amit shah
ଭୁବନେଶ୍ୱର: ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହାଙ୍କ ଦୁଇ ଦିନିଆ ଓଡିଶା ଗସ୍ତର ଆଜି ଶେଷ ଦିନ। ଆଜି ଶେଷ ଦିନରେ ଶାହା ବଲାଙ୍ଗିରରେ ଆୟୋଜିତ ଜନସମାବେଶରେ ଯୋଗଦେବେ।
ଗତକାଲି ଭବାନୀପାଟଣାରେ ମହାସମାବେଶ ପରେ ସାଂଗଠନିକ ସ୍ଥିତି ନେଇ ଦଳୀୟ ନେତାଙ୍କ ସହ ସେ ଆଲୋଚନା କରିଥିଲେ। ଭବାନୀପାଟଣାର ଏକ ହୋଟେଲ୍ରେ ଆୟୋଜିତ ବୈଠକରେ ରାଜ୍ୟସ୍ତରୀୟ ଏବଂ ଜିଲ୍ଲାସ୍ତରୀୟ ନେତା ଓ କର୍ମୀଙ୍କ ସହ ସାଂଗଠନିକ ସ୍ଥିତି ନେଇ ଆଲୋଚନା କରିଥିଲେ।
ଆସନ୍ତା ସାଧାରଣ ନିର୍ବାଚନ ପୂର୍ବରୁ ଦଳ ଯେପରି ଆହୁରି ମଜବୁତ୍ ହେବ ସେନେଇ ବୈଠକରେ ଆଲୋଚନା ହୋଇଥିଲା। ତାପୂର୍ବରୁ ୮ଟି ସଂସଦୀୟ କ୍ଷେତ୍ରର ବିସ୍ତାରକଙ୍କ ସହ ରୁଦ୍ଧଦ୍ୱାର ବୈଠକରେ ଆଲୋଚନା କରିଥିଲେ ଶାହା। ତାସହ ପ୍ରସ୍ତୁତ ହୋଇଥିଲା ରଣନୀତି।
ସେହିପରି ରାଜ୍ୟ ସରକାରଙ୍କ ବିଫଳତାର ବାର୍ତ୍ତା ନେଇ ଲୋକଙ୍କ ପାଖକୁ ଯିବାକୁ ମନ୍ତ୍ରଣା ଦେଇଥିଲେ ଶାହା। ବୈଠକରେ ଦଳୀୟ ବିଧାୟକ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଜୁଏଲ ଓରାମ, ବିଧାୟକ, ପୂର୍ବତନ ବିଧାୟକ, ଜିଲ୍ଲା ସଭାପତି ଓ ପ୍ରଭାରୀ ପ୍ରମୁଖ ଯୋଗଦେଇଥିଲେ।
ଦଳୀୟ ନେତାଙ୍କ ସହ ଆଲୋଚନା ପୂର୍ବରୁ ଗତକାଲି ଅପରାହ୍ନରେ କଳାହାଣ୍ଡିର ଅଧିଷ୍ଠାତ୍ରୀ ଦେବୀ ମା ମାଣିକେଶ୍ୱରୀଙ୍କ ମନ୍ଦିରକୁ ଯାଇଥିଲେ ଶାହା। ସେଠାରେ ପୂଜାର୍ଚ୍ଚନା କରିବା ସହ ମା ମାଣିକେଶ୍ୱରୀଙ୍କ ଆଶୀର୍ବାଦ ଭିକ୍ଷା କରିଥିଲେ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/shah_1626435042.jpg)