AIIMS
କଟକ : ଅଧିକ ଚିକିତ୍ସା ପାଇଁ ଦିଲ୍ଲୀ ଗଲେ ଗିରଫ ବିଜେପି ନେତା ତଥା ପୂର୍ବତନ ବିଧାୟକ ଜୟ ନାରାୟଣ ମିଶ୍ର। କଟକ ଏସସିବିରୁ ତାଙ୍କୁ ରାଜଧାନୀ ଏକ୍ସପ୍ରେସସ୍ରେ ଦିଲ୍ଲୀ ଏମ୍ସ ଅଭିମୁଖେ ନିଆଯାଇଛି।
କଡା ସୁରକ୍ଷା ବଳୟ ମଧ୍ୟରେ ପୋଲିସ ତାଙ୍କୁ ଦିଲ୍ଲୀ ନେଉଛି। ବରଗଡ଼ ଜିଲ୍ଲା ବନାବିରା ଗୁଳିକାଣ୍ଡ ମାମଲାରେ ଗିରଫ ଜୟନାରାୟଣ ମିଶ୍ର ଗତ ଏପ୍ରିଲ ୨୪ରେ ଏସସିବିରେ ଭର୍ତ୍ତି ହୋଇଥିଲେ। ଜୟ ନାରାୟଣଙ୍କ ସ୍ୱାସ୍ଥ୍ୟାବସ୍ଥାରେ ସୁଧାର ନଆସିବାକୁ ତାଙ୍କୁ ଦିଲ୍ଲୀ ଏମ୍ସକୁ ସ୍ଥାନାନ୍ତର କରାଯାଇଛି।
ତେବେ ଜୟନାରାୟଣ କହିଛନ୍ତି, ଦିଲ୍ଲୀ ଯିବା ନେଇ ତାଙ୍କର କୌଣସି ପରାମର୍ଶ ନିଆଯାଇନି। ତେବେ ଏନେଇ ମେଡିକାଲ କର୍ତ୍ତୃପକ୍ଷଙ୍କ ପ୍ରତିକ୍ରିୟା ମିଳିପାରିନି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/AIIMS_1626503638.jpg)