Advertisment

ଏକାଠି ନଜର ଆସିବେ ଅନିଲ୍‌-ମାଧୁରୀ

ଦର୍ଶକଙ୍କ ପାଇଁ ଏକ ଖୁସିର ଖବର। ବହୁଦିନ ପରେ ସେମାନେ ଅନିଲ୍‌ କପୁର-ମାଧୁରୀ ଦୀକ୍ଷିତ୍‌ ଏକାଠି ଦେଖିବାକୁ ପାଇବେ। ପ୍ରାୟ ୧୮ ବର୍ଷ ପରେ ବଲିଉଡର ଏହି ଲୋକପ୍ରିୟ ଯୋଡି ପୁଣି ଏକ ଫିଲ୍ମ କରୁଛନ୍ତି। ପ୍ରସିଦ୍ଧ ନିର୍ଦ୍ଦେଶକ ଇନ୍ଦ୍ର କୁମାରଙ୍କ ନୂଆ ସିନେମା ‘ଟୋଟାଲ ଧମାଲ’ରେ ଦୁହେଁ ନଜର ଆସିବେ। ୧୯୯୨ ମସିହାରେ ଇନ୍ଦ୍ର କୁମାର ଅନିଲ୍‌ କପୁର ଓ ମାଧୁରୀ ଦୀକ୍ଷିତ୍‌ଙ୍କୁ ନେଇ ଫିଲ୍ମ ‘ବେଟା’ କରିଥିଲେ। ଏହି ଫିଲ୍ମଟି ବ୍ଲକ୍ ବ୍ଲଷ୍ଟର ହୋଇଥିଲା। […]

ଏକାଠି ନଜର ଆସିବେ ଅନିଲ୍‌-ମାଧୁରୀ

anil-madhuri

Advertisment

ଦର୍ଶକଙ୍କ ପାଇଁ ଏକ ଖୁସିର ଖବର। ବହୁଦିନ ପରେ ସେମାନେ ଅନିଲ୍‌ କପୁର-ମାଧୁରୀ ଦୀକ୍ଷିତ୍‌ ଏକାଠି ଦେଖିବାକୁ ପାଇବେ। ପ୍ରାୟ ୧୮ ବର୍ଷ ପରେ ବଲିଉଡର ଏହି ଲୋକପ୍ରିୟ ଯୋଡି ପୁଣି ଏକ ଫିଲ୍ମ କରୁଛନ୍ତି। ପ୍ରସିଦ୍ଧ ନିର୍ଦ୍ଦେଶକ ଇନ୍ଦ୍ର କୁମାରଙ୍କ ନୂଆ ସିନେମା ‘ଟୋଟାଲ ଧମାଲ’ରେ ଦୁହେଁ ନଜର ଆସିବେ।

Advertisment

୧୯୯୨ ମସିହାରେ ଇନ୍ଦ୍ର କୁମାର ଅନିଲ୍‌ କପୁର ଓ ମାଧୁରୀ ଦୀକ୍ଷିତ୍‌ଙ୍କୁ ନେଇ ଫିଲ୍ମ ‘ବେଟା’ କରିଥିଲେ। ଏହି ଫିଲ୍ମଟି ବ୍ଲକ୍ ବ୍ଲଷ୍ଟର ହୋଇଥିଲା। ଦର୍ଶକ ଏହି ଯୋଡିକୁ ଖୁବ୍‌ ପସନ୍ଦ କରିଥିଲେ।

publive-imageମିଳିଥିବା ସୂଚନା ଅନୁସାରେ, ଅନିଲ୍‌ କପୁର-ମାଧୁରୀଙ୍କ ଆଗାମୀ ଫିଲ୍ମ ‘ଟୋଟାଲ ଧମାଲ’ର ସୁଟିଂ ଚାଲୁରହିଛି। ଏହି ଫିଲ୍ମରେ ଉଭୟ ପତି -ପତ୍ନୀ ଭୂମିକାରେ ନଜର ଆସୁଛନ୍ତି। ଉକ୍ତ ଫିଲ୍ମରେ ଅନିଲ୍‌ ଓ ମାଧୁରୀଙ୍କୁ ନେଇ ଅନେକ କମେଡି ସିନ୍‌ ରହିଛି। ଯାହା ଦର୍ଶକଙ୍କୁ ଖୁବ୍ ମନୋରଞ୍ଜନ କରିବ।

Advertisment

ଫିଲ୍ମ ‘ଟୋଟାଲ ଧମାଲ’ର ଅନ୍ୟ କଳାକାରମାନେ ହେଲେ, ଅଜୟ ଦେବଗନ୍, ଅରସାଦ୍ ୱାର୍ସୀ, ଜାଭେଦ୍ ଜାର୍ଫି, ରିତେଶ ଦେଶମୁଖ, ସଞ୍ଜୟ ମିଶ୍ରା ଓ ପୀତବାସ ତ୍ରୀପାଠୀ।

Madhuri Dixit Anil Kapoor Film 'Total Dhamaal'
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ