Advertisment

ଦ୍ୱିତୀୟ ଦିନରେ ଆନ୍ନାଙ୍କ ଅନଶନ

ନୂଆଦିଲ୍ଲୀ: ଦିଲ୍ଲୀ ରାମଲୀଲା ମଇଦାନରେ ଆନ୍ନାଙ୍କ ଆମରଣ ଅନଶନ ଆଜି ଦ୍ୱିତୀୟ ଦିନରେ ପହଞ୍ଚିଛି। ଲୋକପାଳ ଗଠନ ଦାବି ନେଇ ଗତକାଲିଠାରୁ ପୁଣି ଆନ୍ଦୋଳନକୁ ଓହ୍ଲାଇଛନ୍ତି ସମାଜସେବୀ ଆନ୍ନା ହଜାରେ। କେନ୍ଦ୍ରରେ ଲୋକପାଳ ନିଯୁକ୍ତ ଓ ଚାଷୀଙ୍କ ଲାଗି ଉଦ୍ଦିଷ୍ଟ ସ୍ୱାମୀନାଥନ କମିଟି ସୁପାରିସକୁ କାର୍ଯ୍ୟକାରୀ କରିବା ଦାବିରେ ଦିଲ୍ଲୀ ରାମଲୀଲା ମଇଦାନରେ ଆନ୍ନା ଆମରଣ ଅନଶନ କରୁଛନ୍ତି। ଏଥର କେନ୍ଦ୍ର ଆଗରେ ୭ଟି ସର୍ତ୍ତ ରଖିଛନ୍ତି ଆନ୍ନା। ଏଥିରେ ପ୍ରମୁଖ ରହିଛି ତୁରନ୍ତ ଲୋକପାଳ ଓ […]

ଦ୍ୱିତୀୟ ଦିନରେ ଆନ୍ନାଙ୍କ ଅନଶନ

anna hazare

Advertisment

ନୂଆଦିଲ୍ଲୀ: ଦିଲ୍ଲୀ ରାମଲୀଲା ମଇଦାନରେ ଆନ୍ନାଙ୍କ ଆମରଣ ଅନଶନ ଆଜି ଦ୍ୱିତୀୟ ଦିନରେ ପହଞ୍ଚିଛି। ଲୋକପାଳ ଗଠନ ଦାବି ନେଇ ଗତକାଲିଠାରୁ ପୁଣି ଆନ୍ଦୋଳନକୁ ଓହ୍ଲାଇଛନ୍ତି ସମାଜସେବୀ ଆନ୍ନା ହଜାରେ।

Advertisment

କେନ୍ଦ୍ରରେ ଲୋକପାଳ ନିଯୁକ୍ତ ଓ ଚାଷୀଙ୍କ ଲାଗି ଉଦ୍ଦିଷ୍ଟ ସ୍ୱାମୀନାଥନ କମିଟି ସୁପାରିସକୁ କାର୍ଯ୍ୟକାରୀ କରିବା ଦାବିରେ ଦିଲ୍ଲୀ ରାମଲୀଲା ମଇଦାନରେ ଆନ୍ନା ଆମରଣ ଅନଶନ କରୁଛନ୍ତି।

ଏଥର କେନ୍ଦ୍ର ଆଗରେ ୭ଟି ସର୍ତ୍ତ ରଖିଛନ୍ତି ଆନ୍ନା। ଏଥିରେ ପ୍ରମୁଖ ରହିଛି ତୁରନ୍ତ ଲୋକପାଳ ଓ ଲୋକାୟୁକ୍ତ ନିଯୁକ୍ତି ଏବଂ ଲୋକପାଳ ଆଇନକୁ ଦୁର୍ବଳ କରୁଥିବା ସମ୍ବିଧାନର ଧାରା ୪୪ ଓ ୬୩ରେ ହୋଇଥିବା ସଂଶୋଧନକୁ ରଦ୍ଦ।

Advertisment

ସେହିପରି ସ୍ୱାମୀନାଥନ କମିଟିର ସୁପାରିଶ ଆଧାରରେ ଚାଷୀଙ୍କୁ ଉତ୍ପାଦନ ଖର୍ଚ୍ଚର ଦେଢଗୁଣା ମୂଲ୍ୟ, ୬୦ବର୍ଷରୁ ଅଧିକ ବୟସର ଚାଷୀଙ୍କୁ  ୫ ହଜାର ଟଙ୍କା ମାସିକ ପେନସନ୍, କୃଷି ଆୟୋଗକୁ ସମ୍ପୂର୍ଣ୍ଣ ସ୍ୱାଧୀନତା ଓ ସାମ୍ବିଧାନିକ ସ୍ୱୀକୃତି ଲାଗି  ଆନ୍ନା ଦାବି କରିଛନ୍ତି।

ଏନେଇ ଆନ୍ନା କେନ୍ଦ୍ରକୁ ୪୨ଥର ଚିଠି ଲେଖି ନିରାଶ ହେବା ପରେ ପୁଣି ଆନ୍ଦୋଳନର ବାଟ ବାଛିଛନ୍ତି। ପୂର୍ବରୁ ୨୦୧୧ରେ ଆନ୍ନାଙ୍କ ଅନଶନ ଜନ ଆନ୍ଦୋଳନରେ ପରିଣତ ହୋଇଥିଲା। ଫଳରେ ସରକାର ଲୋକପାଳ ଗଠନ ପାଇଁ ବାଧ୍ୟ ହୋଇଥିଲେ। ତେବେ କେନ୍ଦ୍ରରେ ଲୋକପାଳ ଓ ରାଜ୍ୟରେ ଲୋକାୟୁକ୍ତମାନଙ୍କୁ ଏଯାଏଁ ନିଯୁକ୍ତି ଦିଆଯାଇନାହିଁ।

Advertisment

ଅନ୍ୟପଟେ ଲୋକାୟୁକ୍ତ ନିଯୁକ୍ତିରେ ବିଳମ୍ବକୁ ନେଇ ସୁପ୍ରିମକୋର୍ଟ ୧୨ଟି ରାଜ୍ୟର ମୁଖ୍ୟ ସଚିବଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।  ଏହି ରାଜ୍ୟ ଗୁଡିକ ହେଲା ଜମ୍ମୁ ଓ କଶ୍ମୀର, ମଣିପୁର, ମେଘାଳୟ, ମିଜୋରାମ, ନାଗାଲାଣ୍ଡ, ପୁଡୁଚେରୀ, ତାମିଲନାଡୁ, ତେଲେଙ୍ଗାନା, ତ୍ରିପୁରା, ଅରୁଣାଚଳ ପ୍ରଦେଶ, ଦିଲ୍ଲୀ ଓ ପଶ୍ଚିମବଙ୍ଗ।  କେବେ ସୁଦ୍ଧା ଲୋକାୟୁକ୍ତ ନିଯୁକ୍ତ କରାଯିବ ସେ ନେଇ ଜଣାଇବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

ସେହିପରି ଓଡ଼ିଶାରେ ଲୋକାୟୁକ୍ତଙ୍କ ସ୍ଥିତି ସଂପର୍କରେ ସ୍ପଷ୍ଟ କରିବା ଲାଗି ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ। ଓଡ଼ିଶାରେ ଲୋକାୟୁକ୍ତ ଅଛନ୍ତି ନା ନାହାନ୍ତି ତାହା କୋର୍ଟ ଜାଣିପାରୁନାହାନ୍ତି, ତେଣୁ ସେ ବିଷୟରେ ସ୍ପଷ୍ଟ କରିବାକୁ ସୁପ୍ରିମକୋର୍ଟ କହିଛନ୍ତି। ସେପଟେ ଲୋକାୟୁକ୍ତ ପ୍ରସଙ୍ଗକୁ ନେଇ ସରକାରଙ୍କୁ ଟାର୍ଗେଟ କରିଛନ୍ତି ବିରୋଧୀ।

Ramlila Maidan Anna Hazare Lokpal
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ