Advertisment

ଘୁଞ୍ଚିଲା କାଠୁଆ ଗଣଦୁଷ୍କର୍ମ ମାମଲାରେ ଶୁଣାଣି

ନୂଆଦିଲ୍ଲୀ: ଏପ୍ରିଲ ୨୮କୁ ଘୁଞ୍ଚିଲା କାଠୁଆ ଗଣ ଦୁଷ୍କର୍ମ ଏବଂ ହତ୍ୟା ମାମଲାର ଶୁଣାଣି। ଆଜିଠାରୁ କାଠୁଆ କୋର୍ଟରେ ଏହି ମାମଲାର ଶୁଣାଣି ଆରମ୍ଭ ହୋଇଥିଲା।  ଚାର୍ଜସିଟ୍‌ର ନକଲ ସମସ୍ତ ୮ ଅଭିଯୁକ୍ତଙ୍କୁ ଦେବା ଲାଗି କୋର୍ଟ ସରକାରୀ ଓକିଲଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଜଣେ ଅଭିଯୁକ୍ତ ନାବାଳକ ହୋଇଥିବାରୁ ତା ବିରୋଧରେ ସ୍ୱତନ୍ତ୍ର ଚାର୍ଜସିଟ୍ ଦାଖଲ କରାଯାଇଛି। ମାମଲାର ଗୁରୁତ୍ୱ ଦୃଷ୍ଟିରୁ ସରକାର ନିଜ ତରଫରୁ ଦୁଇ ଜଣ ବରିଷ୍ଠ  ଓକିଲଙ୍କୁ ନିଯୁକ୍ତ କରିଛନ୍ତି। ଅନ୍ୟପକ୍ଷରେ, କାଠୁଆ […]

ଘୁଞ୍ଚିଲା କାଠୁଆ ଗଣଦୁଷ୍କର୍ମ ମାମଲାରେ ଶୁଣାଣି

minor girl rape

Advertisment

ନୂଆଦିଲ୍ଲୀ: ଏପ୍ରିଲ ୨୮କୁ ଘୁଞ୍ଚିଲା କାଠୁଆ ଗଣ ଦୁଷ୍କର୍ମ ଏବଂ ହତ୍ୟା ମାମଲାର ଶୁଣାଣି। ଆଜିଠାରୁ କାଠୁଆ କୋର୍ଟରେ ଏହି ମାମଲାର ଶୁଣାଣି ଆରମ୍ଭ ହୋଇଥିଲା।  ଚାର୍ଜସିଟ୍‌ର ନକଲ ସମସ୍ତ ୮ ଅଭିଯୁକ୍ତଙ୍କୁ ଦେବା ଲାଗି କୋର୍ଟ ସରକାରୀ ଓକିଲଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

Advertisment

ଜଣେ ଅଭିଯୁକ୍ତ ନାବାଳକ ହୋଇଥିବାରୁ ତା ବିରୋଧରେ ସ୍ୱତନ୍ତ୍ର ଚାର୍ଜସିଟ୍ ଦାଖଲ କରାଯାଇଛି। ମାମଲାର ଗୁରୁତ୍ୱ ଦୃଷ୍ଟିରୁ ସରକାର ନିଜ ତରଫରୁ ଦୁଇ ଜଣ ବରିଷ୍ଠ  ଓକିଲଙ୍କୁ ନିଯୁକ୍ତ କରିଛନ୍ତି।

ଅନ୍ୟପକ୍ଷରେ, କାଠୁଆ ପୀଡ଼ିତାଙ୍କ ପରିବାର ଦାବି କରିଛନ୍ତି, ମାମଲାର ବିଚାର ଅନ୍ୟ ରାଜ୍ୟକୁ ସ୍ଥାନାନ୍ତର କରାଯାଉ। ଏହା ସହିତ ସେମାନଙ୍କ ଜୀବନ ପ୍ରତି ବିପଦ ଥିବାରୁ ମାମଲାର ଶୁଣାଣି ଜାମ୍ମୁ ଓ କାଶ୍ମୀର ବାହାରେ କରିବାକୁ ଏମାନେ ଦାବି କରିଛନ୍ତି।  ଏ ନେଇ ପୀଡ଼ିତାଙ୍କ ପରିବାର ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ଏହାର ଶୁଣାଣି ଆଜି ହେବାର ସମ୍ଭାବନା ଅଛି।

Advertisment
Supreme Court Kathua Kathua Rape Case
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ