Advertisment

ବାଳ ଅପରାଧୀଙ୍କୁ ନିଯୁକ୍ତି ମିଳିଲେ ଆତ୍ମବିଶ୍ୱାସ ବଢ଼ିବ, ଅପରାଧ କରିବେନି

କଟକ: ବାଳଅପରାଧୀଙ୍କୁ ନିଯୁକ୍ତି ମିଳିଲେ ଆତ୍ମବିଶ୍ୱାସ ବଢ଼ିବ, ଆଉ ଏମାନେ ଅପରାଧ କରିବେନି। ଏଥିସହ ସେମାନେ ସମାଜର ମୁଖ୍ୟ ସ୍ରୋତରେ ସାମିଲ ହୋଇପାରିବେ ବୋଲି କହିଛନ୍ତି ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ୍ ଦୀପକ ମିଶ୍ର। କଟକରେ ଆୟୋଜିତ ଜୁଡିସିଆଲ ଏକାଡେମୀରେ ରାଜ୍ୟସ୍ତରୀୟ ସମ୍ମିଳନୀରେ ଯୋଗଦେଇଥିଲେ ପ୍ରଧାନ ବିଚାରପତି। ବାଳ ଅପରାଧ ସଂପର୍କିତ ଜୁଭେନାଇଲ ଜଷ୍ଟିସ: ଇସ୍ୟୁ ଏଣ୍ଡ ଚ୍ୟାଲେଞ୍ଜ ଶୀର୍ଷକ ଆଲୋଚନାଚକ୍ରରେ ଯୋଗଦେଇ ସେ ଏହା କହିଛନ୍ତି। ଏହି ସମ୍ମିଳନୀରେ ହାଇକୋର୍ଟ ମୁଖ୍ୟ ବିଚାରପତି ଜଷ୍ଟିସ୍ ବିନୀତ […]

ବାଳ ଅପରାଧୀଙ୍କୁ ନିଯୁକ୍ତି ମିଳିଲେ ଆତ୍ମବିଶ୍ୱାସ ବଢ଼ିବ, ଅପରାଧ କରିବେନି

CJI

Advertisment

କଟକ: ବାଳଅପରାଧୀଙ୍କୁ ନିଯୁକ୍ତି ମିଳିଲେ ଆତ୍ମବିଶ୍ୱାସ ବଢ଼ିବ, ଆଉ ଏମାନେ ଅପରାଧ କରିବେନି। ଏଥିସହ ସେମାନେ ସମାଜର ମୁଖ୍ୟ ସ୍ରୋତରେ ସାମିଲ ହୋଇପାରିବେ ବୋଲି କହିଛନ୍ତି ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ୍ ଦୀପକ ମିଶ୍ର।

Advertisment

କଟକରେ ଆୟୋଜିତ ଜୁଡିସିଆଲ ଏକାଡେମୀରେ ରାଜ୍ୟସ୍ତରୀୟ ସମ୍ମିଳନୀରେ ଯୋଗଦେଇଥିଲେ ପ୍ରଧାନ ବିଚାରପତି।

ବାଳ ଅପରାଧ ସଂପର୍କିତ ଜୁଭେନାଇଲ ଜଷ୍ଟିସ: ଇସ୍ୟୁ ଏଣ୍ଡ ଚ୍ୟାଲେଞ୍ଜ ଶୀର୍ଷକ ଆଲୋଚନାଚକ୍ରରେ ଯୋଗଦେଇ ସେ ଏହା କହିଛନ୍ତି। ଏହି ସମ୍ମିଳନୀରେ ହାଇକୋର୍ଟ ମୁଖ୍ୟ ବିଚାରପତି ଜଷ୍ଟିସ୍ ବିନୀତ ଶରଣ ମଧ୍ୟ ଉପସ୍ଥିତ ଥିଲେ।

Advertisment

ସେହିପରି ଭୁବନେଶ୍ୱର ଜୁଡିସିଆଲ କୋର୍ଟ କମ୍ପ୍ଲେକ୍ସର ଭୂମି ପୂଜନ ଉତ୍ସବରେ ମଧ୍ୟ ଯୋଗଦେଇଥିଲେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ଦୀପକ ମିଶ୍ର। ଏହି ଉତ୍ସବରେ ଉପସ୍ଥିତ ଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ହାଇକୋର୍ଟ ମୁଖ୍ୟ ବିଚାରପତି ବିନୀତ ଶରଣ ପ୍ରମୁଖ।

ୟୁନିଟ-୧ସ୍ଥିତ ଆର୍ବିଟ୍ରେସନ୍ ଆଣ୍ଡ ମେଡିଟେସନ୍ ସେଣ୍ଟରର ମଧ୍ୟ ଉଦଘାଟନ କରିଛନ୍ତି ଜଷ୍ଟିସ୍ ଦୀପକ ମିଶ୍ର।  ଏହାପରେ ଭୁବନେଶ୍ୱର ବାର ଆସୋସିଏସନ ପକ୍ଷରୁ ଆୟୋଜିତ ବାର୍ଷିକ ଉତ୍ସବରେ ମଧ୍ୟ ଯୋଗଦେଇଛନ୍ତି ପ୍ରଧାନ ବିଚାରପତି।

Advertisment
Dipak Misra Odisha Juvenile Offenders Juvenile Justice
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ