Advertisment

ଇମ୍ଫା ଆନ୍ଦୋଳନ ପଛରେ ଷଡ଼ଯନ୍ତ୍ର

ଭୁବନେଶ୍ୱର: ରାୟଗଡ଼ା ଜିଲ୍ଲା ଥେରୁବାଲି ଇମ୍ଫା ଆନ୍ଦୋଳନ ପଛରେ ପାଣ୍ଡିଆନଙ୍କ ହାତ। ଏଭଳି ଅଭିଯୋଗ କରିଛନ୍ତି ବିଜେପି ନେତା ଜୟରାମ ପାଙ୍ଗୀ। ଇମ୍ଫା ଆନ୍ଦୋଳନ ପ୍ରସଙ୍ଗରେ ପାଙ୍ଗୀ ତାଙ୍କ ମନ୍ତବ୍ୟ ରଖିଛନ୍ତି। ଆଦିବାସୀମାନେ ସରଳ, ଏମାନେ ନିଜ ମନକୁ ମନ ଆନ୍ଦୋଳନ କରିବା ବିଶ୍ୱାସ ହେଉନି। ଏଥିସହ ବାହ୍ୟ ନିର୍ଦ୍ଦେଶରେ ଆଦିବାସୀମାନେ ଆନ୍ଦୋଳନ କରୁଥିବା ନେଇ ଭାବୁଛନ୍ତି ବୋଲି କହିଛନ୍ତି ପାଙ୍ଗୀ।  ଆନ୍ଦୋଳନ ତୃତୀୟ ମହଲା ବା ପାଣ୍ଡିଆନଙ୍କ ନିର୍ଦ୍ଦେଶରେ ହେଉଥିବ, ନହେଲେ ପ୍ରଶାସନ କିମ୍ବା ପୋଲିସ […]

ଇମ୍ଫା ଆନ୍ଦୋଳନ ପଛରେ ଷଡ଼ଯନ୍ତ୍ର

jayaram pangi

Advertisment

ଭୁବନେଶ୍ୱର: ରାୟଗଡ଼ା ଜିଲ୍ଲା ଥେରୁବାଲି ଇମ୍ଫା ଆନ୍ଦୋଳନ ପଛରେ ପାଣ୍ଡିଆନଙ୍କ ହାତ। ଏଭଳି ଅଭିଯୋଗ କରିଛନ୍ତି ବିଜେପି ନେତା ଜୟରାମ ପାଙ୍ଗୀ। ଇମ୍ଫା ଆନ୍ଦୋଳନ ପ୍ରସଙ୍ଗରେ ପାଙ୍ଗୀ ତାଙ୍କ ମନ୍ତବ୍ୟ ରଖିଛନ୍ତି।

Advertisment

ଆଦିବାସୀମାନେ ସରଳ, ଏମାନେ ନିଜ ମନକୁ ମନ ଆନ୍ଦୋଳନ କରିବା ବିଶ୍ୱାସ ହେଉନି। ଏଥିସହ ବାହ୍ୟ ନିର୍ଦ୍ଦେଶରେ ଆଦିବାସୀମାନେ ଆନ୍ଦୋଳନ କରୁଥିବା ନେଇ ଭାବୁଛନ୍ତି ବୋଲି କହିଛନ୍ତି ପାଙ୍ଗୀ।  ଆନ୍ଦୋଳନ ତୃତୀୟ ମହଲା ବା ପାଣ୍ଡିଆନଙ୍କ ନିର୍ଦ୍ଦେଶରେ ହେଉଥିବ, ନହେଲେ ପ୍ରଶାସନ କିମ୍ବା ପୋଲିସ କାହିଁକି ନିରବଦ୍ରଷ୍ଟା ସାଜନ୍ତା ବୋଲି ସେ ପ୍ରଶ୍ନ ଉଠାଇଛନ୍ତି।

ପୋଲିସ ଆଗରେ ଭଙ୍ଗାରୁଜା ହେଉଛି, ଅଥଚ କିଛି କରୁନାହାନ୍ତି।  ଏହା ଆଦିବାସୀଙ୍କୁ ବଦ୍‌ନାମ କରିବା ଛଡ଼ା ଆଉ କିଛି ନୁହେଁ।  ଲୋକେ ସବୁ ଦେଖୁଛନ୍ତି, କେତେ ଦିନ ବୋକା ବନେଇବ, ରାଜ୍ୟବାସୀ ଦିନେ ନା ଦିନେ ଏହାର ଜବାବ ଦେବେ ବୋଲି ପାଙ୍ଗୀ କହିଛନ୍ତି।   ବିଜୁ ବାବୁ ଯଦି ଥାନ୍ତେ, ଏମିତି କରାଇ ଦେଇନଥାନ୍ତେ ବୋଲି କହିଛନ୍ତି ପାଙ୍ଗୀ।  ତେବେ ଜୟରାମ ପାଙ୍ଗୀଙ୍କ ଅଭିଯୋଗ ନେଇ ପାଣ୍ଡିଆନଙ୍କ ପ୍ରତିକ୍ରିୟା ମିଳିପାରିନି।

Advertisment

ଅନ୍ୟପକ୍ଷରେ  ଆଜି ଚତୁର୍ଥ ଦିନରେ ପହଞ୍ଚିଛି ଆନ୍ଦୋଳନ। ଆନ୍ଦୋଳନକାରୀମାନେ କାରଖାନାର ମୁଖ୍ୟ ଫାଟକରେ ତାଲା ପକାଇ ଅଚଳାବସ୍ଥା ସୃଷ୍ଟି କରିଛନ୍ତି। ଦୁଇଦିନ ଧରି ତାଲା ପକାଇବା ପରେ ଗତକାଲି ହିଂସାକାଣ୍ଡକୁ ଓହ୍ଲାଇଥିଲେ। ଥେରୁବାଲି ଇମ୍ଫା କମ୍ପାନୀ ଆଗରେ ଧାରଣାରତ ଆନ୍ଦୋଳନକାରୀ କମ୍ପାନୀରେ ଭଙ୍ଗାରୁଜା କରିବା ସହିତ ଗେଟ୍ ଉପରକୁ ଢେଲାପଥର ମାଡ଼ କରିଥିଲେ।

ଫାଟକ ବାହାରେ ଲାଗିଥିବା ସିସି କ୍ୟାମେରା, ଲାଇଟ୍, ଆଉ କିଛି ଯନ୍ତ୍ରାଂଶକୁ ବାଡ଼େଇ ଭାଙ୍ଗି ଦେଇଛନ୍ତି ଆନ୍ଦୋଳନକାରୀ।  ୯ଦଫା ଦାବିରେ କାରଖାନାର ସମସ୍ତ ଗେଟ୍‌ରେ ତାଲା ପକାଇ ଗତ ୪ ଦିନ ଧରି  ଧାରଣାରେ ଆନ୍ଦୋଳନକାରୀ ବସିରହିଛନ୍ତି। ଆନ୍ଦୋଳନକାରୀ କାରଖାନା ସମେତ କଲୋନୀ ଓ ହସ୍ପିଟାଲ ଗେଟ୍‌ରେ ତାଲା ପକାଇଛନ୍ତି। ଏହାଦ୍ୱାରା କାରଖାନା ଭିତରେ ଲୋକେ ଆତଙ୍କିତ ଓ ଏକ ପ୍ରକାର ବନ୍ଦୀ ଅବସ୍ଥାରେ ରହିଛନ୍ତି।

Advertisment
IMFA IMFA Group Jayaram Pangi
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ