Advertisment

ଶାହାଙ୍କ ମିଶନ୍ ପଶ୍ଚିମ ଓଡ଼ିଶା

ଭୁବନେଶ୍ୱର: ବିଜେପୁର ଝଟକା ପରେ ବିଜେପିର ଫୋକସରେ ପଶ୍ଚିମ ଓଡିଶା। ନୂଆ ରଣନୀତି ଅନୁସାରେ ବଲାଙ୍ଗିରେ ଆସନ୍ତା ୫ ତାରିଖରେ ଯୁବ ସମାବେଶ କରି ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ  ଅମିତ ଶାହା ଫୁଙ୍କିବେ ମିଶନ୧୯ର ମନ୍ତ୍ର। ଏପ୍ରିଲ ପ୍ରଥମ ସପ୍ତାହରେ ଦୁଇଦିନିଆ ଓଡିଶା ଗସ୍ତରେ ଆସୁଥିବା ଶାହା ଭବାନୀ ପାଟଣାରେ ମଧ୍ୟ  କାର୍ଯ୍ୟକର୍ତ୍ତା ସମାବେଶ କରିବାର କାର୍ଯ୍ୟକ୍ରମ ରହିଛି। ବିଜେପୁର ପରାଜୟ ପରେ ଶାହାଙ୍କ ଗସ୍ତ ଦୋହଲିଯାଇଥିବା ନେତା ଓ କର୍ମୀଙ୍କ ମନୋବଳକୁ ଦମ୍ଭ ଦେବ ବୋଲି […]

ଶାହାଙ୍କ ମିଶନ୍ ପଶ୍ଚିମ ଓଡ଼ିଶା

amit shah

Advertisment

ଭୁବନେଶ୍ୱର: ବିଜେପୁର ଝଟକା ପରେ ବିଜେପିର ଫୋକସରେ ପଶ୍ଚିମ ଓଡିଶା। ନୂଆ ରଣନୀତି ଅନୁସାରେ ବଲାଙ୍ଗିରେ ଆସନ୍ତା ୫ ତାରିଖରେ ଯୁବ ସମାବେଶ କରି ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ  ଅମିତ ଶାହା ଫୁଙ୍କିବେ ମିଶନ୧୯ର ମନ୍ତ୍ର।

Advertisment

ଏପ୍ରିଲ ପ୍ରଥମ ସପ୍ତାହରେ ଦୁଇଦିନିଆ ଓଡିଶା ଗସ୍ତରେ ଆସୁଥିବା ଶାହା ଭବାନୀ ପାଟଣାରେ ମଧ୍ୟ  କାର୍ଯ୍ୟକର୍ତ୍ତା ସମାବେଶ କରିବାର କାର୍ଯ୍ୟକ୍ରମ ରହିଛି।

ବିଜେପୁର ପରାଜୟ ପରେ ଶାହାଙ୍କ ଗସ୍ତ ଦୋହଲିଯାଇଥିବା ନେତା ଓ କର୍ମୀଙ୍କ ମନୋବଳକୁ ଦମ୍ଭ ଦେବ ବୋଲି ଚର୍ଚ୍ଚା ହେଉଛି।

Advertisment

ଗଂଜାମ, ଯାଜପୁର ଓ ଭୁବନେଶ୍ୱର ପରେ ଏବେ ନଜରରେ ପଶ୍ଟିମ ଓଡିଶା। ପଞ୍ଚାୟତ ନିର୍ବାଚନରେ ଭଲ ପ୍ରଦର୍ଶନ କରିଥିବା କଳାହାଣ୍ଡି ଓ ବଲାଙ୍ଗିରକୁ ବାଛିଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତଶାହା। ସଂଗଠନ ଦୁର୍ବଳ ଥିବା ସ୍ଥାନକୁ  ଆସି ମୋ ବୁଥ ମଜଭୁତ କାର୍ଯ୍ୟକ୍ରମରେ ସାମିଲ ହେବାପରେ ଏବେ  ପଶ୍ଚିମ ଓଡିଶାରେ  ସଙ୍ଗଠନ ସଜାଡିବାର ମନ୍ତ୍ର ଦେବେ ଅମିତ ଶାହା।

ଦଳ ତରଫରୁ ଶାହାଙ୍କୁ ଏପ୍ରିଲ ୪ ଓ ୫ ଦୁଇ ଦିନ ପଶ୍ଚିମ ଓଡିଶାର ୪ ଟି ସହରରେ ସମାବେଶ କରିବାକୁ ନିମନ୍ତ୍ରଣ  ଯାଇଛି। ଯଦିଓ ଶାହା ସମସ୍ତ ୪ଟି ସ୍ଥାନକୁ ଯିବା ନେଇ ସ୍ୱୀକୃତି ଦେଇନାହାଁନ୍ତି,  ତେବେ ୪ ତାରିଖରେ ଭବାନୀପାଟଣା ୫ ରେ ବଲାଙ୍ଗୀରରେ ସମାବେଶ ପାଇଁ ଦଳ ପ୍ରସ୍ତୁତ ହେଉଛି।

Advertisment

ବଲାଙ୍ଗୀରରେ ଯୁବ ସମାବେଶ କରି ଯୁବ ଭୋଟରଙ୍କୁ ମିଶନ ୧୯ର ମନ୍ତ୍ର ଦେବେ ଶାହା। ଏ ଦୁଇ ସ୍ଥାନ ବ୍ୟତୀତ ସମ୍ବଲପୁର, ସୁନ୍ଦରଗଡ ଓ  ସୋନପୁରରେ ମଧ୍ୟ ଶାହାଙ୍କ ସଭା ପାଇଁ ରାଜ୍ୟ ବିଜେପି ପ୍ରସ୍ତାବ ଦେଇଥିବା ସୁଚନା ଦେଇଛନ୍ତି ବିଜେପି ରାଜ୍ୟ ସଭାପତି ବସନ୍ତ ପଣ୍ଡା।

ପଶ୍ଚିମ ଓଡିଶାର ସମୁଦାୟ ୩୬ ଟି ବିଧାନସଭା ଆସନ ଭିତରୁ ଗତଥର ୮ ଟି ଆସନରେ ବିଜୟ ହୋଇଥିଲା। ବିଜେପି ଦଳ ଜିତିଥିବା ସମୁଦାୟ ୧୦ ଟି ଆସନରୁ ୮ଟି ପଶ୍ଚିମ ଓଡିଶାରେ ଆସିଥିବା ବେଳେ ପଞ୍ଚାୟତ ନିର୍ବାଚନରେ ମଧ୍ୟ ଦଳ ପଶ୍ଚିମ ଓଡିଶାରେ ଭଲ ଫଳାଫଳ କରିଥିଲା।

ତେବେ ବିଜେପିୁର ଉପନିର୍ବାଚନର ଫଳ କର୍ମୀ ଓ ନେତାଙ୍କୁ ହତାଶକରିଥିବା ଚର୍ଚ୍ଚା ହେଉଥିବାରୁ ଅମିତ ଶାହା ଙ୍କୁ ଆଣିବା ପାଇଁ ଦଳ ରଣନୀତି କରୁଛି। ଏପଟେ ବିଜେଡି ସବୁ ପରିସ୍ଥିତିକୁ ସାମନା କରିବାକୁ ପ୍ରସ୍ତୁତ ବୋଲି ଦଳ ମୁଖପାତ୍ର ପ୍ରତାପ ଦେବ କହିଛନ୍ତି।

ତ୍ରିପୁରାରେ ଶୂନରୁ ଉଠି ସରକାର କରିବା ପଛର ରଣନୀତିକୁ ଓଡିଶା ପାଣିପାଗରେ  ଆପଣାଇ ପାରେ ବିଜେପି।  ଶାହାଙ୍କ ଗସ୍ତ ବେଳେ ଏ ନେଇ ଦଳ ପ୍ରସ୍ତୁତ କରିଥିବା ବ୍ଲୁପ୍ରିଣ୍ଟ ଉପରେ ମାନସମନ୍ଥନ ହେବାର ସମ୍ଭାବନା  ରହିଛି।

Odisha BJP Amit Shah Latest News
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ