attack on RI
Advertisment
ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା ଟାଙ୍ଗି ତହସିଲର ଅଚ୍ୟୁତପୁର RI ଅଜିତ୍ ସାହୁଙ୍କୁ ଆକ୍ରମଣ ଘଟଣାରେ ଅଭିଯୁକ୍ତଙ୍କ ଗିରଫ ଓ ତହସିଲଦାରଙ୍କ ପ୍ରତି କାର୍ଯ୍ୟାନୁଷ୍ଠାନ ଦାବି କରିଛି ରାଜ୍ୟ RI ସଂଘ।
Advertisment
ପ୍ରତିବାଦରେ ଆଜି ଠାରୁ ରାଜ୍ୟ RI ସଂଘ ପକ୍ଷରୁ ଟାଙ୍ଗି ତହସିଲରେ କଲମ ଛାଡ଼ ଆନ୍ଦୋଳନ ଡାକରା ଦିଆଯାଇଛି। ଏହାସହ ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନରେ ବିଳମ୍ବ ହେଲେ ରାଜ୍ୟବ୍ୟାପୀ ଆନ୍ଦୋଳନ କରାଯିବ ବୋଲି ସଂଘ ଧମକ ଦେଇଛି।
କଣ ପାଇଁ ରାତି ୩ଟାରେ ତହସିଲଦାର RI ଙ୍କୁ ପଠାଇଲେ ସ୍ପଷ୍ଟ କରନ୍ତୁ ବୋଲି ସଂଘ ଦାବି କରିଛି। ଦରକାର ହେଲେ ତହସିଲଦାରଙ୍କ ନାଁରେ ଏତଲା ଦିଆଯିବ ବୋଲି ସଂଘ ପକ୍ଷରୁ କୁହାଯାଇଛି।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/attack-on-RI_1626432260.jpg)