ଟଙ୍କ ନିକଟରେ ପୁଣି ରିମାଣ୍ଡ ଆବେଦନ କରିପାରେ। ୬ଦିନିଆ ରିମାଣ୍ଡ ଅବଧି ସରିବା ପରେ ଗତକାଲି ପୁଞ୍ଜିଲାଲଙ୍କୁ କଡା ସୁରକ୍ଷା […]

ଆଜି ପୁଞ୍ଜିଲାଲଙ୍କୁ କୋର୍ଟରେ ହାଜର କରାଯିବ

punjilal

Advertisment

ପାଟଣାଗଡ଼  : ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ମାମଲାର ମୁଖ୍ୟ ଅଭିଯୁକ୍ତ ପୁଞ୍ଜିଲାଲ ମେହେରଙ୍କ ୬ଦିନିଆ ରିମାଣ୍ଡ ଅବଧି ଶେଷ ହୋଇଛି। ଆଜି ପୁଞ୍ଜିଲାଲଙ୍କୁ ପାଟଣାଗଡ ଏସ୍‌ଡିଜେଏମ୍‌ଙ୍କ କୋର୍ଟରେ ହାଜର କରାଯିବ।

Advertisment

ଘଟଣାରେ ତଦନ୍ତ ଜାରି ରହିଥିବାରୁ ଅଧିକ ପଚରାଉଚରା ପାଇଁ କ୍ରାଇମବ୍ରାଞ୍ଚ ପୁଣିଥରେ ପୁଞ୍ଜିଲାଲଙ୍କୁ ରିମାଣ୍ଡରେ ଆଣିବାକୁ ଯୋଜନା କରୁଛି। ଏଥିପାଇଁ ଆଜି କ୍ରାଇମବ୍ରାଞ୍ଚ, କୋର୍ଟଙ୍କ ନିକଟରେ ପୁଣି ରିମାଣ୍ଡ ଆବେଦନ କରିପାରେ।

୬ଦିନିଆ ରିମାଣ୍ଡ ଅବଧି ସରିବା ପରେ ଗତକାଲି ପୁଞ୍ଜିଲାଲଙ୍କୁ କଡା ସୁରକ୍ଷା ବଳୟ ମଧ୍ୟରେ କଟକ କ୍ରାଇମବ୍ରାଞ୍ଚ ମୁଖ୍ୟାଳୟରୁ ପାଟଣାଗଡ ଅଣାଯାଇଥିଲା।  ରିମାଣ୍ଡ ସମୟରେ କ୍ରାଇମବ୍ରାଞ୍ଚକୁ ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ମିଳିଥିବା ଜଣାପଡିଛି।

Advertisment

ସେପଟେ ଘଟଣାରେ ଏ ପର୍ଯ୍ୟନ୍ତ ରାୟପୁରର ଅଟୋ ଚାଳକଙ୍କ ପତ୍ତା ମିଳିନି। ରାୟପୁରରେ କ୍ରାଇମବ୍ରାଞ୍ଚର ୩ଜଣିଆ ଟିମ୍ ରହି ତଦନ୍ତ କରୁଥିବାବେଳେ ଆଇଜି ଅରୁଣ ବୋଥ୍ରା ମଧ୍ୟ ରାୟପୁର ଯାଇ ତଦନ୍ତ କରିବେ ବୋଲି ଜଣାପଡିଛି।

Crime Branch Punjilal Meher Wedding Gift Blast Patnagarh SDJM Court
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ