Advertisment

ଜାତି ଭିତ୍ତିକ ସଂରକ୍ଷଣକୁ ବିରୋଧ କରି ଭାରତ ବନ୍ଦ ଡ଼ାକରା

ଭୁବନେଶ୍ୱର: ଜାତି ଭିତ୍ତିକ ସଂରକ୍ଷଣକୁ ବିରୋଧ କରି ଆଜି କିଛି ଗୋଷ୍ଠୀ ପକ୍ଷରୁ ଭାରତ ବନ୍ଦ ଡ଼ାକରା ଦିଆଯାଇଛି। ଏହାର ପ୍ରଭାବ ଦେଖିବାକୁ ମିଳିଛି ରାଜ୍ୟର ବିଭିନ୍ନ ସ୍ଥାନରେ। ବଲାଙ୍ଗିରରେ ରୁଦ୍ର ନାରାୟଣ ସେନା ପକ୍ଷରୁ ପିକେଟିଂ କରାଯାଇ ସହରର ସ୍କୁଲ କଲେଜ, ଦୋକାନ ବଜାର ବନ୍ଦ କରାଯାଇଛି। ଜିଲ୍ଳାପାଳଙ୍କ ଅଫିସ ସମ୍ମୁଖରେ ଟାୟାର ଜାଳି ଆନ୍ଦୋଳନ କରୁଛନ୍ତି ରୁଦ୍ର ନାରାୟଣ ସେନାର କର୍ମୀମାନେ। ବନ୍ଦ ଯୋଗୁଁ ବସ୍ ଚଳାଚଳ ପ୍ରଭାବିତ ରହିଛି। କଳାହାଣ୍ଡି ଜିଲ୍ଲାରେ ମଧ୍ୟ […]

ଜାତି ଭିତ୍ତିକ ସଂରକ୍ଷଣକୁ ବିରୋଧ କରି ଭାରତ ବନ୍ଦ ଡ଼ାକରା

bharat bandh

Advertisment

ଭୁବନେଶ୍ୱର: ଜାତି ଭିତ୍ତିକ ସଂରକ୍ଷଣକୁ ବିରୋଧ କରି ଆଜି କିଛି ଗୋଷ୍ଠୀ ପକ୍ଷରୁ ଭାରତ ବନ୍ଦ ଡ଼ାକରା ଦିଆଯାଇଛି। ଏହାର ପ୍ରଭାବ ଦେଖିବାକୁ ମିଳିଛି ରାଜ୍ୟର ବିଭିନ୍ନ ସ୍ଥାନରେ।

Advertisment

ବଲାଙ୍ଗିରରେ ରୁଦ୍ର ନାରାୟଣ ସେନା ପକ୍ଷରୁ ପିକେଟିଂ କରାଯାଇ ସହରର ସ୍କୁଲ କଲେଜ, ଦୋକାନ ବଜାର ବନ୍ଦ କରାଯାଇଛି। ଜିଲ୍ଳାପାଳଙ୍କ ଅଫିସ ସମ୍ମୁଖରେ ଟାୟାର ଜାଳି ଆନ୍ଦୋଳନ କରୁଛନ୍ତି ରୁଦ୍ର ନାରାୟଣ ସେନାର କର୍ମୀମାନେ। ବନ୍ଦ ଯୋଗୁଁ ବସ୍ ଚଳାଚଳ ପ୍ରଭାବିତ ରହିଛି।

କଳାହାଣ୍ଡି ଜିଲ୍ଲାରେ ମଧ୍ୟ ବନ୍ଦ ପାଳନର ପ୍ରଭାବ ଦେଖିବାକୁ ମିଳିଛି। ଜିଲ୍ଲାର ଜୟପାଟଣା, କଲମପୁର ଅଞ୍ଚଳର ବିଜମରା, ବାନେର ଓ ପର୍ଲାରେ ବନ୍ଦର ପ୍ରଭାବ ଅଧିକ ଦେଖିବାକୁ ମିଳିଛି। ସମସ୍ତ ସ୍କୁଲ, କଲେଜ ବନ୍ଦ ସହ ଗାଡିଚଳାଚଳ ଠପ୍ ହୋଇଯାଇଛି।

Advertisment

ସେହିପରି ମୟୂରଭଞ୍ଜ ଜିଲ୍ଲାରେ ମଧ୍ୟ ବନ୍ଦ ପାଳନ କରାଯାଉଛି। ବାରିପଦା ସହର ସମେତ ରାଇରଙ୍ଗପୁର, କରଞ୍ଜିଆ, ଉଦଳା ଆଦି ଜାଗାରେ ପିକେଟିଂ କରାଯାଇ ବନ୍ଦ କରାଯାଇଛି। ସେପଟେ ବୌଦ୍ଧ ଜିଲ୍ଲାରେ ମଧ୍ୟ ମିଳିତ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ବନ୍ଦ ପାଳନ କରାଯାଉଛି। ବନ୍ଦ୍‌କୁ ଦୃଷ୍ଟିରେ ରଖି କଡା ସୁରକ୍ଷା ବ୍ୟବସ୍ଥା କରାଯାଇଛି। ପୂର୍ବରୁ ଗତ ୨ ତାରିଖରେ SC/ST ଆଇନ ଉପରେ ସୁପ୍ରିମକୋର୍ଟଙ୍କ ରାୟକୁ ନେଇ ଭାରତ ବନ୍ଦ ପାଳନ କରାଯାଇଥିଲା।

Supreme Court SC/ST Act
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ