Advertisment

ସାମ୍ନାକୁ ଆସିଲା ଆଉ ଏକ ବ୍ୟାଙ୍କ୍ ଠକେଇ : ଚେନ୍ନାଇର ଗହଣା କମ୍ପାନୀ ବିରୋଧରେ ୮୨୪ କୋଟିର ମାମଲା

ଚେନ୍ନାଇ: ପୁଣି ୮୨୪ କୋଟିର ବ୍ୟାଙ୍କ ଠକେଇ। ଚେନ୍ନାଇର ଏକ ଗହଣା କମ୍ପାନୀ ବିରୋଧରେ ସିବିଆଇରେ ମାମଲା ହୋଇଛି । ପିଏନ୍‌ବି(ପଞ୍ଜାବ ନ୍ୟାସ୍‌ନାଲ୍‌ ବ୍ୟାଙ୍କ) ଋଣ ସ୍କାମ୍‌ର ପର୍ଦ୍ଦାଫାସ୍‌ ପରେ ଗୋଟିଏ ପରେ ଗୋଟିଏ ଋଣ ଠକେଇର ଗୁମର ଖୋଲୁଛି। ସୂଚନା ଅନୁସାରେ ,କନିଷ୍କ ଗୋଲ୍ଡ ନାମକ ଚେନ୍ନାଇର ଏକ ସଂସ୍ଥା ୧୪ଟି ବ୍ୟାଙ୍କରୁ ୮୨୪.୧୫ କୋଟି ଟଙ୍କା ଠକି ନେଇଛି। ଏ ସଂକ୍ରାନ୍ତରେ ସିବିଆଇକୁ ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ଅବଗତ କରାଇଛି। ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ ନେତୃତ୍ୱରେ […]

ସାମ୍ନାକୁ ଆସିଲା ଆଉ ଏକ ବ୍ୟାଙ୍କ୍ ଠକେଇ : ଚେନ୍ନାଇର ଗହଣା କମ୍ପାନୀ ବିରୋଧରେ ୮୨୪ କୋଟିର ମାମଲା

fraud

Advertisment

ଚେନ୍ନାଇ: ପୁଣି ୮୨୪ କୋଟିର ବ୍ୟାଙ୍କ ଠକେଇ। ଚେନ୍ନାଇର ଏକ ଗହଣା କମ୍ପାନୀ ବିରୋଧରେ ସିବିଆଇରେ ମାମଲା ହୋଇଛି । ପିଏନ୍‌ବି(ପଞ୍ଜାବ ନ୍ୟାସ୍‌ନାଲ୍‌ ବ୍ୟାଙ୍କ) ଋଣ ସ୍କାମ୍‌ର ପର୍ଦ୍ଦାଫାସ୍‌ ପରେ ଗୋଟିଏ ପରେ ଗୋଟିଏ ଋଣ ଠକେଇର ଗୁମର ଖୋଲୁଛି। ସୂଚନା ଅନୁସାରେ ,କନିଷ୍କ ଗୋଲ୍ଡ ନାମକ ଚେନ୍ନାଇର ଏକ ସଂସ୍ଥା ୧୪ଟି ବ୍ୟାଙ୍କରୁ ୮୨୪.୧୫ କୋଟି ଟଙ୍କା ଠକି ନେଇଛି। ଏ ସଂକ୍ରାନ୍ତରେ ସିବିଆଇକୁ ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ଅବଗତ କରାଇଛି।

Advertisment

ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ ନେତୃତ୍ୱରେ ଏହି ବ୍ୟାଙ୍କଗୁଡ଼ିକ କନିଷ୍କ ଗୋଲ୍‌ଡକୁ ଋଣ ଦେଇଥିଲେ। ଗତବର୍ଷ ସେହି ଋଣକୁ ଏନ୍‌ପିଏ ଘୋଷଣା କରାଯାଇଥିଲା। କନିଷ୍କ ଗୋଲ୍‌ଡ ଋଣ ନଶୁଝିବାରୁ ପରବର୍ତ୍ତି କାର୍ଯ୍ୟପନ୍ଥା ଗ୍ରହଣ କରିବା ପାଇଁ ଚଳିତ ବର୍ଷ ଜାନୁଆରିରେ ସବୁ ବ୍ୟାଙ୍କ ଏକ ବୈଠକରେ ଏକାଠି ହୋଇଥିଲେ। ସେହି ଋଣକୁ ଜାଲିଆତି ବୋଲି ଘୋଷଣା କରାଯାଇଥିଲା।

publive-imageଏସ୍‌ବିଆଇର ଅଭିଯୋଗ ଅନୁସାରେ ଭୂପେଶ  କୁମାର ଜୈନଙ୍କ କନିଷ୍କ ଗୋଲ୍ଡ ୧୪ଟି ବ୍ୟାଙ୍କକୁ ଭୂଆଁ ବୁଲାଇଛି। ବିଭିନ୍ନ ନକଲି ଦସ୍ତାବିଜ୍‌ ଦ୍ୱାରା  ଏହା ୮୨୪.୧୫କୋଟି ଟଙ୍କା ଋଣ ହାତାଇଛି। ଏବେ କମ୍ପାନୀର ପୃଷ୍ଠପୋଷକ ତଥା ନିର୍ଦ୍ଦେଶକ ଭୂପେଶ ଓ ତାଙ୍କ ପତ୍ନୀ ନୀତି ଜୈନଙ୍କୁ ଗିରଫ ପାଇଁ ତନାଘନା ଆରମ୍ଭ ହୋଇଛି।

Advertisment

ଏହି ଠକେଇ ବିଷୟରେ ବ୍ୟାଙ୍କଗୁଡ଼ିକ ପକ୍ଷରୁ ସିବିଆଇ ନିକଟରେ ମାମଲା ଦାୟର କରାଯାଇଛି। ସେଥିରେ ଉଲ୍ଲେଖ କରାଯାଇଛି ଯେ, ବ୍ୟାଙ୍କରୁ ନିଆଯାଇଥିବା ଋଣ ଅର୍ଥକୁ ଏହି କମ୍ପାନୀ ଅନ୍ୟତ୍ର ସ୍ଥାନାନ୍ତର କରିଛି। ପାଖାପାଖି ୧୯୦ କୋଟି ଟଙ୍କାର ଋଣ ଅଲଗା ବ୍ୟବହାର କରାଯାଇଛି। ତେବେ ବ୍ୟାଙ୍କଗୁଡ଼ିକର ଏହି ଅଭିଯୋଗକୁ କନିଷ୍କ ଗୋଲ୍‌ଡର ନିର୍ଦ୍ଦେଶକ ଭୁପେଶ କୁମାର ଜୈନ ଖଣ୍ଡନ କରିଛନ୍ତି। ସେ କହିଛନ୍ତି ଯେ ବ୍ୟାଙ୍କ ଋଣକୁ ଅନ୍ୟତ୍ର ବ୍ୟବହାର କରାଯାଇନାହିଁ। ଆମେ ବ୍ୟାଙ୍କଗୁଡ଼ିକ ସହିତ ନିୟମିତ ଆଲୋଚନା କରୁଛୁ। ଆମ ପାଖରେ ଦୁଇ ନିବେଶକ ମଧ୍ୟ ଅଛନ୍ତି। କିନ୍ତୁ ବ୍ୟାଙ୍କଗୁଡ଼ିକ କୌଣସି ନିଷ୍ପତ୍ତିରେ ପହଞ୍ଚି ପାରୁନାହାନ୍ତି।

publive-imageଏହି କମ୍ପାନୀ ଦେଶର ବିଭିନ୍ନ ସ୍ଥାନରେ ସୋ’ରୁମ୍‌ ସ୍ଥାପନ କରି କାରବାର କରୁଥିଲା। ଗତବର୍ଷଠାରୁ ଏହାର କାରବାର ବନ୍ଦ ହୋଇଯାଇଛି। ଗୁରୁତର ଆର୍ଥିକ ସମସ୍ୟା ଥିବା ଦର୍ଶାଇ କମ୍ପାନୀ କାରବାର ବନ୍ଦ କରିଦେଇଛି। କନିଷ୍କ ଗୋଲ୍‌ଡକୁ ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ ସମେତ ପିଏନ୍‌ବି, ୟୁନିଅନ୍‌ ବ୍ୟାଙ୍କ, ସିଣ୍ଡିକେଟ୍‌ ବ୍ୟାଙ୍କ, ବ୍ୟାଙ୍କ ଅଫ୍‌ ଇଣ୍ଡିଆ, ଆଇଡିବିଆଇ ବ୍ୟାଙ୍କ, ୟୁକୋ ବ୍ୟାଙ୍କ, ଆନ୍ଧ୍ର ବ୍ୟାଙ୍କ, ବ୍ୟାଙ୍କ ଅଫ୍‌ ବରୋଦା, ଏଚ୍‌ଡିଏଫ୍‌ସି ବ୍ୟାଙ୍କ, ଆଇସିଆଇସିଆଇ ବ୍ୟାଙ୍କ, ସେଣ୍ଟ୍ରାଲ୍‌ ବ୍ୟାଙ୍କ ଓ କର୍ପୋରେସନ୍‌ ବ୍ୟାଙ୍କ ଋଣ ଦେଇଥିଲେ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ