Advertisment

ଅରୁଣ ଜେଟଲି ଅସୁସ୍ଥ

ନୂଆଦିଲ୍ଲୀ: କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ ଜେଟଲି ଅସୁସ୍ଥ। କିଡ଼୍‌ନୀ ଜନିତ ସମସ୍ୟା ଓ ଇନଫେକ୍ସନ କାରଣରୁ ସେ ଚିକିତ୍ସାଧୀନ ଅଛନ୍ତି। ଅସୁସ୍ଥତା ଯୋଗୁଁ ସେ ଏବେ ଘରେ ରହି ତାଙ୍କ କାର୍ଯ୍ୟ ପରିଚାଳନା କରୁଥିବା ନିଜେ ଜେଟଲି ଟ୍ୱିଟ୍ ଯୋଗେ ସୂଚନା ଦେଇଛନ୍ତି। ପରବର୍ତ୍ତୀ ଅବସ୍ଥାରେ ତାଙ୍କର କ’ଣ ଚିକିତ୍ସା କରାଯିବ ତାହା ତାଙ୍କୁ ଚିକିତ୍ସା କରୁଥିବା ଡାକ୍ତରମାନେ କହିବେ ବୋଲି ଜେଟଲି କହିଛନ୍ତି। ଜେଟଲିଙ୍କୁ ଏବେ ଦିଲ୍ଲୀ ଏମ୍ସର ଡାକ୍ତରମାନେ ଚିକିତ୍ସା କରୁଛନ୍ତି। I am […]

ଅରୁଣ ଜେଟଲି ଅସୁସ୍ଥ

arun jaitley

Advertisment

ନୂଆଦିଲ୍ଲୀ: କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ ଜେଟଲି ଅସୁସ୍ଥ। କିଡ଼୍‌ନୀ ଜନିତ ସମସ୍ୟା ଓ ଇନଫେକ୍ସନ କାରଣରୁ ସେ ଚିକିତ୍ସାଧୀନ ଅଛନ୍ତି। ଅସୁସ୍ଥତା ଯୋଗୁଁ ସେ ଏବେ ଘରେ ରହି ତାଙ୍କ କାର୍ଯ୍ୟ ପରିଚାଳନା କରୁଥିବା ନିଜେ ଜେଟଲି ଟ୍ୱିଟ୍ ଯୋଗେ ସୂଚନା ଦେଇଛନ୍ତି।

Advertisment

ପରବର୍ତ୍ତୀ ଅବସ୍ଥାରେ ତାଙ୍କର କ’ଣ ଚିକିତ୍ସା କରାଯିବ ତାହା ତାଙ୍କୁ ଚିକିତ୍ସା କରୁଥିବା ଡାକ୍ତରମାନେ କହିବେ ବୋଲି ଜେଟଲି କହିଛନ୍ତି। ଜେଟଲିଙ୍କୁ ଏବେ ଦିଲ୍ଲୀ ଏମ୍ସର ଡାକ୍ତରମାନେ ଚିକିତ୍ସା କରୁଛନ୍ତି।

Advertisment

ତେବେ ବିଭିନ୍ନ ଗଣମାଧ୍ୟମର ସୂଚନା ଅନୁୟାୟୀ, ଜେଟଲିଙ୍କର ଏକ ଅପେରେସନ କରାଯିବ ଏବଂ କିଡ଼୍‌ନୀ ପ୍ରତିରୋପଣ କରାଯାଇ ପାରେ, ଏଥିପାଇଁ ସେ ଖୁବଶୀଘ୍ର ହସ୍ପିଟାଲରେ ଭର୍ତ୍ତି ହେବେ ବୋଲି ତାଙ୍କ ନିକଟତମ ସୂତ୍ରରୁ ସୂଚନା ମିଳୁଛି।

ଅସୁସ୍ଥତା କାରଣରୁ ଜେଟଲି ଗତ ସୋମବାରଠାରୁ ଅଫିସ ଯାଉନଥିବା ବେଳେ ରାଜ୍ୟସଭା ସାଂସଦ ଭାବେ ପୁନଃ ନିର୍ବାଚିତ ହେବା ପରେ ଶପଥ ଗ୍ରହଣ ଉତ୍ସବରେ ମଧ୍ୟ ଯୋଗ ଦେଇନଥିଲେ। ସେହିଭଳି ଆସନ୍ତା ସପ୍ତାହରେ ସେ ଲଣ୍ଡନ ଯିବାକୁ ଥିବା ବେଳେ ଏହି ଗସ୍ତ ବାତିଲ କରାଯାଇଛି।

Advertisment
Arun Jaitley Finance Minister Arun Jaitley
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ