Advertisment

ଦିନ ଦ୍ୱିପ୍ରହରରେ ବଡ଼ ଧରଣର ବ୍ୟାଙ୍କ ଡକାୟତି

ଅନୁଗୁଳ: ଦିନ ଦ୍ୱିପ୍ରହରରେ ବଡ଼ ଧରଣର ବ୍ୟାଙ୍କ ଡକାୟତି। ଅନୁଗୁଳ ସହରରେ ଥିବା ଆନ୍ଧ୍ର ବ୍ୟାଙ୍କ ଶାଖାରୁ ୨୦ଲକ୍ଷ ଟଙ୍କା ଓ ଲକରରୁ ସୁନା ଅଳଙ୍କାର ଲୁଟି ନେଇ ଚମ୍ପଟ ମାରିଛନ୍ତି ଦୁର୍ବୃତ୍ତ। ଆଜି ବ୍ୟାଙ୍କ ଖୋଲିବାର ମାତ୍ର କିଛି ସମୟ ମଧ୍ୟରେ ଅର୍ଥାତ୍ ସାଢ଼େ ୧୦ଟାବେଳେ ୬ଜଣ ଡକାୟତ ହଠାତ୍ ବ୍ୟାଙ୍କ ଭିତରକୁ ପଶି ଗ୍ରାହକ ଓ କର୍ମଚାରୀଙ୍କୁ ମାଉଜର ଦେଖାଇ ଭୟଭୀତ କରାଇ ସମସ୍ତଙ୍କଠାରୁ ମୋବାଇଲ୍ ଛଡ଼ାଇ ନେବା ପରେ ଆରମ୍ଭ କରିଥିଲେ ଲୁଟ୍‌। […]

ଦିନ ଦ୍ୱିପ୍ରହରରେ ବଡ଼ ଧରଣର ବ୍ୟାଙ୍କ ଡକାୟତି

bank robbery

Advertisment

ଅନୁଗୁଳ: ଦିନ ଦ୍ୱିପ୍ରହରରେ ବଡ଼ ଧରଣର ବ୍ୟାଙ୍କ ଡକାୟତି। ଅନୁଗୁଳ ସହରରେ ଥିବା ଆନ୍ଧ୍ର ବ୍ୟାଙ୍କ ଶାଖାରୁ ୨୦ଲକ୍ଷ ଟଙ୍କା ଓ ଲକରରୁ ସୁନା ଅଳଙ୍କାର ଲୁଟି ନେଇ ଚମ୍ପଟ ମାରିଛନ୍ତି ଦୁର୍ବୃତ୍ତ।

Advertisment

ଆଜି ବ୍ୟାଙ୍କ ଖୋଲିବାର ମାତ୍ର କିଛି ସମୟ ମଧ୍ୟରେ ଅର୍ଥାତ୍ ସାଢ଼େ ୧୦ଟାବେଳେ ୬ଜଣ ଡକାୟତ ହଠାତ୍ ବ୍ୟାଙ୍କ ଭିତରକୁ ପଶି ଗ୍ରାହକ ଓ କର୍ମଚାରୀଙ୍କୁ ମାଉଜର ଦେଖାଇ ଭୟଭୀତ କରାଇ ସମସ୍ତଙ୍କଠାରୁ ମୋବାଇଲ୍ ଛଡ଼ାଇ ନେବା ପରେ ଆରମ୍ଭ କରିଥିଲେ ଲୁଟ୍‌।

ପ୍ରଥମେ କ୍ୟାସ୍‌ କାଉଣ୍ଟରରୁ ନଗଦ ୨୦ଲକ୍ଷ ଟଙ୍କା ଲୁଟି ନେବା ପରେ ମ୍ୟାନେଜରଙ୍କୁ ଭୟ ଦେଖାଇ ଲକରରୁ ସୁନା ଗହଣା ଲୁଟି ନେଇଥିଲେ। ଲୁଟେରାମାନେ ହିନ୍ଦୀ ଭାଷାରେ କଥାବାର୍ତ୍ତା ହେଉଥିଲେ।

Advertisment

ଲୁଟ୍‌ ସାରିବା ପରେ ଦୁର୍ବୃତ୍ତମାନେ ସମସ୍ତ କର୍ମଚାରୀ ଓ ଗ୍ରାହକଙ୍କୁ ବ୍ୟାଙ୍କ ଭିତରେ ଥିବା ଅବସ୍ଥାରେ ବାହାରୁ ଚାବି ପକାଇ ଫେରାର ହୋଇଯାଇଥିଲେ। ଖବର ପାଇ ତୁରନ୍ତ ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ଛାନ୍‌ଭିନ୍ ଆରମ୍ଭ କରିଛି। ତେବେ ବ୍ୟାଙ୍କର ସିସି ଟିଭି କାମ କରୁନଥିବା ଜଣାପଡିଛି।

Robbery In Bank Angul Odisha
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ