Advertisment

ମନ୍ତ୍ରୀଙ୍କ ଭାଇ ଉପରକୁ ଗୁଳିମାଡ଼ ଘଟଣା: ବରିଷ୍ଠ ବିଜେପି ନେତା ଜୟନାରାୟଣ ମିଶ୍ର ଗିରଫ

ଭୁବନେଶ୍ୱର: ବରିଷ୍ଠ ବିଜେପି ନେତା ଜୟନାରାୟଣ ମିଶ୍ର ଗିରଫ। ବରଗଡ ସୋହେଲା ବନାବିରା ଗୁଳିକାଣ୍ଡ ମାମଲାରେ ପୋଲିସ ଜୟନାରାୟଣଙ୍କୁ ଗିରଫ କରିଥିବା ଜଣାପଡିଛି। ସେହିପରି ଜୟନାରାୟଣଙ୍କ ସହଯୋଗୀ ଶିବ ଦିୱାନଙ୍କୁ ମଧ୍ୟ ପୋଲିସ ଗିରଫ କରିଛି। ଆଜି ସକାଳେ ପଦମପୁର SDPO ଲକ୍ଷ୍ମୀନାରାୟଣ ପଣ୍ଡାଙ୍କ ନେତୃତ୍ୱରେ ପୋଲିସ ଜୟନାରାୟଣଙ୍କ ସମ୍ବଲପୁର ନନ୍ଦପଡାସ୍ଥିତ ଘରେ ପହଞ୍ଚି ପଚରାଉଚରା କରିଥିଲା। ପରେ ତାଙ୍କୁ ଓ ତାଙ୍କ ସହଯୋଗୀ ଶିବୁ ଦିଓ୍ୱାନଙ୍କୁ ସୋହେଲା ଥାନାକୁ ନେଇଛି। ବିଜେପୁର ଉପନିର୍ବାଚନର ଠିକ୍ ପୂର୍ବରୁ […]

ମନ୍ତ୍ରୀଙ୍କ ଭାଇ ଉପରକୁ ଗୁଳିମାଡ଼ ଘଟଣା: ବରିଷ୍ଠ ବିଜେପି ନେତା ଜୟନାରାୟଣ ମିଶ୍ର ଗିରଫ

jayanarayan

Advertisment

ଭୁବନେଶ୍ୱର: ବରିଷ୍ଠ ବିଜେପି ନେତା ଜୟନାରାୟଣ ମିଶ୍ର ଗିରଫ। ବରଗଡ ସୋହେଲା ବନାବିରା ଗୁଳିକାଣ୍ଡ ମାମଲାରେ ପୋଲିସ ଜୟନାରାୟଣଙ୍କୁ ଗିରଫ କରିଥିବା ଜଣାପଡିଛି।

Advertisment

ସେହିପରି ଜୟନାରାୟଣଙ୍କ ସହଯୋଗୀ ଶିବ ଦିୱାନଙ୍କୁ ମଧ୍ୟ ପୋଲିସ ଗିରଫ କରିଛି। ଆଜି ସକାଳେ ପଦମପୁର SDPO ଲକ୍ଷ୍ମୀନାରାୟଣ ପଣ୍ଡାଙ୍କ ନେତୃତ୍ୱରେ ପୋଲିସ ଜୟନାରାୟଣଙ୍କ ସମ୍ବଲପୁର ନନ୍ଦପଡାସ୍ଥିତ ଘରେ ପହଞ୍ଚି ପଚରାଉଚରା କରିଥିଲା। ପରେ ତାଙ୍କୁ ଓ ତାଙ୍କ ସହଯୋଗୀ ଶିବୁ ଦିଓ୍ୱାନଙ୍କୁ ସୋହେଲା ଥାନାକୁ ନେଇଛି।

ବିଜେପୁର ଉପନିର୍ବାଚନର ଠିକ୍ ପୂର୍ବରୁ ମନ୍ତ୍ରୀ ସୁଶାନ୍ତ ସିଂଙ୍କ ଭାଇ ସୁବ୍ରତ ସିଂଙ୍କ ଉପରେ ହୋଇଥିଲା ମରଣାନ୍ତକ ଆକ୍ରମଣ। ଗତ ଫେବ୍ରୁଆରୀ ୨୨ ତାରିଖ ରାତିରେ ସୋହେଲାର ବନାବିରାଠାରେ ସୁବ୍ରତ ସିଂଙ୍କ ଉପରେ ହୋଇଥିଲା ଆକ୍ରମଣ।  ଘଟଣାରେ ସୁବ୍ରତ ସିଂଙ୍କ ସମେତ ୩ ଜଣ ଆହତ ହୋଇଥିବା ବେଳେ ଅନ୍ୟ ଜଣେ ପ୍ରାଣ ହରାଇଥିଲେ।

Advertisment

ଏହି ମାମଲାରେ ପୂର୍ବତନ ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ରଙ୍କ ସମେତ ଅନ୍ୟମାନଙ୍କ ନାଁରେ ଏଫଆଇଆର୍ ଦିଆଯାଇଥିଲାଅ। ପୋଲିସ ପୂର୍ବରୁ ମାମଲାରେ ୬ ଜଣଙ୍କୁ ଗିରଫ କରିଥିଲା।

BJP Jayanarayan Mishra Jayanarayan Mishra Arrest
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ