Advertisment

ସିରିୟାକୁ ସମର୍ଥନ ଜଣାଉଥିବା ଦେଶକୁ ବଡ଼ ମୂଲ୍ୟ ଦେବାକୁ ପଡ଼ିବ ବୋଲି ଆମେରିକାର କଡ଼ା ଚେତାବନୀ

ସିରିୟା: ସିରିୟାରେ ରାସାୟନିକ ଅସ୍ତ୍ର ଆକ୍ରମଣ ପରେ ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଆଶଙ୍କା ସୃଷ୍ଟି ହୋଇଛି। ଋଷ୍ ଓ ପାଶ୍ଚାତ୍ୟ ଦେଶଗୁଡ଼ିକ ମୁହାଁମୁହିଁ ହେବାକୁ ଯାଉଛନ୍ତି।  ସିରିୟାକୁ ସମର୍ଥନ କରୁଥିବା ଋଷ୍ ଓ ଇରାନ୍ ଉପରେ କ୍ଷୁବ୍ଧ ହୋଇଛି ଆମେରିକା। ଏହି ତିନି ଦେଶକୁ ବଡ଼ ମୂଲ୍ୟ ଦେବାକୁ ପଡ଼ିବ ବୋଲି କଡ଼ା ଚେତାବନୀ ଦେଇଛନ୍ତି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ଲାଟିନ୍ ଆମେରିକା ଗସ୍ତ ବାତିଲ୍ କରି ସିରିୟା ସ୍ଥିତି ଉପରେ ନଜର ରଖିବେ ବୋଲି ହ୍ୱାଇଟ ହାଉସ୍ […]

ସିରିୟାକୁ ସମର୍ଥନ ଜଣାଉଥିବା ଦେଶକୁ ବଡ଼ ମୂଲ୍ୟ ଦେବାକୁ ପଡ଼ିବ ବୋଲି ଆମେରିକାର କଡ଼ା ଚେତାବନୀ

syria chemical attack

Advertisment

ସିରିୟା: ସିରିୟାରେ ରାସାୟନିକ ଅସ୍ତ୍ର ଆକ୍ରମଣ ପରେ ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଆଶଙ୍କା ସୃଷ୍ଟି ହୋଇଛି। ଋଷ୍ ଓ ପାଶ୍ଚାତ୍ୟ ଦେଶଗୁଡ଼ିକ ମୁହାଁମୁହିଁ ହେବାକୁ ଯାଉଛନ୍ତି।  ସିରିୟାକୁ ସମର୍ଥନ କରୁଥିବା ଋଷ୍ ଓ ଇରାନ୍ ଉପରେ କ୍ଷୁବ୍ଧ ହୋଇଛି ଆମେରିକା।

Advertisment

ଏହି ତିନି ଦେଶକୁ ବଡ଼ ମୂଲ୍ୟ ଦେବାକୁ ପଡ଼ିବ ବୋଲି କଡ଼ା ଚେତାବନୀ ଦେଇଛନ୍ତି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ଲାଟିନ୍ ଆମେରିକା ଗସ୍ତ ବାତିଲ୍ କରି ସିରିୟା ସ୍ଥିତି ଉପରେ ନଜର ରଖିବେ ବୋଲି ହ୍ୱାଇଟ ହାଉସ୍ ପକ୍ଷରୁ କୁହାଯାଇଛି। ଏଥିସହ ସେ ବ୍ରିଟେନ୍ ପ୍ରଧାନମନ୍ତ୍ରୀ ଥେରେସାଙ୍କ ସହ ଆଲୋଚନା କରିଛନ୍ତି।

ଆମେରିକାକୁ ସମର୍ଥନ କରି ବ୍ରିଟେନ୍ ନିଜ ସେନା ବାହିନୀକୁ ସତର୍କ ରହିବାକୁ ନିର୍ଦ୍ଦେଶ ଦେଇଛି। ଯୁଦ୍ଧ ପରିସ୍ଥିତି ସୃଷ୍ଟି କଲେ ପରିଣାମ ଭୟଙ୍କର ହେବ ବୋଲି ଋଷ୍ ବି ଧମକ ଦେଇଛି। ଗ୍ଲୋବାଲ କେମିକାଲ୍ ଓ୍ୱିପନ୍ସ ଓ୍ୱାଚଡଗ୍ ଏକ ତଥ୍ୟ ଅନୁସନ୍ଧାନକାରୀ ଟିମ୍ ସିରିୟା ପଠାଇବ ବୋଲି କହିଛି। ବିଦ୍ରୋହୀଙ୍କୁ ଦମନ କରିବାକୁ ଯାଇ ସିରିୟାରେ ଡୌମା ସହରରେ ରାସାୟନିକ ଅସ୍ତ୍ର ପ୍ରୟୋଗ କରାଯାଉଛି। ଏଥିରେ ଶତାଧିକ ପ୍ରାଣ ହରାଇଥିବା ବେଳେ ତିନିଶହରୁ ଅଧିକ ଆହତ ହୋଇଛନ୍ତି।

Advertisment
Donald Trump Syria Syria Chemical Attack
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ