Advertisment

ବିଜେପିକୁ ପୁଣି ଏକ ଝଟକା

ନୂଆଦିଲ୍ଲୀ: ୨୦୧୯ ନିର୍ବାଚନ ପୂର୍ବରୁ ବିଜେପିକୁ ଗୋଟିଏ ପରେ ଗୋଟିଏ ଝଟକା ଲାଗିବାରେ ଲାଗିଛି। ନିକଟରେ ଉତ୍ତରପ୍ରଦେଶ ଓ ବିହାରରେ ଅନୁଷ୍ଠିତ ସମସ୍ତ ୩ଟି ଯାକ ଆସନରେ ପରାଜୟର ବିଜେପି ସାମ୍ନା କରିଥିବାବେଳେ ପୁଣି ଆଜି ଲାଗିଛି ଆଉ ଏକ ବଡ଼ ଝଟକା। ବିଜେପି ନେତୃତ୍ୱାଧୀନ ଏନଡ଼ିଏରୁ ଚନ୍ଦ୍ରବାବୁ ନାଇଡୁଙ୍କ ତେଲୁଗୁ ଦେଶମ ପାର୍ଟି-ଟିଡିପି ଶେଷରେ ଓହରିଛି ।  ଏନେଇ ବିଧିବଦ୍ଧ ଭାବେ ଘୋଷଣା କରିଛନ୍ତି ଟିଡିପି ମୁଖ୍ୟ ତଥା ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ। ଟ୍ୱିଟ୍ […]

ବିଜେପିକୁ ପୁଣି ଏକ ଝଟକା

NDA

Advertisment

ନୂଆଦିଲ୍ଲୀ: ୨୦୧୯ ନିର୍ବାଚନ ପୂର୍ବରୁ ବିଜେପିକୁ ଗୋଟିଏ ପରେ ଗୋଟିଏ ଝଟକା ଲାଗିବାରେ ଲାଗିଛି। ନିକଟରେ ଉତ୍ତରପ୍ରଦେଶ ଓ ବିହାରରେ ଅନୁଷ୍ଠିତ ସମସ୍ତ ୩ଟି ଯାକ ଆସନରେ ପରାଜୟର ବିଜେପି ସାମ୍ନା କରିଥିବାବେଳେ ପୁଣି ଆଜି ଲାଗିଛି ଆଉ ଏକ ବଡ଼ ଝଟକା।

Advertisment

ବିଜେପି ନେତୃତ୍ୱାଧୀନ ଏନଡ଼ିଏରୁ ଚନ୍ଦ୍ରବାବୁ ନାଇଡୁଙ୍କ ତେଲୁଗୁ ଦେଶମ ପାର୍ଟି-ଟିଡିପି ଶେଷରେ ଓହରିଛି ।  ଏନେଇ ବିଧିବଦ୍ଧ ଭାବେ ଘୋଷଣା କରିଛନ୍ତି ଟିଡିପି ମୁଖ୍ୟ ତଥା ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ।

ଟ୍ୱିଟ୍ କରି ଚନ୍ଦ୍ରବାବୁ ଏନଡ଼ିଏରୁ ଓହରିବା ନେଇ ଘୋଷଣା କରିଛନ୍ତି। ଲୋକସଭାରେ ଏବେ ଟିଡିପିର ୧୬ଜଣ ଲୋକସଭା ସାଂସଦ ଅଛନ୍ତି।

Advertisment

ଆନ୍ଧ୍ରକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ସହ ପ୍ୟାକେଜ୍ ପ୍ରସଙ୍ଗକୁ ନେଇ ବିଜେପି-ଟିଡିପି ସଂପର୍କରେ ତିକ୍ତତା ଆସିଥିଲା।  ଦଳର ଦୁଇମନ୍ତ୍ରୀ କେନ୍ଦ୍ର ମନ୍ତ୍ରିମଣ୍ଡଳରୁ ପୂର୍ବରୁ ଇସ୍ତଫା ଦେଇସାରିଛନ୍ତିା ଆନ୍ଧ୍ର ସରକାରରୁ ବିଜେପିର ଦୁଇ ମନ୍ତ୍ରୀ ମଧ୍ୟ ଓହରି ଯାଇଛନ୍ତି । ବିଭାଜନ ଯୋଗୁଁ ଆନ୍ଧ୍ର ସମ୍ମୁଖୀନ ହେଉଥିବା ସମସ୍ୟାର ସମାଧାନ କରିବା ପରିବର୍ତ୍ତେ ବିଜେପି କୁତ୍ସିତ ରାଜନୀତି କରୁଥିବା ଟିଡିପି ଅଭିଯୋଗ କରିଛି।

BJP NDA N. Chandrababu Naidu Tdp Telugu Desam Party
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ