Advertisment

ଅନୁଗୁଳରୁ ନିଖୋଜ ମହିଳାଙ୍କୁ ଗଣଦୁଷ୍କର୍ମ ହୋଇଥିବା ସୂଚନା

ଅନୁଗୁଳ: ଅନୁଗୁଳ ନାକଚିରେ ନିଖୋଜ ମହିଳା ଗଣ ଦୁଷ୍କର୍ମର ଶିକାର ହୋଇଛନ୍ତି। ଏନେଇ ଅନୁଗୁଳ ଏସ୍‌ପି ଏକ ସାମ୍ବାଦିକ ସମ୍ମିଳନୀରେ ପୂରା ଘଟଣାର ଖୁଲାସା କରିଛନ୍ତି। ଏସ୍‌ପିଙ୍କ କହିବା ଅନୁସାରେ ସଂପୃକ୍ତ ମହିଳା ଗଣ ଦୁଷ୍କର୍ମର ଶିକାର ହୋଇଥିବା କଥା ପୋଲିସ ଆଗରେ ସ୍ୱୀକାର କରିଛନ୍ତି। ମହିଳାଙ୍କୁ ୬ ଜଣ ଦୁଷ୍କର୍ମ କରିଛନ୍ତି। ଏମାନଙ୍କ ମଧ୍ୟରୁ ୪ ଜଣଙ୍କୁ ଗିରଫ କରାଯାଇଛି। ଗିରଫଙ୍କ ମଧ୍ୟରେ ଜଣେ ନାବାଳକ ରହିଛି। ଘଟଣାରେ ସଂପୃକ୍ତ ଅନ୍ୟ ୨ ଜଣ ଫେରାର […]

ଅନୁଗୁଳରୁ ନିଖୋଜ ମହିଳାଙ୍କୁ ଗଣଦୁଷ୍କର୍ମ ହୋଇଥିବା ସୂଚନା

angul rape

Advertisment

ଅନୁଗୁଳ: ଅନୁଗୁଳ ନାକଚିରେ ନିଖୋଜ ମହିଳା ଗଣ ଦୁଷ୍କର୍ମର ଶିକାର ହୋଇଛନ୍ତି। ଏନେଇ ଅନୁଗୁଳ ଏସ୍‌ପି ଏକ ସାମ୍ବାଦିକ ସମ୍ମିଳନୀରେ ପୂରା ଘଟଣାର ଖୁଲାସା କରିଛନ୍ତି।

Advertisment

ଏସ୍‌ପିଙ୍କ କହିବା ଅନୁସାରେ ସଂପୃକ୍ତ ମହିଳା ଗଣ ଦୁଷ୍କର୍ମର ଶିକାର ହୋଇଥିବା କଥା ପୋଲିସ ଆଗରେ ସ୍ୱୀକାର କରିଛନ୍ତି। ମହିଳାଙ୍କୁ ୬ ଜଣ ଦୁଷ୍କର୍ମ କରିଛନ୍ତି। ଏମାନଙ୍କ ମଧ୍ୟରୁ ୪ ଜଣଙ୍କୁ ଗିରଫ କରାଯାଇଛି। ଗିରଫଙ୍କ ମଧ୍ୟରେ ଜଣେ ନାବାଳକ ରହିଛି। ଘଟଣାରେ ସଂପୃକ୍ତ ଅନ୍ୟ ୨ ଜଣ ଫେରାର ଥିବା ବେଳେ ସେମାନଙ୍କୁ ଖୁବଶୀଘ୍ର ଧରାଯିବ ବୋଲି ଏସ୍‌ପି କହିଛନ୍ତି।

ଗତ ଗୁରୁବାର ଦିନ ମହିଳା ଓ ତାଙ୍କ ସ୍ୱାମୀ ଏକ କାର୍‌ରେ ସମ୍ବଲପୁର ମୋଦିପଡ଼ାରୁ ଭୁବନେଶ୍ୱର ଯାଉଥିବା ବେଳେ ନାକଚି ନିକଟରେ ମହିଳା ଜଣକ କାରରୁ ଓହ୍ଲାଇଥିଲେ। ତେବେ ତାଙ୍କ ସ୍ୱାମୀ ଅଜାଣତରେ ତାଙ୍କୁ ଛାଡ଼ି ଚାଲିଯାଇଥିବା ବେଳେ ମହିଳାଙ୍କୁ ପୁରୁଣାପାଣି ଜଙ୍ଗଲରେ ଗଣଦୁଷ୍କର୍ମ କରାଯାଇଥିଲା। ପରେ ତାଙ୍କୁ ଜଗତସିଂହପୁରୁ ଉଦ୍ଧାର କରାଯାଇଥିଲା। ତେବେ ଉଦ୍ଧାର ପରେ ମହିଳା ଜଣକ ତାଙ୍କୁ ଦୁଷ୍କର୍ମ କରାଯାଇନଥିବା ଏବଂ ସେ ଜଣେ ସମ୍ପର୍କୀୟଙ୍କ ଘରେ ରହିଥିବା କଥା କହିଥିଲେ।

Advertisment
Angul Gang Rape
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ