Advertisment

ନାବାଳିକା ଦୁଷ୍କର୍ମ ଅଭିଯୋଗ ମାମଲାର ଅାଜି ଅାସିବ ରାୟ

ଯୋଧପୁର : ଆଶାରାମ ବାପୁଙ୍କ  ନାଁରେ ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ ମାମଲାର ଆଜି ଆସିବ ରାୟ। ରାଜସ୍ଥାନର ଯୋଧପୁର ଟ୍ରାୟାଲ କୋର୍ଟରେ ଏହି ରାୟ ପ୍ରକାଶ ପାଇବ। ଆଶାରାମଙ୍କ ବିରୋଧରେ ଉତ୍ତରପ୍ରଦେଶ ଶାହାଜାହାନପୁରର ଜଣେ ୧୬ ବର୍ଷିୟା ନାବାଳିକାଙ୍କୁ ଦୁଷ୍କର୍ମ କରିଥିବା ମାମଲା ରହିଛି। ଆଶାରାମଙ୍କ ହଜାର ହଜାର ସଂଖ୍ୟାରେ ଅନୁଗାମୀ ଥିବାରୁ ଆଇନଶୃଙ୍ଖଳା ପରିସ୍ଥିତି ବିଗିଡିବାର ସମ୍ଭାବନା ରହିଛି। ଏଥିଲାଗି ଯୋଧପୁର କେନ୍ଦ୍ରୀୟ କାରାଗାରରେ ଏକ ସ୍ୱତନ୍ତ୍ର କୋର୍ଟ ସ୍ଥାପନ କରାଯାଇ ମାମଲାର ଫଇସଲା କରାଯିବ। […]

ନାବାଳିକା ଦୁଷ୍କର୍ମ ଅଭିଯୋଗ ମାମଲାର ଅାଜି ଅାସିବ ରାୟ

bapu

Advertisment

ଯୋଧପୁର : ଆଶାରାମ ବାପୁଙ୍କ  ନାଁରେ ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ ମାମଲାର ଆଜି ଆସିବ ରାୟ। ରାଜସ୍ଥାନର ଯୋଧପୁର ଟ୍ରାୟାଲ କୋର୍ଟରେ ଏହି ରାୟ ପ୍ରକାଶ ପାଇବ। ଆଶାରାମଙ୍କ ବିରୋଧରେ ଉତ୍ତରପ୍ରଦେଶ ଶାହାଜାହାନପୁରର ଜଣେ ୧୬ ବର୍ଷିୟା ନାବାଳିକାଙ୍କୁ ଦୁଷ୍କର୍ମ କରିଥିବା ମାମଲା ରହିଛି।

Advertisment

ଆଶାରାମଙ୍କ ହଜାର ହଜାର ସଂଖ୍ୟାରେ ଅନୁଗାମୀ ଥିବାରୁ ଆଇନଶୃଙ୍ଖଳା ପରିସ୍ଥିତି ବିଗିଡିବାର ସମ୍ଭାବନା ରହିଛି। ଏଥିଲାଗି ଯୋଧପୁର କେନ୍ଦ୍ରୀୟ କାରାଗାରରେ ଏକ ସ୍ୱତନ୍ତ୍ର କୋର୍ଟ ସ୍ଥାପନ କରାଯାଇ ମାମଲାର ଫଇସଲା କରାଯିବ। ଏଠାରେ ଆଶାରାମଙ୍କ ସହ ଅନ୍ୟ ୪ ସହଯୋଗୀ ଅଭିଯୁକ୍ତଙ୍କ ମଧ୍ୟ ଶୁଣାଣି ହେବ। ଏଥିପାଇଁ ସ୍ୱତନ୍ତ୍ର କୋର୍ଟରେ ସମସ୍ତ ବ୍ୟବସ୍ଥା କରାଯାଇଛି।

ସେପଟେ  କେନ୍ଦ୍ର ସରକାରଙ୍କ ପକ୍ଷରୁ ମଧ୍ୟ ଜାରି ହୋଇଛି ନିର୍ଦ୍ଦେଶନାମା। ରାଜସ୍ଥାନ, ଗୁଜରାଟ, ହରିୟାଣା ଏବଂ ଉତ୍ତରପ୍ରଦେଶରେ ସୁରକ୍ଷା କଡାକଡି କରିବା ସହ ଅଧିକ ସଂଖ୍ୟକ ସୁରକ୍ଷାକର୍ମୀ ମୁତୟନ ପାଇଁ ନିର୍ଦ୍ଦେଶ ଦେଇଛନ୍ତିକେନ୍ଦ୍ର ସରକାର।

Advertisment

ଶାହାଜାହାନପୁରରେ ପୀଡ଼ିତାଙ୍କ ପରିବାରକୁ ଉତ୍ତରପ୍ରଦେଶ ସରକାରଙ୍କ ପକ୍ଷରୁ ସମସ୍ତ ସୁରକ୍ଷା ଯୋଗାଇ ଦିଆଯାଇଛି। ଯୋଧପୁରରେ ଆଶାରାମଙ୍କ ଥିବା ଆଶ୍ରମଙ୍କୁ ଖାଲି କରିଛି ପୋଲିସ।

Jodhpur Central Jail Asaram Bapu Jodhpur
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ