Advertisment

ରତ୍ନଭଣ୍ଡାର ଖୋଲିବା ନେଇ ଛତିଶା ନିଯୋଗର ସହମତି

ଭୁବନେଶ୍ୱର: ରତ୍ନଭଣ୍ଡାର ଖୋଲିବା ପ୍ରସଙ୍ଗରେ ଅନୁଷ୍ଠିତ ଛତିଶା ନିଯୋଗ ବୈଠକରେ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ରତ୍ନଭଣ୍ଡାର ଖୋଲିବା ପାଇଁ ବୈଠକରେ ସହମତି ପ୍ରକାଶ ପାଇଥିବାବେଳେ କେବେ ଖୋଲାଯିବ ସେନେଇ ନିଷ୍ପତ୍ତି ହୋଇପାରିନାହିଁ। ତେବେ ବୈଠକରେ ରତ୍ନଭଣ୍ଡାର ପ୍ରବେଶ ଲାଗି ନୀତି ନିର୍ଦ୍ଧାରଣ ହୋଇଛି। ତା’ ସହ ରତ୍ନଭଣ୍ଡାରକୁ କେଉଁମାନେ ଯିବେ ସେନେଇ ଏକ ୧୦ ଜଣିଆ ତାଲିକା ପ୍ରସ୍ତୁତ କରାଯାଇଛି। ସେମାନେ ହେଲେ ଗଜପତି ମହାରାଜାଙ୍କ ପ୍ରତିନିଧି, ପାଟ୍ଟଯୋଶୀ ମହାପାତ୍ର, ଭଣ୍ଡାର ମେକାପ, ତଡ଼ଉ କରଣ, […]

ରତ୍ନଭଣ୍ଡାର ଖୋଲିବା ନେଇ ଛତିଶା ନିଯୋଗର ସହମତି

jagannath temple

Advertisment

ଭୁବନେଶ୍ୱର: ରତ୍ନଭଣ୍ଡାର ଖୋଲିବା ପ୍ରସଙ୍ଗରେ ଅନୁଷ୍ଠିତ ଛତିଶା ନିଯୋଗ ବୈଠକରେ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ରତ୍ନଭଣ୍ଡାର ଖୋଲିବା ପାଇଁ ବୈଠକରେ ସହମତି ପ୍ରକାଶ ପାଇଥିବାବେଳେ କେବେ ଖୋଲାଯିବ ସେନେଇ ନିଷ୍ପତ୍ତି ହୋଇପାରିନାହିଁ।

Advertisment

ତେବେ ବୈଠକରେ ରତ୍ନଭଣ୍ଡାର ପ୍ରବେଶ ଲାଗି ନୀତି ନିର୍ଦ୍ଧାରଣ ହୋଇଛି। ତା’ ସହ ରତ୍ନଭଣ୍ଡାରକୁ କେଉଁମାନେ ଯିବେ ସେନେଇ ଏକ ୧୦ ଜଣିଆ ତାଲିକା ପ୍ରସ୍ତୁତ କରାଯାଇଛି।

ସେମାନେ ହେଲେ ଗଜପତି ମହାରାଜାଙ୍କ ପ୍ରତିନିଧି, ପାଟ୍ଟଯୋଶୀ ମହାପାତ୍ର, ଭଣ୍ଡାର ମେକାପ, ତଡ଼ଉ କରଣ, ଦେଉଳ କରଣ, ASIର ୨ ଜଣ ଯନ୍ତ୍ରୀ, ASI କୋର୍‌ କମିଟିର ୨ ସଦସ୍ୟ ଜି.ସି.ମିତ୍ର ଓ ଏନ୍.ସି.ପାଲ୍ ଏବଂ ହାଇକୋର୍ଟଙ୍କ ପକ୍ଷରୁ ପ୍ରତିନିଧିତ୍ୱ କରିବେ ଜଷ୍ଟିସ ଏନ୍.କେ.ମହାନ୍ତି।

Advertisment

ଛତିଶା ନିଯୋଗ ବୈଠକରେ ନିଆଯାଇଥିବା ନିଷ୍ପତ୍ତି ଅନୁଯାୟୀ, ରତ୍ନଭଣ୍ଡାର ପ୍ରବେଶ ପୂର୍ବରୁ ଓ ପରେ ସବୁ ସଦସ୍ୟଙ୍କ ଯାଞ୍ଚ ହେବ। ପୂର୍ବରୁ ଓ ପରେ ପୋଲିସ ୨ଥର, ଭଣ୍ଡାର ମେକାପ ଥରେ ଯାଞ୍ଚ କରିବେ।

ରତ୍ନଭଣ୍ଡାର ଯାଞ୍ଚ କରି ଫେରିବା ଦିନ ହିଁ ଟିମ୍ ସଦସ୍ୟ ରିପୋର୍ଟ ଦେବେ। ଦୀର୍ଘ ବର୍ଷ ପରେ ରତ୍ନଭଣ୍ଡାର ଖୋଲୁଥିବାରୁ ଭିତରେ ଅକ୍ସିଜେନ୍ ବ୍ୟବସ୍ଥା କରାଯିବ ବୋଲି ନିଷ୍ପତ୍ତି ହୋଇଛି।

Advertisment

ତେବେ ଯାଞ୍ଚ ବେଳର ଭିଡିଓଗ୍ରାଫି ନେଇ ବୈଠକରେ କୌଣସି ସହମତି ପ୍ରକାଶ ପାଇନାହିଁ ବୋଲି ବୈଠକ ଶେଷରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପ୍ରଦୀପ କୁମାର ଜେନା ସୂଚନା ଦେଇଛନ୍ତି।

Sri Mandir Ratna Bhandar Shri Jagannath Temple Ratna Bhandar Puri
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ